ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ସାମାଜିକ ପରିସର ବୃଦ୍ଧି ପାଇବ। କିଛି ଲୋକ ଆପଣଙ୍କୁ ବିରୋଧ କରିବେ।

ବୃଷ: ବେପାରକୁ ନେଇ ମନରେ ନୂଆ ବିଚାର ଆସିବ। ଜୀବନରେ ସ୍ଥିରତା ବଜାୟ ରହିବ। ଛାତ୍ରମାନେ ଫଳ କଥା ଚିନ୍ତା ନ କରି ପରିଶ୍ରମ କରନ୍ତୁ।

ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

କର୍କଟ: ଅଫିସରେ ଅଧିକ କାମ କରିବେ। ଆୟ ଉତ୍ସରେ ସ୍ଥିରତା ରହିବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହୋଇଯିବ।

ସିଂହ: କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। କୌଣସି ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁଙ୍କ ନିମନ୍ତ୍ରଣ ଆସିପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

କନ୍ୟା: ଧାର୍ମିକ କାର୍ଯ୍ୟରେ ମନ ଲାଗି ରହିବ। ବନ୍ଧୁ ସହଯୋଗରେ ସବୁ ଅଶାନ୍ତିର ସମାଧାନ ହୋଇଯିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ତୁଳା: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଆପଣଙ୍କ କଂପାନି କୌଣସି ବଡ଼ କଂପାନି ସହିତ ଡିଲ୍ କରିବ। ସିନେମା ଦେଖିବା ପାଇଁ ଯୋଜନା କରିବେ।

ବିଛା: ଘର କାମରେ ସମୟ ଦେବେ। ଅତୀତର ସ୍ମୃତି ତାଜା ହେବ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ କୌଣସି ନୂଆ ଆହ୍ବାନ ଆସିବ।

ଧନୁ: କୌଣସି ବିଶେଷ ଖବର ପାଇବେ। କୋର୍ଟ କଚେରି ମାମଲା ଜିଣିବେ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶଂସା କରିପାରନ୍ତି। ଘରେ ସମସ୍ତଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ମକର: ଅଫିସରେ କୌଣସି ମହତ୍ତ୍ବପୂର୍ଣ୍ଣ କାମ ପାଇବେ। ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

କୁମ୍ଭ: ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ନେତାଙ୍କ ଲାଗି ଦିନଟି ଭଲ।

ମୀନ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ସମ୍ବନ୍ଧିତ ଖବର