ଆପଣଙ୍କ ରକ୍ତ ମଇଳା ହୋଇନାହିଁ ତ? ରକ୍ତ ଖରାପ ହେଲେ ଓଜନ କମିବା ସହ ବ୍ରଣ ବାହାରିବା, ଥକିଯିବା ଓ ପେଟ ସମସ୍ୟା ଆଦି ଆରମ୍ଭ ହୋଇଯାଏ।

ଶରୀର ଭିତରେ ସମସ୍ତ ଜରୁରୀ ଜିନିଷର ତତ୍ତ୍ୱକୁ ନିର୍ଦ୍ଧିଷ୍ଟ ସ୍ଥାନକୁ ରକ୍ତ ପହଞ୍ଚାଇଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ପହଞ୍ଚାଇବା ସହ ଶରୀରର ତାପମାତ୍ରା ନିର୍ଦ୍ଧିଷ୍ଟ ରଖିବା ମଧ୍ୟ ରକ୍ତର କାମ ହୋଇଥାଏ। ରକ୍ତ ଶରୀରର ପିଏଚ୍‌ ଲେବଲ, ପାଣି ସ୍ତର ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ସହ ପୋଷକତତ୍ତ୍ୱକୁ ମଧ୍ୟ ଆବଶ୍ୟକ ସ୍ଥାନକୁ ନେଇଯାଇ ଥାଏ। ଏମିତି ରକ୍ତର ଆହୁରି ଅନେକ କାମ ରହିଥାଏ।

ଅନେକ ଥର ଭୁଲ୍‌ କିମ୍ବା ଖରାପ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ କିଛି ଏମିତି ଖରାପ ତତ୍ତ୍ୱ ମଧ୍ୟ ପହଞ୍ଚ ଯାଇଥାଏ ଯାହା ଶରୀରକୁ ଖରାପ କରିଥାଏ। ଏହାକୁ ରକ୍ତ ଖରାପ ହେବା କୁହାଯାଏ। ଏମିତିରେ ଶରୀରରେ ଅନେକ ପ୍ରକାରର ସମସ୍ୟା ହୋଇଥାଏ। ଏଥିପାଇଁ ରକ୍ତକୁ ସଫା କରିବା ଲାଗି ଆପଣଙ୍କୁ ଅଲଗା କିଛି ଚିକିତ୍ସା କରିବାକୁ କିମ୍ବା ଅଧିକ ଖର୍ଚ୍ଚ କରିବାର ଦରକାର ନାହିଁ। ଏହିସବୁ ଜିନିଷକୁ ପାଳନ କଲେ ଆପଣଙ୍କ କିଡ୍‌ନି ଓ ଲିଭର ଖରାପ ଜିନିଷକୁ ବାହାର କରି ରକ୍ତକୁ ପରିଷ୍କାର କରିଥାଏ।

 

ପାଣି: କିଡ୍‌ନି ଠିକ୍‌ ଭାବେ କାମ କରିବା ପାଇଁ ଆପଣ ପର୍ଯ୍ୟପ୍ତ ପାଣି ପିଅନ୍ତୁ। କିଡ୍‌ନି ପାଣିର ସହାୟତାରେ ହିଁ ଶରୀରର ଖରାପ ଜିନିଷକୁ ବାହାର କରିଥାଏ। ପ୍ରତିଦିନ ୮ ଗ୍ଲାସ୍‌ ପାଣି ପିଇବା ଉଚିତ (ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର ଅନୁସାରେ ଏହାର ପରିମାଣ କମ୍‌ କିମ୍ବା ବେଶୀ ହୋଇପାରେ)। କିଡ୍‌ନି ଭଲଭାବେ କାମ କଲେ ରକ୍ତ ମଧ୍ୟ ପରିଷ୍କାର ହୋଇଚାଲିବ।

 

ବ୍ଲୁବେରି: ବ୍ଲୁବେରି ଖାଇବା ଦ୍ୱାରା ଲିଭର ଭଲ ରହିଥାଏ। ଏନିମଲ ଷ୍ଟଡିରୁ ଜଣା ପଡ଼ିଛି ଯେ, ଲିଭର ପାଇଁ ଏହା ଖୁବ୍‌ ଭଲ ହୋଇଥାଏ। ଆପଣ ଏହାକୁ ଦହି, ଓଟ୍‌ମିଲ୍‌ ଇତ୍ୟାଦି ସହ ମିଶାଇ ମଧ୍ୟ ଖାଇ ପାରିବେ।

 

କଫି: କଫି ମଧ୍ୟ ଲିଭର ପାଇଁ ଫାଇଦାଜନକ ବୋଲି କୁହାଯାଏ। ଗବେଷଣାରୁ ଜଣାପଡ଼ିଛି ଯେ, କଫି ପିଇବା ଦ୍ୱାରା ଲିଭର୍‌ ସୋରିଆସିସ୍‌ର ଭୟ କମ୍‌ ହୋଇଯାଏ ଓ ଲିଭର୍‌ କ୍ୟାନ୍‌ସର୍‌ର ଭୟକୁ ମଧ୍ୟ କମ୍‌ କରିଥାଏ।

 

ରଶୁଣ: ରଶୁଣରେ ଆଣ୍ଟି ଇନ୍‌ଫ୍ଲମେଟରି ପ୍ରପର୍ଟି ଥାଏ, ଯାହା କୋଲେଷ୍ଟ୍ରଲ୍‌କୁ ବଢ଼ିବାକୁ ଦିଏ ନାହିଁ ଓ ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ। ଅଧିକ ରକ୍ତଚାପ ଯୋଗୁଁ କିଡ୍‌ନିର ଶିରା ବନ୍ଦ ହୋଇପାରେ।

 

ସେଓ: ସେଓରେ ପେକ୍ଟିକ୍‌ ନାମକ ଫାଇବର ମିଳିଥାଏ, ଯାହା ବ୍ଲଡ୍‌ ସୁଗାର ସ୍ତରକୁ ରେଗୁଲେଟ୍‌ କରିଥାଏ। ଅଧିକ ବ୍ଲଡ୍‌ ସୁଗାର ଆପଣଙ୍କ କିଡ୍‌ନିକୁ ଖରାପ କରିପାରେ। ଜଳଖିଆ ସମୟରେ ଏହା ଖାଇବା ଉଚିତ।

 

ମାଛ: ସାଲମନ୍‌, ଟୁନା ଭଳି ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌ ଅଧିକ ମାତ୍ରାରେ ରହିଛି। ଏହା ଦ୍ୱାରା ରକ୍ତରେ ଟ୍ରାଇଗ୍ଲିସରାଇଡ୍‌ ସ୍ତର କମ୍‌ ହୋଇଥାଏ ଓ ରକ୍ତଚାପ ବଢ଼ି ନ ଥାଏ। ଏହା ଲିଭର୍‌ ଓ କିଡ୍‌ନି ଉଭୟ ପାଇଁ ଲାଭଦାୟକ ହୋଇଥାଏ।

 

ଗ୍ରୀନ୍‌ ଟି: ଗ୍ରୀନ୍‌ ଟି ରକ୍ତକୁ ଶୁଦ୍ଧ କରିବାର କାମ କରିଥାଏ। ଏହା ବ୍ୟତୀତ ପାନମହୁରି, ଫାଇବର ଯୁକ୍ତ ଖାଦ୍ୟ ଓ ଶାରୀରିକ ପରିଶ୍ରମ ରକ୍ତକୁ ସଫା ରଖିବା ପାଇଁ କରିବା ଜରୁରୀ।

ସମ୍ବନ୍ଧିତ ଖବର