ଜାଣନ୍ତୁ , ନାକ କିପରି ସ୍ମରଣ ଶକ୍ତି ବୃଦ୍ଧି କରିଥାଏ

ମଣିଷ ଶ୍ୱାସକ୍ରିୟା ବିନା ବଞ୍ଚିପାରେ ନାହିଁ। ହେଲେ ଆପଣ କ’ଣ ଜାଣନ୍ତି କି ନାକ ବାଟେ ନିଃଶ୍ୱାସ ନେଲେ ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ଏ ସଂପର୍କରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଏକ ଗବେଷଣା କରାଯାଇଥିଲା। ଏଥିରେ ପ୍ରାଣୀମାନେ ନାମ ମାଧ୍ୟମରେ ନିଃଶ୍ୱାସ ନେବା ବେଳେ ଓ ବିଭିନ୍ନ ପ୍ରକାରର ସୁଗନ୍ଧର ଶୁଂଘିବା ବେଳେ କିଭଳି ପ୍ରଭାବ ଶରୀର ଉପରେ ପଡୁଛି,ତାହା ଉପରେ ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ମୁଖ୍ୟ ଥିଲେ ଆର୍ଟିନ ଅର ସମିୟନ୍‌ ଓ ଏଥିରେ ତାଙ୍କର ସହଯୋଗୀମାନେ ସହଯୋଗ କରିଥିଲେ। ସେମାନେ ବିଭିନ୍ନ ପ୍ରାଣୀମାନଙ୍କର ନାକବାଟେ ନିଃଶ୍ୱାସ ନେବା ଓ ପାଟି ବାଟେ ଶ୍ୱାସ ନେବା ଉପରେ ତୁଳନାତ୍ମକ ସମୀକ୍ଷା କରିଥିଲେ।
ଏଥିରୁ ଜଣାପଡିଥିଲା ନାକ ବାଟେ ନିଃଶ୍ୱାସ କ୍ରିୟା କରୁଥିବା ଲୋକେ ସହଜରେ ଗନ୍ଧ ବାରିପାରନ୍ତି। କିନ୍ତୁ ଯେଉଁମାନେ ପାଟି ବାଟେ ଅଧିକ ଶ୍ୱାସକ୍ରିୟା କରନ୍ତି,ସେମାନଙ୍କ କ୍ଷେତ୍ରରେ ତାହା ଘଟି ନଥାଏ।


ଯଦିଓ ଏହି ଗବେଷଣାରେ ମସ୍ତିଷ୍କର ଗତିବିଧି ଉପରେ ବିଶେଷ ଗବେଷଣା କରାଯାଇ ନା ନାହିଁ,ତଥାପି ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଯେଉଁମାନେ ନାକ ବାଟେ ଶ୍ୱାସକ୍ରିୟା କରନ୍ତି,ସେମାନଙ୍କର ସ୍ମରଣ ଶକ୍ତି ଅଧିକ। ନାକ ପଟେ ଶ୍ୱାସକ୍ରିୟା କରିବା ପରେ ସ୍ମରଣ ଶକ୍ତିରେ ଉନ୍ନତି ଘଟିଥାଏ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର