publive-image

Advertisment

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍‌ ରହିବା ଲାଗି ମହିଳାମାନେ ସମୟ ବାହାର କରିପାରୁ ନାହାନ୍ତି ଓ ନିଜ ଶରୀରକୁ ଫିଟ୍‌ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି। ତେବେ ଏହି କେତେଟି ସରଳ ଉପାୟରେ ଜାଣନ୍ତୁ କେମିତି ରଖିବେ ନିଜ ଶରୀରକୁ ଫିଟ୍‌।

publive-image

ଭିଟାମିନ୍‌ ଓ ପ୍ରୋଟିନ୍‌ ଖାଦ୍ୟ ଖାଆନ୍ତୁ
ଡାଏଟ କଣ୍ଟ୍ରୋଲ କରି ଚର୍ବିଯୁକ୍ତ ଖାଦ୍ୟଠାରୁ ଦୂରେଇ ରହନ୍ତୁ। କିନ୍ତୁ ଶରୀରର ଚିନ୍ତାରେ ଖାଦ୍ୟ ବହୁତ କମ୍‌ କରିଦିଅନ୍ତୁ ନାହିଁ। ଭିଟାମିନ୍‌ ଓ ପ୍ରୋଟିନ୍‌ ଥିବା ଖାଦ୍ୟ ନିଶ୍ଚିତ ଖାଆନ୍ତୁ, ନ ହେଲେ ପରେ ଅନେକ ସମସ୍ୟା ଭୋଗି ପାରନ୍ତି।

publive-image

ଠିକ୍‌ ପରିମାଣରେ ପାଣି ପିଅନ୍ତୁ
ସେମିତି ତ, ସଠିକ୍‌ ପରିମାଣରେ ପାଣି ପିଇଲେ ଆପେ ଆପେ ଶରୀରର ଅନେକ ସମସ୍ୟା ସମାଧାନ ହୋଇଯାଏ। ଏହା ସହ ଆପଣଙ୍କ ତ୍ୱଚାର ଚମକ ମଧ୍ୟ ବଢ଼ାଇଥାଏ। ପାଣିରେ ଲେମ୍ବୁ ମିଶାଇ ପିଇଲେ ହଜମ ମଧ୍ୟ ଭଲ ହୋଇଥାଏ।

publive-image

ସକାଳ ଜଳଖିଆ
ସକାଳର ଜଳଖିଆ କେବେ ବି ବନ୍ଦ କରନ୍ତୁ ନାହିଁ। ପ୍ରତିଦିନ ସକାଳେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହା ଦ୍ୱାରା ମୋଟାପଣ ଆସେ ନାହିଁ ଓ ଶରୀରକୁ ଶକ୍ତି ମିଳିଥାଏ।

publive-image

ବ୍ୟାୟାମ କରନ୍ତୁ
ମହିଳାମାନେ ସମୟ ବାହାର କରି ପ୍ରତିଦିନ ବ୍ୟାୟାମ କରିବା ଜରୁରୀ। ଏହା ଦ୍ୱାରା ହଜମ କ୍ରିୟା ଭଲ ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ। ସଠିକ୍‌ ଭାବେ ଶରୀରର ଗଠନ ମଧ୍ୟ ହୋଇଥାଏ।

publive-image

ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ
ଯଦି ଆପଣଙ୍କ ବୟସ ୩୦ରୁ ଊର୍ଦ୍ଧ୍ୱ ହେଲାଣି ତା’ହେଲେ ପ୍ରତି ୬ ମାସରେ ଥରେ ନିଶ୍ଚୟ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଠିକ୍‌। ଏହା ଦ୍ୱାରା ଯଦି କିଛି ରୋଗର ସଙ୍କେତ ମିଳେ ତା’ହେଲେ ରୋଗର ନିରାକରଣ ମଧ୍ୟ ଠିକ୍‌ ସମୟରେ କରିପାରିବେ।

publive-image

ଫଳ ଓ ସବୁଜ ପନିପରିବା ଖାଆନ୍ତୁ
ଖାଦ୍ୟରେ ଯଥାସମ୍ଭବ ଅଧିକ ଫଳ ଓ ସବୁଜ ପନିପରିବା ଖାଆନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀରରେ ଭରପୁର୍‌ ମାତ୍ରାରେ ଭିଟାମିନ୍‌ ଓ ପ୍ରୋଟିନ୍‌ ମିଳିବା ସହ ଆପଣଙ୍କ ମନ ସୁସ୍ଥ ରହିବ।

publive-image

ଧୂମପାନ ଓ ମଦ୍ୟପାନ କରନ୍ତୁ ନାହିଁ
ଧୂମପାନ ଓ ମଦ୍ୟପାନ ଆପଣଙ୍କ ଶରୀରକୁ ଖରାପ କରିଥାଏ। ଏହି ସମସ୍ତ ଖରାପ ଅଭ୍ୟାସରୁ ଯେତେ ଦୂରରେ ରହି ପାରିବେ ସେତିକି ଭଲ। ଧୂମପାନ ଦ୍ୱାରା ଆପଣଙ୍କ ଫୁସ୍‌ଫୁସ୍‌ ଖରାପ ହେବା ସହ ଆହୁରି ଅନେକ ସମସ୍ୟା ବି ହୋଇଥାଏ।