ଆଖିର ଯତ୍ନ ନେବେ କିପରି ଜାଣନ୍ତୁ

ଆଜିକାଲି ଆଖି ରୋଗ ବଢ଼ୁଛି। ଏଣୁ ସମସ୍ତେ ସତର୍କ ରହିବା ଏବଂ ନିଜ ନିଜ ଆଖିର ବିଶେଷ ଯତ୍ନ ନେବା ଉଚିତ। ବାହାରୁ ଘରକୁ ଫେରିବା ସଙ୍ଗେସଙ୍ଗେ ମୁହଁ ଓ ହାତ ଧୁଅନ୍ତୁ। ଭଲ ଭାବେ ପାଣି ଛାଟି ଆଖି ଧୁଅନ୍ତୁ।

ବିଛଣାକୁ ଯିବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରନ୍ତୁ। ମୁହଁ ପୋଛିବା ପାଇଁ ଅଲଗା ରୁମାଲ ଓ ତଉଲିଆ ବ୍ୟବହାର କରନ୍ତୁ। ଦେହ-ପୋଛା ତଉଲିଆ ମାଧ୍ୟମରେ ଆଖିକୁ ଜୀବାଣୁ ଯାଇପାରନ୍ତି। ଯଦି ଚଷମା ପିନ୍ଧୁଥାଆନ୍ତି, ଦିନରେ ଅନ୍ୟୂନ ଦୁଇ ଥର ଚଷମା ଧୁଅନ୍ତୁ। କଣ୍ଟାକ୍‌ଟ ଲେନ୍‌ସ ପିନ୍ଧୁଥିଲେ ଅଧିକ ସତର୍କତା ଆବଶ୍ୟକ।

ଅପରିଷ୍କାର ପାଣିରେ ଆଖି ଧୁଅନ୍ତୁନାହିଁ। ବର୍ଷା ପାଣି ଆଖି ପାଇଁ କ୍ଷତିକାରକ। ଏଥିରେ ନାନା ପ୍ରକାର ଜୀବାଣୁ ଓ ପ୍ରଦୂଷକ ଥାଏ। ପ୍ରଦୂଷିତ ବର୍ଷା ଜଳ ଗୁରୁତର ଆଖି ସମସ୍ୟା ସୃଷ୍ଟି କରିଥାଏ।

କ୍ରିମ୍‌ କିମ୍ବା ଫେସ୍‌ଓ୍ଵାସ୍‌ ବ୍ୟବହାର କରିବା ସମୟରେ ଯେମିତି ଆଖି ଭିତରେ ନପସେ ସେଥିପାଇଁ ଯତ୍ନବାନ ହେବ ଉଚିତ।

ସମ୍ବନ୍ଧିତ ଖବର