ଜାଣନ୍ତୁ ଏହି ସବୁ ଖାଦ୍ୟ କେଉଁ ସମୟରେ ଖାଇବେ, ଏହାକୁ ଖାଇଲେ ଶରୀରକୁ ମିଳିଥାଏ କି କି ସୁଫଳ?

ସୁସ୍ଥ ରହିବା ପାଇଁ ସର୍ବୋତ୍ତମ ଆହାର ହେଉଛି ଫଳ। ଫଳରେ ପ୍ରଚୁର ପରିମାଣରେ ପୋଷଣ ତତ୍ତ୍ୱ ଥାଏ। ଯାହାକି ଶରୀରକୁ ସୁସ୍ଥ ଓ ଶକ୍ତ କରିବା ପାଇଁ ନିହାତି ଆବଶ୍ୟକ। ମାତ୍ର ଫଳର ସଂପୂର୍ଣ୍ଣ ଲାଭ ଉଠାଇବା ପାଇଁ ସମୟ ନିର୍ଦ୍ଧାରଣ କରିବା ଜରୁରୀ। ଯେତେବେଳେ ଚାହିଁ ସେତେବେଳେ ଖାଇବା ଦ୍ୱାରା ଶରୀରକୁ ବିଶେଷ ଲାଭ ମିଳିନଥାଏ। ଆପଣଙ୍କୁ ଏ ସଂପର୍କରେ ଧାରଣା ରହିବା ଉଚିତ ଯେ କେଉଁ ସମୟରେ କେଉଁ ଫଳ ଖାଇବା ଉଚିତ।

ସେଓରେ ପ୍ରଚୁର ପରିମାରର ପୋଷଣ ତତ୍ତ୍ୱ ଥାଏ ଓ ଅନେକ ଭିଟାମିନ୍‌ ବି। ଏଥିରେ ଶରୀରରୁ ଟକ୍ସିକ(ବିଷାକ୍ତ ଭାଗ) ବାହାର କରିବାର ଗୁଣ ମଧ୍ୟ ରହିଛି। ଏହାକୁ ସକାଳ ସମୟରେ ଖାଲି ପେଟରେ ଖାଇଲେ ଭଲ।

କମଳାରେ ପ୍ରଚୁର ପରମାଣର ‘ଭିଟାମିନ୍‌ ସି’ ରହିଛି। ଏହାବ୍ୟତୀତ ଭିଟାମିନ୍‌ ଏ, ଆମିନୋ ଏସିଡ୍‌, କ୍ୟାଲ୍‌ସିୟମ୍‌, ଆୟୋଡିନ୍‌, ଫସ୍‌ଫରସ୍‌, ସୋଡିୟମ୍‌ ଆଦି ମଧ୍ୟ ରହିଛି। କମଳା ଖାଇବା ପୂର୍ବରୁ ନିଶ୍ଚୟ ଧ୍ୟାନ ଦେବେ ଯେପରି ସକାଳୁ କିମ୍ବା ରାତିରେ ଖାଇବେ ନାହିଁ। ଏହି ଦୁଇଟି ସମୟ ଯେତେବେଳେ ବି ଖାଆନ୍ତୁ , ଖାଇବାର ୧ ଘଣ୍ଟା ପୂର୍ବରୁ ନଚେତ ପରେ ଖାଇଲେ ଭଲ।

ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ଜଳ ମାତ୍ରା ଅଧିକ ରହେ। ଏହି ଫଳ ଖାଇବା ପରେ ଶରୀର ଫୂର୍ତ୍ତି ଲାଗିଥାଏ ମଧ୍ୟ। ଭିଟାମିନ୍‌ର ଏହା ସର୍ବୋତ୍ତମ ସ୍ରୋତ। ଏହାକୁ ଖାଲି ପେଟରେ ଖାଇବା ବେଶି ଲାଭପ୍ରଦ ହୋଇଥିବାରୁ ସକାଳୁ ସମୟରେ ହିଁ ଆପଣ ଅଙ୍ଗୁର ଖାଇପାରନ୍ତି।

ଯଦି ଆପଣ ହୃଦ୍‌ରୋଗକୁ ଭୟ କରୁଛନ୍ତି ତେବେ କଦଳୀ ଆପଣଙ୍କ ପାଇଁ ସବୁଠାରୁ ଭଲ ଫଳ। ଏଥିରେ ଫାଇବର୍‌ ପଟ୍ଟାସିୟମ, କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ସି ରହିଛି। ଦିନକୁ ଗୋଟିଏ କଦଳୀ ଖାଇଲେ ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତର ଆୟତ୍ତରେ ରହେ। ରାତି ବ୍ୟତୀତ ଅନ୍ୟ କୌଣସି ବି ସମୟରେ କଦଳୀ ଖାଇପାରନ୍ତି।

ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଏ। ଏଥିରେ ଫାଇବର୍‌, କ୍ୟାଲ୍‌ସିୟମ୍‌, ଭିଟାମିନ୍‌, ମ୍ୟାଗ୍‌ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ରହିଛି। ପେଟ ସମସ୍ୟା ଥିବା ବ୍ୟକ୍ତିମାନେ କେଉଁ ବି ସମୟରେ ପଇଡ଼ ପାଣି ପିଇପାରନ୍ତି। ଏହାକୁ ପିଇଲେ ବିଭିନ୍ନ ଧରଣର ପେଟ ସମସ୍ୟା ଦୂର ହୋଇଥାଏ।

ଆମ୍ବକୁ ଫଳ ଭିତରେ ରାଜା କୁହାଯାଏ। ଏଥିରେ ଭିଟାମିନ୍‌ ବି-୬, ଭିଟାମିନ୍‌ ଏ, ଫାଇବର୍‌ ଆଦି ଭରପୂର ପରିମାଣରେ ରହିଛି। ଏଥିରେ ପଟ୍ଟାସିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ କପର ପରି ମିନେରାଲ ମାତ୍ରା ବି ଅଧିକ ଥାଏ। ମାତ୍ର ଧ୍ୟାନ ରଖନ୍ତୁ ଯେ ଏହା ପେଟ ଗରମ କରିଥାଏ । ଦୁଗ୍ଧ ମିଶାଇ ଆମ୍ବ ସେକ୍‌ କରିବ ପିଇବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର