ଡାକ୍ତରଙ୍କ ପାଖକୁ ନ ଯାଇ ମଧ୍ୟ ଘରେ ବସି ଆକ୍ୟୁପ୍ରେସର୍‌ ଦ୍ୱାରା ପାଆନ୍ତୁ ଅନେକ ରୋଗରୁ ମୁକ୍ତି

ଆକ୍ୟୁପ୍ରେସର୍‌ ହେଉଛି ଏକ ପାରମ୍ପରିକ ପ୍ରାଚୀନ ଚିକିତ୍ସା ପଦ୍ଧତି। ଶରୀରର ଭିନ୍ନ ଭିନ୍ନ ସ୍ଥାନକୁ ଚାପ ଦେଇ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।

 

 

ଜଏନିଙ୍ଗ୍‌ ଦ ବେଲି: (ଏଲ୍‌ଆଇ-୪ )
ବୁଢ଼ା ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠି ମଧ୍ୟରେ ରହିଥିବା ଫାଙ୍କା ସ୍ଥାନକୁ ଦବାଇବା ଦ୍ୱାରା ଦାନ୍ତର ଦରଜ, ବେକର ଦରଜ, କାନ୍ଧର ଦରଜ, ହାଡ଼ରେ ହେଉଥିବା ଦରଜ, କାଶ ଓ କଫ ସହ ହ୍ୟାଙ୍ଗ୍‌ଓଭର୍‌ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

 

ପେରିକାର୍ଡିୟମ୍‌: (ପି-୬)
ଏହି ପଏଣ୍ଟ୍‌ ହାତଠାରୁ ଟିକିଏ ତଳକୁ ମଣିବନ୍ଧରେ ରହିଥାଏ। ଏହାକୁ ଦବାଇବା ଦ୍ୱାରା ପାଗଳପଣ, ଯାତ୍ରାକାଳୀନ ଅସୁସ୍ଥତା, ବାନ୍ତି, ପେଟର ସମସ୍ୟା, ଚିନ୍ତାଗ୍ରସ୍ତତା, ଛାତି ଦରଜ ଏବଂ ହାତର ଦରଜ ଆଦି ଦୂର ହୋଇଥାଏ।

 

ଥାର୍ଡ୍‌ ଆଇ: (ଜିଭି-୨୪.୫)
ଏହି ପଏଣ୍ଟ୍‌ଟି କପାଳର ଠିକ୍‌ ମଝିରେ ଏବଂ ଦୁଇ ଭ୍ରୂଲତାର ମଝାମଝି ସ୍ଥାନରେ ରହିଛି। ଏହି ସ୍ଥାନକୁ ଦବାଇବା ଦ୍ୱାରା ବ୍ୟକ୍ତିକୁ ମାନସିକ ଶାନ୍ତିି ମିଳିଥାଏ, ସ୍ମରଣ ଶକ୍ତି ବଢ଼ିବା ସହ ଚାପଗ୍ରସ୍ତତା, ଦୁର୍ବଳ ଚିନ୍ତା, ଆଖିର ଦରଜ ଏବଂ ନିଦ ନ ହେବା ସମସ୍ୟା ଆଦିରୁ ମୁକ୍ତି ମିଳିଥାଏ।

 

ସି ଅଫ୍‌ ଟ୍ରାଂକ୍ୱାଲିଟି: (ସିଭି-୧୭)
ଏହି ପଏଣ୍ଟ ଛାତିର ମଧ୍ୟ ଭାଗରେ ରହିଥାଏ। ଏହାକୁ ଦବାଇଲେ ଉଦବେଗ, ଭୟ, ଅବସାଦଗ୍ରସ୍ତତା, ଆବେଗପ୍ରବଣତା ଓ ହିଷ୍ଟେରିଆ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

 

ଲେଗ୍‌ ଥ୍ରି ମାଇଲ୍ସ: (ଏସ୍‌ ଟି-୩୬)
ଆଣ୍ଠୁର ତଳେ ଏହି ସ୍ଥାନ ରହିଥାଏ। ଏହାକୁ ଦବାଇବା ଦ୍ୱାରା ବଦ୍‌ହଜମି, ଡାଇରିଆ, କବ୍ଜ, ଗ୍ୟାସ୍‌, ପେଟ ଦରଜ ଏବଂ ବାନ୍ତି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ସମ୍ବନ୍ଧିତ ଖବର