ଏସବୁ ଖାଇ ଫିଟ ରୁହନ୍ତି ନୁସରତ ଜାହାଁ

କୋଲକାତା: ପଶ୍ଚିମବଙ୍ଗର ବସିରହାଟରୁ ତୃଣମୂଳ କଂଗ୍ରେସର ସାଂସଦ ଥିବା ନୁସରତ ଜାହାଁ ନିର୍ବାଚନ ଜିତିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି | ନୁସରତ ସାଂସଦ ହେବା ପୂର୍ବରୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଅଧିକ ଥିବାବେଳେ ବିବାହ ପରେ ବି ବଢ଼ିବାରେ ଲାଗିଛି ଫ୍ୟାନଙ୍କ ସଂଖ୍ୟା | କିଭଳି ନୁସରତ ଫିଟ ରହୁଛନ୍ତି ତାହା ବାବଦରେ ଜାଣିବାକୁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି | ଜାଣନ୍ତୁ କିଭଳି ଫିଟ ରୁହନ୍ତି ନୁସରତ | ନୁସରତଙ୍କ କହିବା କଥା ସକାଳୁ ଉଠିବାମାତ୍ରେ ଖୋଲା ପଡିଆରେ ପ୍ରଥମେ ସେ ଯୋଗ କରନ୍ତି |

Photo-TimesOfindia

ଧାଇଁବା ସହ ଓଜନକୁ ନିୟନ୍ତ୍ରିତ କରିବା ପାଇଁ ପ୍ରତିଦିନ ଅଧଘଣ୍ଟା ଯୋଗ କରନ୍ତି | ସେହିପରି ଯୋଗ ପରେ ଗ୍ରୀନ ଟି ପିଇବା ପରେ ଚେରି ଖାଇଥାନ୍ତି | ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତାଙ୍କୁ ସୁସ୍ଥ ରଖେ ବୋଲି ନୁସରତ ବିଶ୍ୱାସ କରନ୍ତି | ତେବେ ମଧ୍ୟାହ୍ନ ଭୋଜନକୁ ନେଇ ବେଶ ସଚେତନ ରୁହନ୍ତି ନୁସରତ | ମଧ୍ୟାହ୍ନ ଭୋଜନରେ ଭାତ, ମାଛ ଓ ଦହି ହିଁ ଖାଇଥାନ୍ତି | ତେବେ ଏସବୁ ଖାଦ୍ୟ କେବଳ ଅଲିଭ ତେଲରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ |

Photo-TimesofIndia

ସନ୍ଧ୍ୟାରେ ଭରପୁର ଖାଦ୍ୟ ଖାଉଥିବାବେଳେ ରାତିରେ କେବଳ ସୁପ ଓ ସିଝା ଚିକେନ ହିଁ ଖାଇଥାନ୍ତି | ଫିଟନେସ ମାମଲାରେ ନୁସରତ ଶିଳ୍ପା ସେଟ୍ଟୀଙ୍କୁ ନିଜର ଆଦର୍ଶ ମାନନ୍ତି | ନୁସରତଙ୍କ କହିବା କଥା ଶିଳ୍ପା ସେଟ୍ଟୀ ଏହି ବୟସରେ ଯେମିତି ଫିଟ ରହୁଛନ୍ତି ଓ ଫ୍ୟାଟ ନଥିବା ତାଙ୍କୁ ବେଶ ପ୍ରଭାବିତ କରିଛି |

ସମ୍ବନ୍ଧିତ ଖବର