ରକ୍ତଚାପ ସମସ୍ୟାରୁ କେମିତି ମୁକୁଳିବେ

ଏହି ସବୁ ଖାଦ୍ୟ ଖାଇ ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରନ୍ତୁ

 

ମସୁର ଡାଲି
ମସୁର ଡାଲି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଏହି ଡାଲି ପ୍ରାୟ ସମସ୍ତ ଭାରତୀୟ ଖାଇଥାନ୍ତି। ଏହି ଡାଲିରେ ବହୁତ ପରିମାଣରେ ପ୍ରୋଟିନ୍‌ ରହିବା ସହ ଫାଇବର୍‌, ଫଲିକ୍‌ ଏସିଡ୍‌, ପଟାସିୟମ୍‌ ଆଦି ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ। ଅନେକ ସର୍ଭେ ଓ ଗବେଷଣାରୁ ଜଣାପଡ଼ିଛି ଯେ, ମସୁର ଡାଲି ଖାଇବା ଦ୍ୱାରା ରକ୍ତଚାପ କମ୍‌ ହୋଇଥାଏ।

 

କଦଳୀ
କଦଳୀରେ ପଟାସିୟମ୍‌ ଥିବା ଯୋଗୁଁ ଏହା ରକ୍ତଚାପକୁ ଭଲଭାବେ ନିୟନ୍ତ୍ରଣ କରିଥାଏ। ପ୍ରତିଦିନ ଗୋଟିଏ କଦଳୀ ଆପଣଙ୍କ ଜଳଖିଆ ସହ ଖାଆନ୍ତୁ ଓ ରକ୍ତଚାପକୁ ନିୟନ୍ତ୍ରଣ କରନ୍ତୁ।

 

ତରଭୁଜ
ତରଭୁଜରେ ଏମିନୋ ଏସିଡ୍‌ ରହିଛି ଯାହାକୁ ସାଇଟ୍ରଲିନ୍‌ କୁହାଯାଏ। ଏହା ରକ୍ତଚାପକୁ କମ୍‌ କରିଥାଏ। ନାଇଟ୍ରିକ୍ସ୍‍ ଅକ୍ସାଇଡ୍‌ ଉତ୍ପାଦନ କରିବା ପାଇଁ ସାଇଟ୍ରଲିନ୍‌ ସାହାଯ୍ୟ କରିଥାଏ ଯାହା ରକ୍ତ ବାହିକାକୁ ଆରାମ ଦେଇଥାଏ ଓ ଧମନୀକୁ ନମନୀୟ ରଖିଥାଏ।

 

ସୂର୍ଯ୍ୟମୁଖୀ ମଞ୍ଜି
ସୂର୍ଯ୍ୟମୁଖୀ ମଞ୍ଜିରୁ ବହୁ ପରିମାଣରେ ମ୍ୟାଗ୍‌ନେସିୟମ୍‌, ପଟାସିୟମ୍‌, ଭିଟାମିନ୍‌-ଇ, ଫଲିକ୍‌ ଏସିଡ୍‌, ପ୍ରୋଟିନ୍‌ ଓ ଫାଇବର୍‌ ମିଳିଥାଏ। କିଛି ମାତ୍ରାର ମଞ୍ଜି ଆପଣଙ୍କ ରକ୍ତଚାପକୁ କମ୍‌ କରିଥାଏ ଓ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

 

ବିଟ୍‌
ବିଟ୍‌ରେ ବହୁ ପରିମାଣରେ ନାଇଟ୍ରେଟ୍‌ସ ରହିଛି, ଯାହା ଆପଣଙ୍କ ରକ୍ତବାହିକାକୁ ଖୋଲିବାରେ ସହାଯ୍ୟ କରେ ଓ ରକ୍ତ ପ୍ରବାହରେ ସାହାଯ୍ୟ କରେ। ପ୍ରତିଦିନ ଗୋଟିଏ ଗ୍ଲାସ୍‌ ବିଟ୍‌ ଜୁସ୍‌ ପିଇବା ଦ୍ୱାରା ରକ୍ତ ଚାପ କମ୍‌ ହୋଇଥାଏ।

 

ସମ୍ବନ୍ଧିତ ଖବର