ସପ୍ତାହଟି ଆପଣଙ୍କ ଲାଗି ନୂଆ ପରିବର୍ତ୍ତନ ଆଣିଦେବ। ନିଜର ବଳ ଓ ପରିଶ୍ରମରେ ସୁନାମ ଅର୍ଜନ କରିବେ। ବେପାରରେ ଭଲ ଭାବେ ଆଗକୁ ବଢ଼ିବେ। ଟଙ୍କା ପଇସା ନେଣଦେଣ ସମୟରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଅଫିସ୍ରେ ବାଦବିବାଦ ଠାରୁ ଦୂରରେ ରହି କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ, ପଦୋନ୍ନତିର ସୁଯୋଗ ରହିଛି। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ହର୍ଷଉଲ୍ଲାସର ବାତାବରଣ ରହିବ। ଜୀବନସାଥୀ ଠାରୁ ବହୁତ ପ୍ରେମ ପାଇବେ। ପ୍ରେମିକ ପ୍ରେମିକା ରମଣୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ଫଳ ମିଳିବ। ଶରୀର ସୁସ୍ଥ ଓ ସବଳ ରହିବ।
ଆପଣ ନିଜର ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରିବେ। ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରି ବଢ଼ିବା ସହିତ କୌଣସି ଗ୍ରାହକଙ୍କଦ୍ବାରା ଧନଲାଭ ହେବ। ଅଫିସ୍ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିବା ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ ରହିବ। କଠିନ ପରିସ୍ଥିତିରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପ୍ରିୟ ବନ୍ଧୁଙ୍କୁ କିଛି ଉପହାର ଦିଅନ୍ତୁ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
କ୍ୟାରିୟରରେ କାହାରି ସହଯୋଗ ପାଇବେ। ନୂଆ ଚିନ୍ତାଧାରାରେ ବ୍ୟବସାୟକୁ ଆଗକୁ ବଢ଼ାଇ ପାରନ୍ତି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ। ଚାକିରିରେ କିଛି ଭଲ ସୁଯୋଗ ପାଇବେ। ଜମି କିଣିବା ପାଇଁ ମନସ୍ଥ କରିପାରନ୍ତି। ନୃତ୍ୟ ସଙ୍ଗୀତ ଶିକ୍ଷା କରିବା ପାଇଁ ସମୟ ବହୁତ ଭଲ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମହତ୍ତ୍ବାକାଂକ୍ଷା ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜକଥା ଘରଲୋକଙ୍କୁ କହିବେ। ଛାତ୍ରଛାତ୍ରୀ ତର୍କବିତର୍କରେ ସମୟ ନଷ୍ଟ ନ କରି ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ଏ ସପ୍ତାହରେ କୌଣସି ବଡ଼ ସଫଳତା ମିଳିବାର ଯୋଗ ରହିଛି। କାରବାରରେ ଲାଗି ରହିଥିବା ବାଧା ବାପାଙ୍କ ସହଯୋଗରେ ସମାପ୍ତ ହୋଇଯିବ। ଅଚାନକ ଧନ ଆସିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ। ଅଫିସ୍ରେ କୌଣସି କାମ ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି। ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ। ପରିବାରରେ ଆନନ୍ଦଉଲ୍ଲାସର ବାତାବରଣ ରହିବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ବହୁତ ଭଲ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିଛି। ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଏ ସପ୍ତାହରେ ଆପଣ ବହୁତ କିଛି ହାସଲ କରିନେବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମ୍ରେ ମିଳିଯିବ। ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଉଚିତ ହେବ। ଅଫିସ୍ରେ ନୂଆ ପ୍ରୋଜେକ୍ଟ ପାଇବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ଅବସର ମିଳିବ। ରାଜନୀତିକ ଲୋକେ କୌଣସି ସମାରୋହରେ ନିଜର କଥା ରଖିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳ ପାଇବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ଆପଣ ଯାହା ଭାବିନାହାନ୍ତି ଏ ସପ୍ତାହରେ ସେହି କାମ ପୂରା ହୋଇଯିବ। ବେପାରରେ ଦି’ଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଆର୍ଥିକପକ୍ଷ ମଜଭୁତ ରହିବ। ଅଫିସ୍ରେ କର୍ତ୍ତୃପକ୍ଷ ଦେଇଥିବା କାମକୁ ପୂରା ସଚ୍ଚୋଟତା ଓ ନିଷ୍ଠାର ସହିତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ଭଲ ପଦ ମିଳିବ। ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ପ୍ରକୃତି ସହିତ ଅତିବାହିତ କରିବେ। ଜୀବନସାଥୀ ଆପଣଙ୍କୁ କୌଣସି ଖୁସି ଖବର ଶୁଣାଇବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସପ୍ତାହଟି ଭଲ ରହିବ।
