ପୂର୍ବରୁ ଲୋକମାନେ ଖାଦ୍ୟ ସତେଜ ରହିବା ପାଇଁ କାକରରେ କିମ୍ବା ଓଦାକନା ଗୁଡ଼ାଇ ରଖି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପରିବାରଠାରୁ ଆରମ୍ଭ କରି କେକ୍ ଆଦି ଜିନିଷକୁ ଆମେ ଫ୍ରିଜ୍ରେ ରଖିଥାଏ। କାରଣ ଏହା ବାହାର ଅପେକ୍ଷା ଫ୍ରିଜ୍ରେ ଅଧିକ ଦିନ ସତେଜ ରହିଥାଏ। ତେବେ କିଛି ଖାଦ୍ୟ-ପଦାର୍ଥ ଫ୍ରିଜ୍ରେ ରହିଲେ ଖରାପ ହୋଇଯାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟକୁ କିପରି ଫ୍ରିଜ୍ରେ ରଖିବା କଥା।
ପାଉଁରୁଟି: ଏହାକୁ ଫ୍ରିଜ୍ରେ ରଖିଲେ ଶୀଘ୍ର ଶୁଖିବା ସହ ଖଟା ହୋଇଯାଏ। ଜରିରେ ଗୁଡ଼ାଇ, ଶୁଷ୍କ-ଶୀତଳ ସ୍ଥାନରେ ରଖନ୍ତୁ।
ତରଭୁଜ: କାଟିବା ପୂର୍ବରୁ ଫ୍ରିଜ୍ରେ ରଖନ୍ତୁନାହିଁ। କାଟିସାରିବା ପରେ ଜରିରେ ଗୁଡ଼ାଇରଖନ୍ତୁ।
କଦଳୀ: ସଂପୂର୍ଣ୍ଣ ପାଚିଥିଲେ ଫ୍ରିଜ୍ରେ ରଖିପାରନ୍ତି। ଅର୍ଦ୍ଧ-ପକ୍ୱ ଥିଲେ ରଖନ୍ତୁନାହିଁ; କଳା ପଡ଼ି ନଷ୍ଟ ହେବ।
ଟମାଟୋ: ଏହାକୁ ଫ୍ରିଜ୍ରେ ରଖିଲେ ସ୍ୱାଦ ଓ କେତେକ ଉପାଦାନ ନଷ୍ଟ ହୋଇଥାଏ।
ଆଳୁ: ଏହାକୁ ଫ୍ରିଜ୍ରେ ରଖିଲେ ଶ୍ୱେତସାର, ଶର୍କରା ପାଲଟିଯାଏ। ରାନ୍ଧିବା ବେଳେ ଶର୍କରା, ଆମିନୋ ଅମ୍ଳ ସହ ମିଶି କ୍ଷତିକାରକ ରାସାୟନିକ ପଦାର୍ଥ ସୃଷ୍ଟି କରାଏ, ଯାହା ମଣିଷ ଶରୀର ପାଇଁ କ୍ଷତିକାରକ।
ସେହି ପରି କେକ୍, ମହୁ, ପିଆଜ ଓ ରସୁଣ ଫ୍ରିଜ୍ରେ ନ ରଖିବା ଉଚିତ। ଏହା ଦ୍ୱାରା କୌଣସି ଲାଭ ହୁଏନାହିଁ। କେବଳ କ୍ଷତି ହିଁ ହୁଏ।