ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କରିଆସୁଥିବା କାମରେ ସକାରାତ୍ମକ ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଆଇନ ମାମଲାରେ ଆପଣଙ୍କୁ ଆଶ୍ବସ୍ତି ମିଳିବ।

ବୃଷ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

ମିଥୁନ: ନିଜର ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବା ପାଇଁ ସମୟ ଲାଗିବ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ପ୍ରସନ୍ନ ରହିବେ।

କର୍କଟ: ଆପଣଙ୍କର ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଶଂସା ହେବ।

ସିଂହ: ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ହେବ।

କନ୍ୟା: ବହୁ ଦିନର ସ୍ବପ୍ନ ସାକାର ହେବ। ଆପଣଙ୍କ ସଫଳତା ମାର୍ଗରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ସମାଜସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।

ତୁଳା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବିଛା: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ନିଜର ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ଅଳଙ୍କାର ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ। ଶତ୍ରୁ ହଇରାଣ କରିବାକୁ ଚେଷ୍ଟା କରିବେ।

ଧନୁ: ଭାବିଥିବା କାମ ସଂପୂର୍ଣ୍ଣ ହେବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। କଳା ଛାତ୍ରଙ୍କ ଲାଗି ଦିନଟି ଶୁଭ।

ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ପାଇବ। କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସଫଳତା ପାଇବେ।

କୁମ୍ଭ: ଜୀବନରେ ନୂଆ ଉଚ୍ଚତା ହାସଲ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଆର୍ଥିକ ଚିନ୍ତା ଦୂର ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ମୀନ: ଜୀବନସାଥୀ ଭଲ ଖବର ଦେବେ। ପୂର୍ବରୁ କରିଆସୁଥିବା କାମରୁ ଲାଭ ମିଳିବ। ପାରିବାରିକ ଜୀବନ ସୁଖକର ହେବ। ବାହନ କିଣିବା ଲାଗି ମନ ହେବ। ଲେଖକଙ୍କୁ ଖ୍ୟାତି ମିଳିବ।

ସମ୍ବନ୍ଧିତ ଖବର