ଜାଣନ୍ତି ଆମ ଶରୀର ପାଇଁ କ୍ରୋମିୟମ୍‌ କେତେ ଜରୁରି

କ୍ରୋମିୟମ୍‌ ଏକ ପ୍ରକାରଏକ ପ୍ରକାର ଖଣିଜ ପଦାର୍ଥ ଯାହାର ବ୍ୟବହାର ସାଧାରଣତଃ ଶିଳ୍ପ କ୍ଷେତ୍ରରେ ପରିଲକ୍ଷିତ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଆମ ଶରୀର ପାଇଁ ବି ଏହାର ଢେର ଆବଶ୍ୟକତା ରହିଛିି।

ପ୍ରଥମେ ଜାଣନ୍ତୁ କେଉଁସବୁ ଖାଦ୍ୟ ପାନୀୟରେ କ୍ରୋମିୟମ୍‌ ମିଳିଥାଏ। ଏହା ସାଧାରଣତଃ ସେଓ, ନାସପାତି, କଦଳୀ, କମଳା, ମାଂସ, ବ୍ରୋକ୍‌ଲି , ନଡ଼ିଆ, ଅମୃତଭଣ୍ଡା, ଅଣ୍ଡା, ବାଦାମ, ଅଦା, ଆଳୁ, ରସୁଣ ଓ ତୁଳସୀ ପତ୍ରରେ ମିଳିଥାଏ।

ଏବେ ଆସନ୍ତୁ ଜାଣିବା କ୍ରୋମିୟମ୍‌ ଆମର କେଉଁ ଉପକାରରେ ଆସିଥାଏ?

ମଧୁମେହ ରୋଗୀଙ୍କ ଶରୀରରେ କ୍ରୋମିୟମ୍‌ କମ୍‌ ରହିଥାଏ। ଏଣୁ କ୍ରୋମିୟମ୍‌ ଯୁକ୍ତ ଖାଦ୍ୟ ଖାଇଲେ ରକ୍ତ ସର୍କରା ନିୟନ୍ତ୍ରିତ ହୋଇଥାଏ। ଅନେକ ସମୟରେ ଡାକ୍ତର ରୋଗୀଙ୍କୁ କ୍ରୋମିୟମ୍‌୍‌ର ବାହ୍ୟ ଖୋରାକ ଦେଇଥାଆନ୍ତି।

ତ୍ୱଚା ପାଇଁ ଜରୁରୀ: ତ୍ୱଚାର ସୌନ୍ଦର୍ଯ୍ୟ ଲାଗି କ୍ରୋମିୟମ୍‌ ଜରୁରି। ଶରୀରରେ କ୍ରୋମିୟମ୍‌ର ମାତ୍ରା କମ୍‌ ଥିଲେ ମୁହଁରେ ବ୍ରଣ ଉଠିଥାଏ। କ୍ରୋମିୟମ୍‌ ଇନ୍‌ସୁଲିନ ରିଲିଜ୍‌ କରୁଥିବା ହେତୁ ଏହାର ସେବନ ଦ୍ୱାରା ତ୍ୱଚା ବି ବ୍ରଣଯୁକ୍ତ ହୋଇଥାଏ।

ହୃଦ୍‌ରୋଗ ରୁ ରକ୍ଷା କରିଥାଏ: କ୍ରୋମିୟମ୍‌ ସେବନ ଫଳରେ ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର ମାତ୍ରା କମ୍‌ ହୋଇଥାଏ। ଏହା ଦ୍ୱାରା ହୃଦ୍‌ରୋଗର ଆଶଙ୍କା ବି ହ୍ରାସ ପାଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ହୃଦ୍‌ଘାତରେ ହେଉଥିବା ମୃତ୍ୟୁର ପ୍ରମୁଖ କାରଣ ହେଲା ଶରୀରରେ କ୍ରୋମିୟମ୍‌ର ମାତ୍ରା କମ୍‌ ରହିବା।
ଓଜନ ହ୍ରାସ କରିବାରେ ସହାୟକ:-କ୍ରୋମିୟମ୍‌ର ସେବନ ଫଳରେ ଶରୀର ଫିଟ୍‌ ରହିଥାଏ ଏବଂ ଶରୀରରେ ଥିବା ଅତିରିକ୍ତ ଚର୍ବି ଅଂଶ ଦହନ ହୋଇଥାଏ। ଏହି ଦୁଇଟି କାରଣରୁ କ୍ରୋମିୟମ୍‌ ମୋଟା ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ।

ସମ୍ବନ୍ଧିତ ଖବର