କେମିତି ବଢ଼ାଇବେ ଆପଣଙ୍କ ସ୍କୁଟରର ମାଇଲେଜ, ୪ଟି ଉପାୟ ଜାଣିରଖନ୍ତୁ

ଆପଣଙ୍କ ଗିୟରଲେସ ସ୍କୁଟରର ମାଇଲେଜକୁ ନେଇ ଆପଣ ଚିନ୍ତିତ କି ? ଆପଣ ଆଶା କରୁଥିବା ପିକଅପ ଓ ମାଇଲେଜ ଦେଉନି ଆପଣଙ୍କ ଯାତ୍ରାର ସାଥି | ତେବେ ପଢନ୍ତୁ ଏହି ସବୁ ୪ଟି ଉପାୟ | ଯାହାକି ଆପଣଙ୍କ ସ୍କୁଟରକୁ ଠିକ ମାଇଲେଜ ଦେବାରେ ସାହାଯ୍ୟ କରିବ |

୧.ନିୟମିତ ସର୍ଭିସ
ଯଦି ଆପଣ ଠିକ ସମୟରେ ଆପଣଙ୍କ ସ୍କୁଟରର ସର୍ଭିସ କରୁନଥିବେ ତେବେ ଏହାର ପ୍ରଭାବ ଇଂଜିନ ଉପରେ ପଡେ | ଯାହାଦ୍ୱାରା ଅଧିକ ଇନ୍ଧନ ପୋଡ଼ିଯାଇଥାଏ ତେଣୁ ସଠିକ ସମୟରେ ସର୍ଭିସ କରନ୍ତୁ |

୨.ଏୟାର ଫିଲ୍ଟର ସଫା କରନ୍ତୁ
ସର୍ଭିସ ସମୟରେ ଏୟାର ଫିଲ୍ଟର ସଫା ହୋଇଥାଏ | ତେବେ ଆପଣ ଚେଷ୍ଟା କରନ୍ତୁ ୫୦୦-୧୦୦୦ କିଲୋମିଟର ମଧ୍ୟରେ ଏହାର ସଫେଇ କରିବା ଆବଶ୍ୟକ | କାରଣ ଆପଣଙ୍କ ସହରରେ ଯେତେ ପ୍ରଦୂଷଣ ଅଧିକ ହୋଇଥାଏ, ଏୟାରଫିଲ୍ଟର ସେତେ ଶୀଘ୍ର ଖରାପ ହୋଇଯାଇଥାଏ |

୩.ବେଗ ଉପରେ ଦିଅନ୍ତୁ ଗୁରୁତ୍ୱ
ଭଲ ମାଇଲେଜ ପାଇଁ ଗାଡିର ବେଗ ଉପରେ ଗୁରୁତ୍ୱ ଦିଅନ୍ତୁ | ୪୦ରୁ ୫୦ କିଲୋମିଟର ବେଗରେ ସବୁବେଳେ ଗାଡି ଚଳାଇବାକୁ ଧ୍ୟାନ ରଖନ୍ତୁ |

୪.ଏକଶିଲେଟରକୁ ବାରମ୍ବାର ବଢ଼ାନ୍ତୁ ନାହିଁ
ବେଳେବେଳେ ଦେଖାଯାଏ କିଛି ଲୋକ ହଠାତ ଏକଶିଲେଟର ବଢ଼ାଇଦେଉଥିବାବେଳେ କମାଇଦିଅନ୍ତି | ଏହା ଆପଣଙ୍କ ଇଂଜିନ ଉପରେ ପ୍ରଭାବ ପକାଏ ଏହା କରନ୍ତୁ ନାହିଁ |

ସମ୍ବନ୍ଧିତ ଖବର