ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଆନନ୍ଦିତ ରହିବ। ନୂଆ ବିଚାର ଆପଣଙ୍କୁ ଆର୍ଥିକ ଉନ୍ନତି ଦେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

ବୃଷ: ଲକ୍ଷ୍ୟ ଆଡ଼କୁ ଧ୍ୟାନ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି କୌଣସି ନୂଆ ଯୋଜନା କରିବେ।

ମିଥୁନ: ଚାକିରି ବୃତ୍ତିରେ ପରସ୍ଥିତି ଭଲ ରହିବ। ବିଶେଷ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

କର୍କଟ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗିବେ। ଦାମ୍ପତ୍ୟ ଜୀବନରେ ବିଶ୍ବାସ ଓ ମଧୁରତା ବଢ଼ିବ।

ସିଂହ: ବର୍ତ୍ତମାନର ସ୍ଥିତିରେ ଖୁସି ରହିବେ। ବନ୍ଧୁ ଓ ସଂପର୍କୀୟଙ୍କ ସହ ସମ୍ବନ୍ଧ ଆହୁରି ଭଲ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି।

କନ୍ୟା: ଅଫିସରେ ନିଜର ମତ ରଖିବାରେ ସଫଳ ହେବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ନୂଆ ବନ୍ଧୁତା କରିବା ପୂର୍ବରୁ ବ୍ୟକ୍ତିଙ୍କ ବ୍ୟବହାର ପରଖନ୍ତୁ।

ତୁଳା: ବ୍ୟବସାୟ ସମ୍ମିଳନୀରେ ଲୋକମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ। ଅଚାନକ ଧନଲାଭ ହେବ। ପରିବାରରେ ଖୁସିର ଆଗମନ ହେବ।

ବିଛା: ଘରେ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଭଲ ହେବ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ।

ଧନୁ: ଅଫିସରେ କୌଣସି ନୂଆ କାମ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପ୍ରିୟତମଙ୍କ ସହ ବାହାରେ ରାତ୍ରିଭୋଜନ କରିବେ।

ମକର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମ ଜୀବନ ଭଲ ହେବ।

କୁମ୍ଭ: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ବହୁତ ଭଲ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମୀନ: ବେପାର ନେଇ ମନକୁ ନୂଆ ବିଚାର ଆସିବ। ପଇସାର ଅଭାବ ଅନୁଭବ କରିପାରନ୍ତି। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ।

ସମ୍ବନ୍ଧିତ ଖବର