ଜାଣନ୍ତୁ ଏସପ୍ତାହର ରାଶିଫଳ

ଗ୍ରହ ଚଳନ ଦୃଷ୍ଟିରୁ ଆପଣଙ୍କ ମନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ମିତ୍ରଙ୍କର ଭଲ ପରାମର୍ଶ ଆପଣଙ୍କ ଜୀବନକୁ ଆଗକୁ ବଢ଼ାଇବାରେ ସହାୟକ ହେବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ସଞ୍ଚୟ ଅର୍ଥ ବୃଦ୍ଧି ହେବ। କାରବାରରେ ଆଶାଜନକ ପରିଣାମ ପାଇବେ। ଅଫିସ୍‌ରେ ନୂଆ କାମର ଦାୟିତ୍ବ ପାଇବେ। ଲାଗି ରହିଥିବା କାନୁନ୍‌ ମାମଲା ସହଜରେ ସମାଧାନ ହୋଇପାରେ। ଜୀବନରେ ଉନ୍ନତି ଯୋଗୁଁ ପରିବାରରେ ପ୍ରସନ୍ନତା ରହିବ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତ ହେବ। ପ୍ରେମୀଯୁଗଳ ରମଣୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଙ୍କ ଲାଗି ସମୟ ଲାଭଦାୟକ ହେବ। ସଫଳତା ପାଦସ୍ପର୍ଶ କରିବ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

ସପ୍ତାହଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କର ସଚ୍ଚୋଟପଣିଆ ପ୍ରତି ଜାଗାରେ ଆଲୋଚନା ହେବ। ଟଙ୍କାପଇସାର ସ୍ଥିତି ଉପରେ ଗମ୍ଭୀରତା ସହ ବିଚାର କରିବେ। ବ୍ୟବସାୟରେ ନୂଆ ଲାଭ ହୋଇପାରେ। ଅଫିସ୍‌ରେ ବାତାବରଣ ଟିକେ ବଦଳିପାରେ। ନୂଆ ଲୋକଙ୍କ ପାଖରେ ସଂଯତ ରହି‌େବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ସପରିବାର ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯିବେ। ପ୍ରେମ ପ୍ରସଙ୍ଗରେ ସଫଳତା। କଳା ଛାତ୍ର ଅଧ୍ୟୟନ ଶୈଳୀରେ ପରିବର୍ତ୍ତନ କରିବେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ଶରୀର ସୁସ୍ଥସବଳ ରହିବ।

ଆଜି ଆପଣଙ୍କର ଜରୁରୀ କାମ ଆଳସ୍ୟ ପାଇଁ ଅଧୁରା ରହିପାରେ। ଟଙ୍କାପଇସା ସଂପର୍କିତ ମାମଲାରେ ହଇରାଣ ହୋଇପାରନ୍ତି। ସୋମବାରଠାରୁ ସାରା ସପ୍ତାହ ଆଶାଠୁ ଅଧିକ ଭଲ ରହିବ। ଅଧୁରା ଥିବା କାମରେ ଭାଇଭଉଣୀଙ୍କ ସହଯୋଗ ପାଇବେ। ଭାଗୀଦାରି କାରବାରରେ ଆପଣଙ୍କୁ ଲାଭ ମିଳିବ। ଚାକିରି କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ଯେଉଁ କାମ କରିବାକୁ ଚାହିଁବେ ବିନା ବାଧାରେ ପୂରା ହେବ। ରାଜନୀତିଜ୍ଞଙ୍କର ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ପ୍ରେମ ଜୀବନ ଭଲ ରହିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ।

ସପ୍ତାହ ଆରମ୍ଭରୁ କିଛି ନୂଆକରି ଦେଖାଇବାର ଇଚ୍ଛା ଜାଗିବ। ପୁରୁଣା ବନ୍ଧୁ ବା ସଂପର୍କୀୟଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ। ଧନଲାଭର ସୁଯୋଗ ଆସିବ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଆପଣଙ୍କର ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦେବେ। ଜମି ବା ଇଲେକ୍ଟ୍ରି ଯାନ କିଣିବେ। ପୁରୁଣା ଘରୋଇ ସମସ୍ୟାର ସମାଧାନ ବାହାରିବ। ଘରେ ଛୋଟିଆ ସମାରୋହ ଆୟୋଜନ ହୋଇପାରେ। ପ୍ରେମ ବ୍ୟାପାରରେ ଗମ୍ଭୀରତା ଓ ଗୋପନୀୟତା ରଖନ୍ତୁ। ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସାହାଯ୍ୟ ମିଳିବ। ସ୍ବାସ୍ଥ୍ୟଲାଭ ପାଇଁ ଉଚିତ ପଦକ୍ଷେପ ନେବେ।

