ସାଧାରଣତଃ ଓଜନ ହ୍ରାସ କରିବାକୁ ବିଭିନ୍ନ ଲୋକ ଚେଷ୍ଟା କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର କିଛି ଲୋକଙ୍କୁ ଓଜନ ବୃଦ୍ଧି କରାଇବାର ବି ଆବଶ୍ୟକତା ପଡ଼ିଥାଏ। କିଛି ଲୋକଙ୍କ ଶରୀର ଏତେ ପତଳା ହୋଇଥାଏ ଯେ ସେମାନେ ଚେଷ୍ଟା କରି ମଧ୍ୟ ସାମାନ୍ୟତମ ମୋଟା ହୋଇପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦବୁ ଯାହାକୁ ଅବଲମ୍ବନ କଲେ ଆପଣ ଚାହିଁଲେ ମୋଟା ହୋଇପାରିବେ।
: ଖାଇବାରେ କେବେ ହେଲେ ସାଲିସ୍ କରନ୍ତୁ ନାହିଁ। ଭୋକ ଲାଗିଲେ ତୁରନ୍ତ ଖାଆନ୍ତୁ ଓ ପେଟ ଭରିବା ପର୍ଯ୍ୟନ୍ତ ଖାଆନ୍ତୁ।
: ଖାଇବାରେ ସର୍ବଦା କ୍ଷୀର ଜାତୀୟ ଖାଦ୍ୟ ସାମିଲ୍ କରନ୍ତୁ। ଦୁଗ୍ଧ, ଦହି, ଛେନା ଆଦି ଖାଇଲେ ଶରୀର ମୋଟା ହୋଇଥାଏ।
: ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଆନ୍ତୁ। ମିଲ୍କ ସେକ୍, ଡ୍ରାଏ ଫ୍ରୁଟ୍ସ ଆଦି ସକାଳ ଜଳଖିଆରେ ସାମିଲ୍ କରନ୍ତୁ।
: ଯେତେ ପାରୁଛନ୍ତି ଫଳରସ, କ୍ଷୀର ଓ ଏନର୍ଜି ଡ୍ରିଙ୍କ୍ସ ପିଅନ୍ତୁ।
/sambad/media/post_attachments/wp-content/uploads/2020/07/images-8.jpg)
Exercise - LoveToKnow
: ଯେତେ ଅଧିକ ବ୍ୟାୟାମ କରିବେ ସେତେ ଭଲ। ବ୍ୟାୟାମ କରିବା ଦ୍ବାରା ମସଲ୍ ଟାଇଟ୍ ହୋଇଥାଏ। ଶରୀର ଆଉ ଏତେ ପତଳା ଦିଶେ ନାହିଁ।
: ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ପିଇଲେ ଶରୀର ସୁସ୍ଥ ରହେ ଓ ଶରୀର ସୁସ୍ଥ ରହିଲେ ଶୀଘ୍ର ଦେହରେ ଲାଗିଥାଏ।
: ନିଜ ଭାତରେ ସବୁବେଳେ ଟିକେ ଘିଅ ମିଶାଇ ଖାଆନ୍ତୁ।
: ଆପଣ ଆମୀଷ ଖାଉଥିଲେ ଅଣ୍ଡା ମଧ୍ୟ ଖାଇପାରିବେ ଓଜନ ବଢ଼ାଇବା ପାଇଁ।