ବେପାରକୁ ନେଇ ଆପଣଙ୍କ ମସ୍ତିଷ୍କରେ ନୂଆ ବିଚାର ଆସିବ। ଜମିବାଡ଼ି କିଣାବିକାରେ ଭଲ ଲାଭ ପାଇବେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍ରେ ପୂର୍ବରୁ କରିଥିବା କୌଣସି କାମ ପାଇଁ ପୁରସ୍କୃତ ହେବେ। ସାମାଜିକ ସଂସ୍ଥା କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। ଖେଳାଳିମାନେ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ଘରର ପରିବେଶ ସକାରାତ୍ମକ ରହିବ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ସମୟ ଦେବା ଆବଶ୍ୟକ। ଶାରୀରିକ ଦୃଷ୍ଟିରୁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ଏ ସପ୍ତାହରେ ପ୍ରଗତି ପାଇଁ ଭଲ ଯୋଗ ରହିଛି। ଆପଣଙ୍କର ଭଲ ସ୍ବଭାବ ଆପଣଙ୍କୁ ଲୋକମାନଙ୍କର ପ୍ରିୟଭାଜନ କରାଇବ। ବିଲ୍ଡର୍ସ କୌଣସି ବଡ଼ ଠିକା କାମର ମଉକା ପାଇବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କର ଆବେଦନ ମଞ୍ଜୁର ହୋଇପାରେ। ସକାରାତ୍ମକ ମାନସିକତା ଆପଣଙ୍କ ଚାକିରିରେ ଉନ୍ନତି ଆଣିଦେବ। ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶନ ହୋଇପାରେ। କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ସୃଷ୍ଟି ହେବ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ା ଓ କ୍ୟାରିୟରରେ ସୁଧାର ଆସିବ। ସ୍ବାସ୍ଥ୍ୟରେ ସୁଧାର ହେବ।
ଗ୍ରହମାନଙ୍କର ଶୁଭଦୃଷ୍ଟି ଯୋଗୁଁ ଜୀବନରେ ଆଗକୁ ବଢ଼ିବା ଲାଗି ମଉକା ପାଇବେ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ବାସ କଲେ କ୍ଷତିରେ ପଡ଼ିଯାଇପାରନ୍ତି। ଅଳଙ୍କାର ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଜମି ବା ଭବନ କିଣିବା ଯୋଗ ରହିଛି। ପଦୋନ୍ନତି ବା ଚାକିରି ବଦଳାଇବା ଲାଗି ସୁଯୋଗ ରହିଛି। ଆପଣଙ୍କର କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ବଡ଼ ଦାୟିତ୍ବ ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧ ମଧୁରତାପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳ ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଦୂର ହେବ।

ସପ୍ତାହ ଆରମ୍ଭରୁ ନିଜର ପରିବର୍ତ୍ତନ ହୋଇଥିବା ଅନୁଭବ କରିବେ। ବ୍ୟାବସାୟିକ କୌଶଳ ବୃଦ୍ଧି ଏବଂ ଆୟ ବଢ଼ାଇବା ପାଇଁ ସୁଯୋଗ ପାଇବେ। ଅଫିସ୍ରେ ଅନୁକୂଳ ପରିବେଶରେ କାମ କରିବେ। ଶିକ୍ଷା କ୍ଷେତ୍ରରେ ମନସ୍କାମନା ପୂର୍ଣ୍ଣ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ଆଧିପତ୍ୟ ରହିବ। ଦଳରେ ଭଲ ନେତୃତ୍ବ ନେଇ କାମ କରିବେ। ଘରେ କୌଣସି ଧର୍ମ କାର୍ଯ୍ୟ ହୋଇପାରେ। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହିତ ମିଶିବାର ମଉକା ପାଇବେ। ପ୍ରେମିକ ପ୍ରେମିକା ଭଲ ଜାଗାକୁ ଭ୍ରମଣରେ ଯିବେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ଏ ସପ୍ତାହ ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟରେ ଲାଗି ରହିଥିବା ଝଞ୍ଜଟ ଦୂର ହୋଇଯିବ। ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ। କୌଣସି କଥାରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରନ୍ତୁ ନାହିଁ। ଅଫିସ୍ରେ ନୂଆ ନୂଆ ଲୋକଙ୍କ ସହିତ ପରିଚୟ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଏହାର ଲାଭ ଆଗକୁ ମିଳିବ। ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପାରିବାରିକ ଜୀବନରେ ମଧୁରତା ବଢ଼ିବ। ଝିଅର ସଫଳତାରେ ଗର୍ବ ଅନୁଭବ କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ ତାଙ୍କ ମନପସନ୍ଦର ଉପହାର ଦେବେ। ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ।
ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭଲ ମଉକା ରହିଛି। ତେଣୁ ପୂରା ଧ୍ୟାନ ବ୍ୟବସାୟ ଓ କିଣିବା କ୍ଷେତ୍ରରେ ଲଗାନ୍ତୁ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ଅଫିସ୍ରେ ଆପଣଙ୍କ କାମ ବଦଳିପାରେ। ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଭଲ ଚାକିରିର ସୁଯୋଗ ରହିଛି। ସନ୍ତାନର ସଫଳତାରେ ମନ ପ୍ରସନ୍ନ ରହିବ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀଯୁଗଳଙ୍କ ମଧ୍ୟରେ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଛାତ୍ରଛାତ୍ରୀ କାମ ଓ ପାଠପଢ଼ାରେ ଭାରସାମ୍ୟ ରଖି ଚାଲିବେ। ସୁସ୍ଥ ରହିବା ପାଇଁ ଖାଦ୍ୟର ଯୋଜନା ପ୍ରସ୍ତୁତ କରିବେ। ଦୁଇଚକିଆ ଯାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/weekly-rasi.jpg)