ଆମ ଶରୀରରେ ରହିଥିବା ଅନେକଗୁଡ଼ିଏ ରୋଗର ସମାଧାନ ପାଦରେ ରହିଛି ବୋଲି ଆପଣ ଜାଣନ୍ତି କି? ପାଦ ବାଟ ଦେଇ ନାନା ଧରଣର ରୋଗକୁ ଶରୀରକୁ ବାହର କରାଯାଇ ପାରିବ। କଳକାରଖାନା, ଧୁମପାନ, ଜଙ୍କ୍ଫୁଡ୍ ଭକ୍ଷଣ ଦ୍ୱାରା ଶରୀରରେ ଯେଉଁ ସବୁ ମଳଦା ( ବିଷାକ୍ତ ତତ୍ତ୍ବ) ଜମିଥାଏ ତାହା ଦ୍ୱାରା କିଡନୀ, ଲିଭର୍ ଆଦି ଅନେକ ରୋଗ ହୋଇଥାଏ। ମାତ୍ର ଏବେ ଏହି ସବୁ ରୋଗକୁ ଚୁଟ୍କିରେ ନିଜ ଶରୀରରୁ କାଢ଼ି ହେବ, ତାହା ପୁଣି ନିଜ ପାଦ ବାଟ ଦେଇ। ଖାଲି ସେତିକି ନୁହେଁ ପାଦରୁ ଯେଉଁ ବିଷ ସବୁ ବାହାରିଯିବ ତାହା ଫଳରେ ବ୍ୟକ୍ତି ଅପେକ୍ଷାକୃତ ଫୂର୍ତ୍ତି ହେବା ସହ ସତେଜ ଅନୁଭବ କରିବେ।
ୟୁଟ୍ୟୁବ୍ରେ ଏନେଇ ଏକ ଭିଡିଓ ଅପ୍ଲୋଡ ହୋଇଛି। ଭିଡିଓଟିରେ ଶରୀରର ମଳଦାକୁ କିପରି ଭାବେ ପାଦ ବାଟ ଦେଇ ବାହାର କରାଯାଉଛି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏଥିପାଇଁ ଯେଉଁ ମେସିନ୍ ବ୍ୟବହାର କରାଯାଉଛି ତାହାର ନାମ ହେଉଛି ଡେଟକ୍ସ ଫୁଟ୍ ସୋକ୍। ଏହି ମେସିନ୍ ଇଲେକ୍ଟ୍ରିରେ ଚାଲେ। ଏକ ପାତ୍ରରେ କିଛି ପାଣି ନିଆଯାଉଛି। ସେହି ପାଣି ଭିତରେ ଡେଟକ୍ସ ଫୁଟ୍ ସୋକ ମେସିନ୍କୁ ରଖାଯାଉଛି। ସେଥିରେ ଗୋଡ଼କୁ ବୁଡ଼ାଇବା ଫଳରେ ଅଧଘଣ୍ଟା ମଧ୍ୟରେ ଧଳା ପାଣି ପୂରା କଳା ହୋଇଯାଉଛି। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ଶରୀରର ବିଭିନ୍ନ ଆଡୁ ଅନାବଶ୍ୟକ ମଳଦାକୁ ଆଣି ପାଦ ପଟରେ ବାହାର କରିବା ପାଇଁ ଏହି ମେସିନ୍ ଖୁବ୍ ଉପକାରୀ।