ନୂଆଦିଲ୍ଲୀ: ଏବେ ଶୀତ ଦିନ ଚାଲିଛି । ଶୀତଦିନେ ସାଧାରଣତ ଆମ ସମସ୍ତଙ୍କର ପାଣିକୁ ନେଇ ଟିକେ ଡର ଥାଏ । ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ପାଣି ପିଇବା ଯାଏଁ । ଶୀତଦିନେ ଲୋକେ କମ୍ ପାଣି ପିଅନ୍ତି । ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି ସମସ୍ୟାକୁ ସମାଧାନ କରିପାରିବେ । ଶୀତଦିନେ ଗରମପାଣି ପିଇବା ଦ୍ୱାରା ଆପଣଙ୍କୁ ବି ଆହୁରି ଅନେକ ଲାଭ ମିଳିବ ।

Advertisment

ଗରମ ପାଣିର ଲାଭ

ଏକ ସର୍ବେକ୍ଷଣ ମୁତାବକ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରର ମେଟାବୋଲିକ ହାରରେ ସୁଧାର ଆସିଥାଏ । ଏହା ଫଳରେ ହଜମ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ । ଥଣ୍ଡା ପାଣି ତୁଳନାରେ ଗରମ ପାଣି ଆପଣଙ୍କ ପାଚନ କ୍ରିୟାକୁ ସର୍ବାଧିକ ତ୍ୱରାନିତ କରିଥାଏ । ଗରମପାଣି ପିଇବା ଦ୍ୱାରା ଅମ୍ଳ, ବାତ ଭଳି ସମସ୍ୟା ଦୂର ହୋଇଥାଏ ।

ଗରମ ଦିନ ତୁଳନାରେ ଶୀତଦିନେ ରକ୍ତଚାପ ଅଧିକ ରହିଥାଏ । କାରଣ ଶୀତଦିନେ ରକ୍ତ କୋଷିକାର ପ୍ରବାହ ଧିମା ପଡିଯାଇଥାଏ । ଏହି ସମୟରେ ଯଦି ଆପଣ ଗରମ ପାଣି ପିଉଛନ୍ତି ତେବେ ତାହା ଆପଣଙ୍କ ରକ୍ତ ପ୍ରବାହର ଗତିକୁ ଦ୍ରୁତ କରିଥାଏ । ଏହାଦ୍ୱାରା ରକ୍ତ ସଂଚାଳନରେ ସୁଧାର ଆସିଥାଏ ।

ଶୀତ ଋତୁରେ ଅନେକ ଲୋକଙ୍କର ମାଂସପେଶୀରେ ଦରଜ ହୋଇଥାଏ । ଏହାର କାରଣ ଭାବେ ତାପମାତ୍ରା ହ୍ରାସ ବୋଲି କୁହାଯାଇଥାଏ । ଫଳରେ ଗଣ୍ଠିଗୁଡିକ ଯୋଡେଇ ସ୍ଥାନରେ ଲୋକମାନେ ଦରଜ ଅନୁଭବ କରିଥାନ୍ତି । ଏଣୁ ଶୀତଋତୁରେ ଗରମପାଣି ପିଇବା ଦ୍ୱାରା ମାଂସପେଶୀ ସଂଚାଳିତ ହୋଇଥାଏ ଓ ଗଣ୍ଠି ଦରଜ କମ ହୋଇଥାଏ । ଶୀତ ଋତୁରେ ମେଟାବୋଲିଜିମ ହାର କମିବା ଫଳରେ ମଣିଷର ଓଜନ ବୃଦ୍ଧି ହୋଇଥାଏ । ଯଦି ଆପଣ ଶୀତ ଋତୁରେ ଗରମପାଣି ପିଉଛନ୍ତି ତେବେ ତାହା ମେଟାବୋଲିଜିମ୍ ସିଷ୍ଟମକୁ ବିଚ୍ଛୁରିତ କରି ଶରୀରରେ ଜମିଥିବା ଚର୍ବିକୁ କମ କରିବାରେ ସହାୟକ ହୋଇଥାଏ ।

ଆହୁରି ପଢନ୍ତୁ- Amla Pickle: ଶୀତ ଦିନେ ଶରୀର ପାଇଁ ଉପକାରୀ ଅଁଳା ଆଚାର, ଜାଣନ୍ତୁ ପ୍ରସ୍ତୁତି ପ୍ରଣା​ଳୀ...

ଶୀତଦିନେ ବିଶେଷ ଭାବେ ନାକ ଓ ଗଳାରେ ସମସ୍ୟା ଦେଖାଦେଇଥାଏ । ନାକରୁ ପାଣି ଗଡିବା, ଗଳା ସଂକ୍ରମିତ ହୋଇ କାଶ ହେବା ଭଳି ଲକ୍ଷଣ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମଳିଥାଏ । ଗରମ ପାଣିରେ ଲୁଣ ଓ ଅଦା ରଶ ମିଶାଇ କୁଳିକଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆହୁରି ପଢନ୍ତୁ- Common winter diseases: ଶୀତଦିନେ ଶିଶୁଙ୍କ ଠାରେ ଦେଖାଯାଏ ଏସବୁ ରୋଗ… ସତର୍କ ରୁହନ୍ତୁ, ପିଲାଙ୍କ ଯତ୍ନ ନିଅନ୍ତୁ…