ଏହି ସବୁ ଘରୋଇ ଉପାୟରେ କାନର ଯନ୍ତ୍ରଣା ଦୂର କରିପାରିବେ

ବୟସ ବୃଦ୍ଧି ହେବା ସହିତ ଆମ ଶରୀରରେ ଅନେକ ପ୍ରକାରର ଯନ୍ତ୍ରଣା ଦେଖାଯାଇଥାଏ । କିନ୍ତୁ କାନ ଯନ୍ତ୍ରଣା କୌଣସି ସମୟରେ ହୋଇପାରେ। ଥଣ୍ଡା ସମୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଯାଏଁ ସମସ୍ତଙ୍କର କାନରେ ବିନ୍ଧା ହୋଇଥାଏ । ଘରୋଇ ଉପାୟରେ କେମିତି କାନ ଯନ୍ତ୍ରଣା ଦୂର କରିହେବ ଆସନ୍ତୁ ଜାଣିବା ।

Alternative Daily

ଡାକ୍ତରଙ୍କ ମତରେ କାନରେ ବ୍ରେଡ ଗୁଣ୍ଡ ପକାଇବା ଦ୍ୱାରା କାନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ସୋରିଷ ତେଲକୁ ଅଳ୍ପ ଉଷୁମ କରି କାନରେ ପକାଇଲେ କାନ ଯନ୍ତ୍ରଣା ହ୍ରାସ ପାଇଥାଏ । ଏକ ଗାମୁଛା ବା କପଡାକୁ ଗରମ ପାଣିରେ ବୁଡାଇ କାନର ଯେଉଁ ପାର୍ଶ୍ୱରେ ଯନ୍ତ୍ରଣା ହେଉଛି ସେଠାରେ ଲଗାନ୍ତୁ, ଆପଣଙ୍କୁ ଆରାମ ମିଳିବ । ତୁଳସୀ ପତ୍ରରୁ ରସ ବାହାର କରି କାନରେ ପକେଇବା ଦ୍ୱାରା ଯନ୍ତ୍ରଣା କମ୍‌ ହୋଇଥାଏ ।

Ayurvedic Upchar

ଭିଟାମିନ୍‌ ସି ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ । ଏଥିରେ ଲେମ୍ବୁ, ଅଁଳା ଓ ଅମୃତଭଣ୍ଡାକୁ ମଧ୍ୟ ସାମିଲ କରନ୍ତୁ। ରସୁଣକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାଇ କାନରେ ତୁଳା ଦ୍ୱାରା ପକେଇଲେ ଯନ୍ତ୍ରଣା କମ୍‌ ହୋଇଥାଏ । ପିଆଜ ରସ କାନରେ ପକେଇବା ଦ୍ୱାରା ଯନ୍ତ୍ରଣା କମ୍‌ ହୋଇଥାଏ । ଯଦି ଆପଣଙ୍କର ସମସ୍ୟା ଅଧିକ ହୋଇଥାଏ, ତା’ହେଲେ ଡାକରଙ୍କ ପାଖରୁ ପରାମର୍ଶ ନିଅନ୍ତୁ ।

ସମ୍ବନ୍ଧିତ ଖବର