ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଭାରତରେ ରକ୍ତଚାପର ସମସ୍ୟା ଅତି ସାଧାରଣ । ଦେଶରେ ଅଧାରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ହୋଇଛନ୍ତି । ଉଚ୍ଚ ରକ୍ତଚାପ ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ । ଶରୀରର ରକ୍ତବାହିକା ଉପରେ ପ୍ରଭାବ ପଡ଼ିବାରୁ କିଡନି ଜନିତ ସମସ୍ୟା, ହୃଦ୍‌ ଜନିତ ସମସ୍ୟା ଦେଖା ଯାଇଥାଏ । ତେବେ ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି, ସେମାନଙ୍କୁ ନିଜ ଶରୀରର ଯତ୍ନ ନେବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା ବେଳେ ଏଥିରୁ ମୁକ୍ତିପାଇବା ପାଇଁ ଏହି ୫ଟି ଜିନିଷ ଖାଇବାକୁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେସବୁ କ’ଣ?

୧. ରକ୍ତଚାପ ଥିବା ରୋଗୀମାନଙ୍କୁ ଜାମୁକୋଳି ଖାଇବା ପାଇଁ କୁହାଯାଇଥାଏ । ଏଥିରେ ଫ୍ଲାଭୋନଏଡର ପରିମାଣ ଅଧିକ ଥିବାରୁ ଏହା ଶରୀରରୁ ହୃଦ୍‌ଜନିତ ସମସ୍ୟା ଦୂର କରିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ରକ୍ତଚାପକୁ କମାଇଥାଏ ।

Image result for how-to-control-blood-pressure
Medical News Today

୨.ସିଝା କ୍ଷୀରରେ ଅଧିକ ପରିମାଣରେ କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌ ଡି ରହିଥାଏ । ଏହା ଉଚ୍ଚ ରକ୍ତଚାପକୁ କମାଇଥାଏ । ନ୍ୟାସ୍‌ନାଲ ହେଲ୍‌ଥ ସର୍ଭେ ଦେଇଥିବା ମତ ଅନୁଯାୟୀ, ପ୍ରତିଦିନ ଗୋଟେ ଗ୍ଲାସ ସିଝା କ୍ଷୀର ପିଇବା ଦ୍ୱାରା ଏକ ତୃତୀୟାଂଶ ଭାଗ ରକ୍ତଚାପ କମ ହୋଇଥାଏ ।
୩.ଖରାଦିନେ ପ୍ରତିଦିନ ଥଣ୍ଡା ଦହି ପିିଅନ୍ତୁ । ଦହି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ ।

୪. ସମସ୍ତେ ତରଭୁଜ ଖାଇବାକୁ ଭଲ ପାଇଥାନ୍ତି । ଏହା ରକ୍ତଚାପକୁ ନିୟନ୍ତ୍ରିତ କରି ରଖିବା ସହ ମହାଧମନୀ ଏବଂ ହୃତପିଣ୍ଡ ଉପରେ ପଡ଼ୁଥିବା ଚାପକୁ କମ କରିଥାଏ ।

Image result for blood pressure
Flickr

୫.ଖାଲି ପେଟରେ କଦଳୀ ଖାଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ଏଥିରେ ପୋଟାସିୟମର ପରିମାଣ ଅଧିକ ଥିବା ସହ ପ୍ରତିଦିନ ଗୋଟେ କଦଳୀ ଖାଇବା ଦ୍ୱାରା ୧ ପ୍ରତିଶତ କ୍ୟାଲ୍‌ସିୟମ,୮ପ୍ରତିଶତ ମ୍ୟାଗ୍‌ନେସିୟମ ଏବଂ ୧୨ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ ।

ସମ୍ବନ୍ଧିତ ଖବର