ନିଜକୁ ସମସ୍ୟା ମୁକ୍ତ କରିବେ କେମିତି ? ଅବଲମ୍ବନ କରନ୍ତୁ ଏହି ଉପାୟ

ଜୀବନରେ ଯଦି ବ୍ୟକ୍ତି କିଛି ଅସୁବିଧାର ସମ୍ମୁଖୀନ ହୁଏ, ତା’ହେଲେ ଅନ୍ୟର ସାହାଯ୍ୟ ନେଇଥାଏ କିମ୍ବା ନିଜେ ସେହି ସମସ୍ୟା ଭିତରେ ଛନ୍ଦି ହୋଇଯାଇଥାଏ । ଯଦି ଏପରି ବହୁତ ସମୟ ଯାଏଁ ଲାଗିରହେ, ତେବେ ଜୀବନ ନର୍କ ଭଳି ଲାଗେ ଏବଂ ନିଜ ଉପରୁ ବିଶ୍ୱାସ ତୁଟିଯାଏ। ଏପରି ହୋଇଥାଏ କାହିଁକି? ଆପଣ ନିଜେ ଜାଣିନଥାନ୍ତି କି ଆପଣଙ୍କ ଭିତରେ ସେହି କ୍ଷମତା ଅଛି ଯାହା ଦ୍ୱାରା ଆପଣ ଏହି ଅସୁବିଧାରୁ ମୁକ୍ତି ପାଇପାରିବେ । ଆପଣ ଜାଣିଛନ୍ତି ଯେ ଯିଏ ନିଜର ସାହାଯ୍ୟ କରିପାରିବନି, ଭଗବାନ ବି ତାକୁ ସାହାଯ୍ୟ କରିପାରିବେନି ।

ଆପଣ ଯଦି ଚାହିଁବେ ତେବେ ନିଜ ଭିତରେ ଥିବା କ୍ଷମତା ଦ୍ୱାରା ଅସୁବିଧାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା କ’ଣ କଲେ ଆପଣଙ୍କ ଜୀବନର ଧାରା ବଦଳିଯିବ ? କେତେକ ଲୋକ ମନକୁ ଶାନ୍ତ କରିବା ପାଇଁ ଡାଏରି ଲେଖନ୍ତି । ତା’ ଭିତରୁ କିଛି ସକାରତ୍ମକ ତ କିଛି ନକାରତ୍ମକ ମଧ୍ୟ । ଯଦି ଆପଣ ଜୀବନରେ କିଛି ସକାରତ୍ମକ କରିବାକୁ ଚାହୁଁଛନ୍ତି, ତା’ହେଲେ ସକାଳୁ ଡାଏରି ଲେଖନ୍ତୁ। ଏଥିରେ ଆପଣ ଆପଣଙ୍କ ଜୀବନର ଉଦ୍ଦେଶ୍ୟ ଏବଂ ସେହି ସ୍ୱପ୍ନ ବିଷୟରେ ଲେଖନ୍ତୁ ଯାହା ଆପଣଙ୍କୁ କରିବାର ଅଛି । ଯଦି ଆପଣଙ୍କ ପାଖରେ ସମୟ ନାହିଁ, ତାହେଲେ ଅଧଘଣ୍ଟା ସମୟ ବାହାର କରି ଡାଏରି ଲେଖନ୍ତୁ । କିଛି ଦିନ ଗଲାପରେ ଆପଣ ଦେଖିବେ ଯେ ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ବଢିଛି । ସକାଳୁ ଉଠି ଫୋନ୍‌ ଚେକ୍‌ କରିବା ପରିବର୍ତ୍ତେ ଏମିତି କଲେ ଭଲ ହେବ ।

ଆପଣ ଯେଉଁ ରୁମ୍‌ରେ ରହୁଛନ୍ତି, ସେହି ରୁମ୍‌କୁ ସଫା ରଖନ୍ତୁ । ସବୁ ଜିନିଷ ଠିକ୍‌ ଭାବରେ ସଜାଡ଼ି ରଖନ୍ତୁ । ଏହା ଆପଣଙ୍କୁ ଚିନ୍ତାରୁ ମୁକ୍ତି ରଖିବ। ଭୋଜନରେ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍‌ । କଫି କିମ୍ବା ଆଲକୋହଲ ବଦଳରେ ଜୁସ୍‌ ବା ଗ୍ରୀନ୍‌ଟି ପିଇବା ଭଲ । ସନ୍ଧ୍ୟା ସମୟରେ ଟିଭି ଦେଖିବା ପରିବର୍ତ୍ତେ ବୁଲିଲେ ଭଲ। ଯଦି ଆପଣ ଭ୍ରମଣ କରିବାକୁ ଚାହାଁନ୍ତିନି ତା’ହେଲେ ମାଗାଜିନ୍‌ ବା ଖବରକାଗଜ ପଢନ୍ତୁ । ଯଦି ଆପଣ ନୂଆ ନୂଆ ଜାଗାକୁ ଭ୍ରମଣ କରିବାକୁ ଚାହାଁନ୍ତି, ତା’ହେଲେ ମଧ୍ୟ ଯାଇପାରନ୍ତି।

ସମ୍ବନ୍ଧିତ ଖବର