କେବଳ ପୋଷଣ ପାଇଁ ନୁହେଁ, ଓଜନ ହ୍ରାସ ପାଇଁ ବି ଖାଆନ୍ତୁ କମଳା

ଫଳ ଓ ପରିବା କେବଳ ଶରୀରକୁ ପୋଷଣ ଦେବାରେ ନୁହେଁ ବରଂ ଅନେକ ସମୟରେ ଏହା ଶରୀରରୁ ଅତିରିକ୍ତ ଚର୍ବି ଖସାଇବା କାମରେ ବି ଆସିଥାଏ। କମଳା ସେଥିମଧ୍ୟରୁ ଅନ୍ୟତମ। ଶୀତ ଦିନେ ଶରୀରରୁ ଜଳୀୟ ଅଂଶ କମ୍‌ ହୋଇ ଯାଉଥିବା କାରଣରୁ କମଳା ଖାଇବା ନିହାତି ଜରୁରୀ। ଏହି ମିଠା ଓ ସ୍ବାଦିଷ୍ଟ ଫଳ ଖାଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି କମ୍‌ ହୋଇଥାଏ ବୋଲି ଜାଣିବାକୁ ମିଳିଛି।

କମଳାରେ ଥିବା ‘ଭିଟାମିନ୍‌ ସି’ ଓ ଆଣ୍ଟି ଅକ୍ସିଡାଣ୍ଟ୍‌ ଶରୀର ପାଇଁ ଖୁବ୍‌ ହିତକାର ହୋଇଥାଏ। କମଳାରେ କ୍ୟାଲୋରି କମ୍‌ ରହିଥିବା ବେଳେ ପୋଷଣ ତତ୍ତ୍ବ, ଫାଇବର୍‌ ଓ ଭିଟାମିନ୍‌ ସି ଭର୍‌ପୂର ପରିମାଣରେ ରହିଥାଏ। ଯାହାକି ବିଶେଷ କରି ପେଟରୁ ଚର୍ବି କାଟିବାରେ ବିଶେଷ ସହାୟ ହୋଇଥାଏ।

କମଳା ଖାଇବା ଦ୍ବାରା ତ୍ବଚା ସୁସ୍ଥକର ରହିବା ସହ ଅନ୍ୟାନ ରୋଗ କମ୍‌ ହୋଇଥାଏ। ନିୟମିତ କମଳା ଖାଇବା ଦ୍ବାରା କକର୍ଟ ଓ ହୃଦ୍‌ଘାତ ହେବାର ଆଶଙ୍କା କମ୍‌ ହୋଇଥାଏ।

ସମ୍ବନ୍ଧିତ ଖବର