ଆଖି ତଳ କଳାପଡ଼ିବା ଆଜିକାଲିର ଯୁବପିଢ଼ିଙ୍କର ଏକ ସାଧାରଣ ସମସ୍ୟା। ଅତ୍ୟଧିକ ପରିମାଣରେ କମ୍ପ୍ୟୁଟର୍, ଲ୍ୟାପ୍ଟପ୍, ଟ୍ୟାବ୍, ଫୋନ ଆଦି ବ୍ୟବହାର କରିବା ଦ୍ୱାରା ଏଥିରୁ ନିର୍ଗତ ହେଉଥିବା ଲେଜର ଲାଇଟ୍ ମୁହଁ ପାଇଁ ଭଲ ହୋଇନଥାଏ। ଏହା ବ୍ୟତୀତ ଏ ସବୁକୁ ଦୀର୍ଘ ସମୟ ଚାହିଁ ରହିବା ଦ୍ୱାରା ଆଖିର ଜଳୀୟ ଅଂଶ କମ୍ ହୋଇଥାଏ। ଫଳରେ ଆଖିତଳ କଳାପଡ଼ିବା ଏକ ସାଧାରଣ କଥା ପାଲଟିଯାଏ। ଏହା ଏକ ବିରାଟ କଥା ନୁହେଁ। ସାମାନ୍ୟ ସତର୍କତା ଅବଲମ୍ବନ କଲେ ଏହି ସାଧାରଣ ସମସ୍ୟାକୁ ଦୂରେଇ ଦେଇ ହେବ।
ଆଲ୍ମଣ୍ଡ ଅଏଲ୍ ଓ ଭିଟାମିନ୍ ଇ ଅଏଲ୍ ଆଖି ତଳର କଳାପଣ ଦୂର କରିବା ପାଇଁ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଆପଣ ଏହି ଦୁଇଟି ତେଲକୁ ମିଶ୍ରଣ କରି ଦୈନିକ ଆଖି ତଳେ ଲଗାଇ ମାଲିସ୍ କରନ୍ତୁ। ପରିଣାମ ଆପଣ ନିଜେ ହିଁ ଜାଣିପାରିବେ।
/sambad/media/post_attachments/wp-content/uploads/2018/10/Home-remedies-for-dark-circles1-300x160.jpg)
ଆଖି ତଳର କଳାପଣ ଦୂର କରିବା ପାଇଁ କାକୁଡ଼ି ସବୁଠାରୁ ଭଲ ହୋଇଥାଏ। ଆପଣ ଶୋଇବା ବେଳେ ଆଖି ଉପରେ କାକୁଡ଼ି ରଖି ଶୋଇପାରନ୍ତି ଅଥବା ଏହାର ରସକୁ ବି ମହୁରେ ମିଶାଇ ମାଲିସ୍ କରିପାରନ୍ତି।
ଆଳୁକୁ ବି ଆପଣ କାକୁଡ଼ି ପରି ବ୍ୟବହାର କରିପାରିବେ। ଆଳୁକୁ ଗୋଲ କରି କାଟି ଶୋଇବା ବେଳେ ଆଖି ଉପରେ ରଖି ଶୁଅନ୍ତୁ। ଏପରି କଲେ ଆଖି ତଳ କଳାପଣ ଦୂର ହୋଇଥାଏ।
ଆପଣ ଜାଣିଥିବେ ନିଶ୍ଚୟ ଯେ ଗୋଲାପ ଜଳ ଉଭୟ ଆଖି ଓ ମୁହଁ ପାଇଁ ଉପକାରୀ। ଆପଣ ସଦ୍ୟ ଗୋଲାପ ତୋଳି ଆଣି ରାତିରେ ପାଣିରେ ପକାନ୍ତୁ। ସେହି ପାଣିକୁ ତା’ପର ଦିନ ସକାଳେ ମୁହଁରେ ଲଗାନ୍ତୁ।
ଆଖି ତଳ କଳା ଦୂର କରିବା ପାଇଁ ଆପଣ ବିଲାତି ବାଇଗଣ ବି ଲଗାଇ ପାରନ୍ତି। ପଇଡ଼ ପାଣି ବି ଖୁବ୍ ଭଲ ହୋଇଥାଏ ଏହାର ଚିକିତ୍ସା ସକାଶେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/dims.jpg)