ଏ ସପ୍ତାହଟି ଆପଣଙ୍କ ଜୀବନରେ କୌଣସି ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣି ଦେଇପାରେ। ବ୍ୟକ୍ତିତ୍ବଦ୍ବାରା କିଛି ଲୋକଙ୍କୁ ନିଜ ସପକ୍ଷରେ କରିନେବେ। ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଆପଣଙ୍କୁ ବଡ଼ କଂପାନି ସହିତ ସଉଦା କରିବା ପାଇଁ ସୁଯୋଗ ମିଳିବ। ଅଫିସ୍‌ରେ କାମ କରିବା ପାଇଁ ପରିବେଶ ବହୁତ ଭଲ ରହିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ଲାଗି ପ୍ରସ୍ତୁତ ରହିବେ। ସମାଜରେ ପ୍ରସିଦ୍ଧି ବଢ଼ିବ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ। ପ୍ରେମିକ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଆପଣଙ୍କର କିଛି ନା କିଛି ଇଚ୍ଛା ପୂରଣ ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ ପରିବର୍ତ୍ତନ କରିପାରନ୍ତି। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ଆପଣଙ୍କ ଦୃଢ଼ ମନୋବଳ ଆପଣଙ୍କୁ ସଫଳତା ଆଣିଦେବ। ଅନ୍ୟମାନଙ୍କୁ ନିଜର କଥା ଜଣାଇବାରେ ସଫଳ ହେବେ। ଧନ ସଂପର୍କିତ ମାମଲାର ସମାଧାନ ବାହାରିବ। ବେପାରରେ ଲାଭ ପାଇବେ। କାରବାର ସଂପର୍କିତ କାମରେ ବଡ଼ ସହରକୁ ଯାଇପାରନ୍ତି। ଆଇନଜୀବୀଙ୍କ ଲାଗି ସପ୍ତାହଟି ଲାଭପ୍ରଦ ରହିବ। ଚାକିରିରେ କିଛି ପରିବର୍ତ୍ତନ ଯୋଗ ରହିଛି। ପରିବାର ଲୋକଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ଜୀବନସାଥୀଙ୍କୁ ମନର କଥା କହିବେ। ପ୍ରେମ ପ୍ରସଙ୍ଗରେ ସବୁକିଛି ଭଲ ରହିବ। ପ୍ରିୟ ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ।

ଗ୍ରହମାନଙ୍କର ଶୁଭଦୃଷ୍ଟି ଯୋଗୁଁ କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ଧନ ମାମଲାରେ ସ୍ଥିତି ବଢ଼ିଆ ହେବ। ଜୀବନସାଥୀଙ୍କ ପରାମର୍ଶରେ ଟଙ୍କା ପଇସା ନୂଆ ଉତ୍ସରେ ଲଗାଇବେ। ବ୍ୟବସାୟରେ ସବୁକିଛି ଭଲ ରହିବ। ଚାକିରିରେ ପଦୋନ୍ନତି ମିଳିପାରେ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ଭଲ ଜଣାଶୁଣା ହେବ। ଅନ୍ୟମାନଙ୍କ ଉପରେ ନିଜର ବିଚାର ଗ୍ରହଣ କରିବା ପାଇଁ ଜବରଦସ୍ତି କରନ୍ତୁ ନାହିଁ। ନବବିବାହିତ ଦମ୍ପତିଙ୍କର ସମ୍ବନ୍ଧ ଆହୁରି ମଧୁର ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ସପ୍ତାହଟି ଅନୁକୂଳ ରହିବ। ଛାତ୍ରଛାତ୍ରୀଙ୍କୁ କୌଣସି ଶୁଭ ସୂଚନା ମିଳିପାରେ। ସ୍ବାସ୍ଥ୍ୟ ଲାଭ ପାଇଁ ଯୋଗାସନ କରନ୍ତୁ।

