ବେଳେ ବେଳେ ପ୍ରେମ ସଂପର୍କରେ ତୃତୀୟ ବ୍ୟକ୍ତିର କଥା ଆସିଲେ ସଂପର୍କରେ ତିକ୍ତତା ଦେଖା ଯାଇଥାଏ । ମୁଖ୍ୟତଃ ପ୍ରେମିକା ବା ପ୍ରେମିକଙ୍କର ପୁରୁଣା ପ୍ରେମ କଥା ସାମ୍ନାକୁ ଆସିଲେ ତାହା ବର୍ତ୍ତମାନର ପ୍ରେମ ସଂପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।
ଯଦି ଆପଣଙ୍କ ପ୍ରେମ ସଂପର୍କରେ ସେଭଳି କିଛି ଘଟୁଛି ତେବେ ସେ କଥାକୁ ନେଇ ଝଗଡ଼ା କରିବା ଅପେକ୍ଷା ତାର ସମାଧାନର ବାଟ ଖୋଜନ୍ତୁ । ଏବେ ଆପଣ ଭାବୁଥିବେ ଆପଣ ଏହା କିପରି କରିବେ ? ତେବେ ଆଜି ଆମେ ଜଣାଇବୁ ଆପଣଙ୍କ ପ୍ରେମ ସଂପର୍କରେ କେବେ ଏଭଳି ପରିସ୍ଥିିତି ଯଦି ଆସେ ତେବେ ତାହାର ସାମ୍ନା ଆପଣ କିପରି କରିବେ ।
-ଯଦି ଆପଣ ଭାବୁଛନ୍ତି କି ଆପଣଙ୍କର ପ୍ରେମିକ ବା ପ୍ରେମିକା ସେମାନଙ୍କ ପୂର୍ବ ସଂପର୍କକୁ ଭୁଲି ପାରି ନାହାନ୍ତି, ତେବେ ଆପଣ ସେ କଥାକୁ ନେଇ ଝଗଡ଼ା କରିବା ଅପେକ୍ଷା ତାଙ୍କ ପରିସ୍ଥିତିକୁ ବୁଝିବା ସହ ତାଙ୍କୁ ସେ ଦୁଃଖରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ । ତାଙ୍କ ବିଶ୍ୱାସ ଜିତିବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଧୀରେ ଧୀରେ ସେ ଆପଣଙ୍କ ନିସ୍ୱାର୍ଥପର ଭଲ ପାଇବା ପାଇ ତାଙ୍କ ପୂର୍ବ ପ୍ରେମକୁ ଭୁଲି ଯିବେ ।
InstaBlogs-ଯେତେବେଳେ ସେ ତାଙ୍କ ପୁରୁଣା ପ୍ରେମକୁ ମନେ ପକାଇ ଦୁଃଖିତ ହୁଅନ୍ତି, ଆପଣ ତାଙ୍କୁ ଆଲିଙ୍ଗନ କରି ସବୁ ପରିସ୍ଥିତିରେ ତାଙ୍କ ସହ ରହିବେ ବୋଲି ଶାନ୍ତ୍ୱନା ଦିଅନ୍ତୁ । ଏପରି କରିବା ଦ୍ୱାରା ସେ ଆପଣଙ୍କୁ ବିଶ୍ୱାସ କରିବା ଆରମ୍ଭ କରିବା ସହ ପୁରୁଣା ପ୍ରେମକୁ ଭୁଲିବା ଆରମ୍ଭ କରିବେ ।
-ହସିବା ଶରୀର ପାଇଁ ଲାଭଦାୟକ ଏହା ଆପଣମାନେ ଭଲ କରି ଜାଣିଥିବେ । ତେବେ ଆପଣଙ୍କ ସାଥୀ ଯଦି ପୁରୁଣା କଥାକୁ ନେଇ ହସିବା ଭୁଲି ଯାଇଛନ୍ତି, ଆପଣଙ୍କୁ ତାଙ୍କୁ ହସାଇବାର ପ୍ରୟାସ କରିବା ନିହାତି ଦରକାର । ଆପଣଙ୍କ ପ୍ରୟାସ ଦେଖି ତାଙ୍କ ମନରେ ଦିନେ ପରିବର୍ତ୍ତନ ଆସିବ ।
- ଯଦି ଆପଣଙ୍କ ସାଥୀ କିିଛି କାମ କରିବାରେ ମନ ଦେବେ ତେବେ ଯାଇ ସେ ପୁରୁଣା କଥାକୁ ଭୁଲି ପାରିବେ । ସେଥି ପାଇଁ ସମୟ ବାହାର କରି ଆପଣ ତାଙ୍କୁ ବୁଲାଇ ନେବା ସହ କିଛି କାମ କରିବା ପାଇଁ ଉତ୍ସାହିତ କରିବା ନିହାତି ଦରକାର ।
- ଆପଣଙ୍କ ଭଲ ପାଇବାକୁ ବୁଝିବା ପାଇଁ ତାଙ୍କୁ ସମୟ ଦିଅନ୍ତୁ । ସମୟ ଅତିକ୍ରମ କରିବା ସହ ସେ ଆପଣଙ୍କ ନିସ୍ୱାର୍ଥପର ଭଲପାଇବାକୁ ବୁଝିବେ ଏବଂ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/love-failure.jpg)