ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରଚନାତ୍ମକ କାମରେ ଆପଣଙ୍କ ଧ୍ୟାନ ରହିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଖାଦ୍ୟ ପାନୀୟ ନେଇ ସଜାଗ ରହନ୍ତୁ। ଖେଳାଳିଙ୍କ ଲାଗି ଦିନଟି ଭଲ।

ବୃଷ: ଭାଗୀଦାରି ବ୍ୟବସାୟରୁ ଲାଭ ପାଇବେ। ବୌଦ୍ଧିକ ବର୍ଗରେ ସମ୍ମାନ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ସାଥୀଙ୍କୁ ଉପହାର ଦେବେ।

ମିଥୁନ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ଅନ୍ୟ ଦିନ ତୁଳନାରେ ଅଫିସ କାମ ଭଲରେ ହେବ। ଘରୋଇ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବେ।

କର୍କଟ: ଆର୍ଥିକ କ୍ଷେତ୍ରରେ ମନ ଚାହୁଁଥିବା ସଫଳତା ପାଇବେ। ଗବେଷକ ଭଲ ଫଳ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ।

ସିଂହ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକତା ଆଡ଼କୁ ଢଳି ରହିବ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

କନ୍ୟା: ପରିବାର ସହିତ ଅଧିକ ସମୟ କାଟିବେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ତୁଳା: ଦିନଟି ଉତ୍ସାହରେ ପୂର୍ଣ୍ଣ ରହିବ। ଆପଣଙ୍କର ସବୁ ଶକ୍ତି ନୂଆ କାମରେ ଲଗାଇବେ। ବ୍ୟବସାୟ‌ କ୍ଷେତ୍ରରେ ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ।

ବିଛା: ଦିନଟି ପୂର୍ବ ଅପେକ୍ଷା ଭଲରେ କଟିବ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

ଧନୁ: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। ଲୋକଙ୍କ ଉପରେ ଆପଣଙ୍କ କଥାର ପ୍ରଭାବ ପଡ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ।


ମକର: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। କୌଣସି ମନୋରଂଜନକାରୀ ଗତିବିଧିରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି।

କୁମ୍ଭ: ଆପଣ କିଛି ନୂଆ କରିବାକୁ ଚେଷ୍ଟା କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ପରିବାରରେ ଖୁସିର ମାହୋଲ ରହିବ। ରାଜନୀତିରେ ସଫଳତା ପାଇବେ।

ମୀନ: ଅଫିସରେ ବରିଷ୍ଠଙ୍କ ଠାରୁ ଭଲ ବ୍ୟବହାର ମିଳିବ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ ପାଇଁ ବାହାରକୁ ଯାଇପାରନ୍ତି। ବିବାହ ଦିଗରେ ଥିବା ବାଧା ଦୂର ହେବ।

ସମ୍ବନ୍ଧିତ ଖବର