ସପ୍ତାହ ଆରମ୍ଭରୁ ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିବେ। କୌଣସି ଲୋକ ଆପଣଙ୍କୁ ଜରୁରୀ କାମରେ ସାହାଯ୍ୟ କରିପାରନ୍ତି। କୌଣସି ପ୍ରକାରର ବ୍ୟାବସାୟିକ କିଣାବିକାରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଅଫିସ୍‌ରେ ନିଜର ମତ ରଖିବାରେ ସୁଯୋଗ ପାଇବେ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ବଜାୟ ରଖନ୍ତୁ। ପାରିବାରିକ ଅଶାନ୍ତିର ସମାଧାନ ପାଇଁ ସମୟ ଦେବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ପ୍ରେମୀଯୁଗଳଙ୍କ ଲାଗି ସମୟ ବହୁତ ଭଲ। ପ୍ରିୟବନ୍ଧୁଙ୍କ ସହିତ ପ୍ରାକୃତିକ ଶୋଭାଭରା ଅଞ୍ଚଳକୁ ଭ୍ରମଣରେ ଯାଇପାରନ୍ତି। ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ବଢ଼ିଆ ପରିଣାମ ମିଳିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ଶୁଭ ଗ୍ରହ ଚଳନ ଦୃଷ୍ଟିରୁ ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଠିକ୍‌ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। କାରବାରରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଅଫିସ୍‌ରେ ଆପଣଙ୍କ ଦ୍ବାରା କିଛି ଭୁଲ୍‌ ହୋଇଯାଉଛି, ସେଥି ପ୍ରତି ଧ୍ୟାନ ରଖନ୍ତୁ। ସହକର୍ମୀଙ୍କ ସହିତ ଘନିଷ୍ଠତା ବଢ଼ିବ। ନୂଆ କାମର ଯୋଜନା ପ୍ରସ୍ତୁତି କରିବେ। ରାଜନୀତିକ ଲୋକଙ୍କ ଲାଗି ବିଦେଶ ଯାତ୍ରାର ସୁଯୋଗ ରହିଛି। ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ସପ୍ତାହଟି ମିଷ୍ଟତାଭରା ରହିବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ। ପେଟ ସଂପର୍କିତ ସମସ୍ୟାରୁ ଆରାମ ପାଇବେ।


ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା। ଚାକିରି ଓ ବ୍ୟବସାୟ ସଂପର୍କିତ ଭଲ ଖବର ପାଇବେ। ଆର୍ଥିକ ଲାଭ ହେବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ଅଧସ୍ତନ କର୍ମଚାରୀ ଆପଣଙ୍କଠାରୁ କାମ ଶିଖିବାକୁ ଚାହିଁବେ। ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚେଷ୍ଟା କରିବେ। ପରିବାର ଲୋକମାନଙ୍କ ମଧ୍ୟରେ ଆପୋସ ବୁଝାମଣା ବଜାୟ ରହିବ। ଦାମ୍ପତ୍ୟ ଜୀବନ ମଧୁର ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ସୁଧାର ହେବ। ପ୍ରିୟ ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ସପ୍ତାହଟି ଭଲ। ସ୍ବାସ୍ଥ୍ୟ ବଢ଼ିଆ ରହିବ।

ଟଙ୍କା ପଇସା ଅର୍ଜିବା ପାଇଁ ନୂଆ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ନୂଆ ଲୋକଙ୍କ ସହିତ ଜଣାଶୁଣା ଲାଭଦାୟକ ହେବ। ଫେସନ୍‌ ଡିଜାଇନର୍ସ କାମ ପାଇଁ ବିଦେଶ ଯାଇପାରନ୍ତି। ଚାକିରିଜୀବୀଙ୍କ ଲାଗି ସମୟ ଲାଭକାରୀ ରହିବ। ଅଫିସ୍‌ରେ ଆହ୍ବାନ ସାମ୍‌ନା କରିବା‌େର ସକ୍ଷମ ହେବେ। ଧାର୍ମିକ ଆୟୋଜନରେ ସେବା କରିବାର ଅବସର ପାଇବେ। ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ। ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଫୋନ୍‌ରେ ଅଧିକ ସମୟ କଥା ହେବେ। ଛାତ୍ରଛାତ୍ରୀଙ୍କର ସମସ୍ୟା ଦଳବଦ୍ଧ ଅଧ୍ୟୟନରେ ସମାଧାନ ହେବ। ସ୍ବାସ୍ଥ୍ୟ ଭଲ ରହିବ।

ଜୀବନକୁ ସୁନ୍ଦର କରିବା ଲାଗି ଭଲ ସୁଯୋଗ ଆସିବ। କୌଣସି ବି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତୁ, ନିଶ୍ଚୟ ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବ। ଅଫିସ୍‌ରେ ବଡ଼ କାମର ଦାୟିତ୍ବ ମିଳିପାରେ। ନିଜ ସାମର୍ଥ୍ୟ ଅନୁସାରେ ସୁରୁଖୁରୁରେ କାମ କରିନେବେ। କଂପାନି ତରଫରୁ ବିଦେଶ ଯିବାର ସୁଯୋଗ ମିଳିବ। ଘରେ ଶାନ୍ତି ବଜାୟ ରହିବ। ଜୀବନସାଥୀ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ପ୍ରିୟ ବନ୍ଧୁ ସହିତ ଶ୍ରୀକ୍ଷେତ୍ର ଭ୍ରମଣରେ ଯିବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ସମ୍ବନ୍ଧିତ ଖବର