publive-imageମେଷ: ଆପଣ ଭାବିଥିବା କାମ ପୂରା ହୋଇଯିବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ପରିବାରରୁ ଅଶାନ୍ତି ଦୂର ହେବ। ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ।

Advertisment

publive-imageବୃଷ: ଶାନ୍ତ ରହି ନିଜର ପ୍ରାଥମିକତା ସ୍ଥିର କରନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ମହିଳାମାନଙ୍କୁ ପରିବାରର ପୂରା ସହଯୋଗ ମିଳିବ।

publive-imageମିଥୁନ: ଦିନଟି ପୂର୍ବ ଅପେକ୍ଷା ଭଲରେ ବିତିବ। ଯୋଜନା ପ୍ରସ୍ତୁତ କରି ତାହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। ଘରେ ଖୁସିର ପରିବେଶ ରହିବ। ପ୍ରେମିକ ସହିତ ସମ୍ବନ୍ଧରେ ଉନ୍ନତି ହେବ।

publive-image

କର୍କଟ: କାମରେ ଲାଗି ରହିଥିବା ବାଧା ଦୂର ହେବ। ଆପଣଙ୍କୁ ବହୁତ ଲାଭ ମିଳିବ। ସନ୍ତାନ ଆପଣଙ୍କୁ ଭଲ ସମାଚାର ଦେବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageସିଂହ: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲଗାନ୍ତୁ। ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

publive-imageକନ୍ୟା: ଆପଣଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହୋଇ ମନ ଖୁସି ହୋଇଯିବ। ସରକାରୀ ଚାକିରିଆ ଭଲ ଖବର ପାଇବେ।

publive-imageତୁଳା: ନିଜ ବାକ୍‌ଚାତୁରୀ ବଳରେ ଲୋକମାନଙ୍କୁ ବୁଝାଇବାରେ ସକ୍ଷମ ହେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

publive-imageବିଛା: ମନ ଲଗାଇ କାମ କରନ୍ତୁ, ଠିକ୍ ସମୟରେ ପୂରା ହୋଇଯିବ। ବାଲ୍ୟବନ୍ଧୁ ସହିତ ଦେଖା ହେବ। ଜୀବନସାଥୀଙ୍କ ସହ ସିନେମା ଦେଖିବେ।

publive-image
‌ଧନୁ: ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ଆକର୍ଷିତ କରିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

publive-image

ମକର: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣ ଆଶାତୀତ ଲାଭ ପାଇବେ। କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ।

publive-image

କୁମ୍ଭ: ଆପଣଙ୍କ ଧ୍ୟାନ ପୂଜାପାଠରେ ଲଗାନ୍ତୁ, ଶୀଘ୍ର ଶୁଭଫଳ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ବ୍ୟବସାୟରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

publive-image

ମୀନ: ଅଭିନବ କାର୍ଯ୍ୟ କରିବାର ଇଚ୍ଛା ପୂରଣ କରିବାକୁ ହେଲେ ନୂଆ କଳା କୌଶଳ ଶିଖିବାକୁ ଚେଷ୍ଟା କରନ୍ତୁ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ଘନିଷ୍ଠତା ବଢ଼ିବ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ।