ଖରାଦିନେ ଏହି ୪ଟି ଟିପ୍ସ ଆପଣାଇ ତ୍ୱଚାକୁ ସୁସ୍ଥ ରଖିବା ସହ ତ୍ୱଚାରେ ଆଣନ୍ତୁ ଚମକ

ଖରାଦିନେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼ିଥାଏ । କାରଣ ଖରା ସିଧା ସଳଖ ଭାବେ ତ୍ୱଚା ଉପରେ ପଡ଼ିବା ପରେ ଅନେକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଖାସ୍‌ କରି ଟ୍ୟାନିଂ ଏବଂ ଚର୍ମ ସିଝିଜିବା ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ନିଜକୁ ଦୂରରେ ରଖି ତ୍ୱଚାରେ ଚମକ ଆଣିବା ପାଇଁ ହେଲେ ଆପଣାନ୍ତୁ ଏହି ୪ଟି ଟିପ୍ସ…..

୧. ସାରା ଦିନ ଖରାରେ ବୁଲିବା ପରେ ଘରେ ପହଞ୍ଚି ମୁହଁରେ ଆଲୋଭେରା ଜେଲ ଲଗାନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାକୁ ଆରାମ ମିଳିବା ସହ ତ୍ୱଚାରେ ଚମକ ଆସିବ ।

Indian Makeup and Beauty Blog

୨. ଖରାଦିନେ ଗୋଲାପ ଜଳ ବ୍ୟବହାର କରିବା ଭଲ । ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହ ତ୍ୱଚାରେ ଥିବା ତୈଳ ଅଂଶକୁ ବାହାର କରିଥାଏ । ଗୋଟେ ପାତ୍ରରେ ଗୋଲାପ ଜଳ ନେଇ ଫ୍ରିଜ୍‌ରେ ରଖନ୍ତୁ । ଥଣ୍ଡା ହେବା ପରେ ଏହାକୁ ବ୍ୟବହାର କରନ୍ତୁ । ଖରାରେ ମୁହଁ ସିଝିବା ଭଳି ଅନୁଭବ ହେଉଥିଲେ ଗୋଲାପ ଜଳରେ ତରଭୂଜ ରସ ମିଶାଇ ଲଗାନ୍ତୁ । ଆରାମ ମିଳିବ ।

୩. ଖରାଦିନେ ତୈଳଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ତ୍ୱଚା ଆହୁରି ଖରାପ ହୋଇଯିବ ।

Allure

୪. ଘରୁ ବାହାରକୁ ଯିବା ସମୟରେ ମୁହଁକୁ ଭଲ ଭାବରେ ଘୋଡ଼ାଇ ରଖିବା ସହ କଳା ଚଷମା ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ନିଜ ତ୍ୱଚାକୁ ଖରାର ପ୍ରଭାବରୁ ରକ୍ଷା କରି ପାରିବେ ।

 

ସମ୍ବନ୍ଧିତ ଖବର