ଘରେ ପିମ୍ପୁଡ଼ି ହେଉଛନ୍ତି କି? ଆପଣଙ୍କ ରୋଷେଇ ଘରେ ରହିିଛି ଏହାକୁ ଦୂର କରିବାର ଉପାୟ

ପିମ୍ପୁଡ଼ି ଏକ ଛୋଟ ପୋକ ହୋଇଥିଲେ ମଧ୍ୟ ଘରକୁ ଅନେକ ପ୍ରକାରର ବ୍ୟାକ୍ଟେରିଆ ଏବଂ ରୋଗ ନେଇ ପ୍ରବେଶ କରିଥାଏ । ଏହା ଛଡ଼ା ପିମ୍ପୁଡ଼ି କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ଅନୁଭୂତ ହେବା ସହ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଶିଶୁଥିବା ଘରେ ଏହା ପିମ୍ପୁଡ଼ି ଅଧିକ ମାତ୍ରାରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଘରୁ ପିମ୍ପୁଡି ବିଦା କରିବାର ସହଜ ଉପାୟ ଆପଣଙ୍କ ରୋଷେଇ ଘରେ ହିଁ ରହିଛି।

NDTV Food

ଲୁଣ : ପିମ୍ପୁଡ଼ି ଠାରୁ ଘରକୁ ବଞ୍ଚାଇବାର ସବୁଠାରୁ ସହଜ ଏବଂ ସରଳ ଉପାୟ ହେଉଛି ଲୁଣ । ଏଣୁ ଘର ପୋଛୁଥିବା ସମୟରେ ପାଣିରେ କିଛି ମାତ୍ରାରେ ଲୁଣ ପକାନ୍ତୁ । ଦେଖିବେ ଏହାଦ୍ୱାରା ପିମ୍ପୁଡ଼ି କମ ହେବା ସହ ବିଭିନ୍ନ ପ୍ରକାରର ଜୀବାଣୁ ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିବେ ନାହିଁ ।
ଲଙ୍କାଗୁଣ୍ଡ : ଆପଣଙ୍କ ଘରର ଯେଉଁ କୋଣରେ ଅଧିକ ମାତ୍ରାରେ ପିମ୍ପୁଡ଼ି ହେଉଛନ୍ତି ସେଠାରେ କିଛି ମାତ୍ରାରେ ଲଙ୍କାଗୁଣ୍ଡ ପକାଇ ଦିଅନ୍ତୁ । ତା’ପରେ ଲଙ୍କା ଗୁଣ୍ଡର କରାମତି ଦେଖିପାରିବେ । ସେହି ସ୍ଥାନମାନଙ୍କରେ ତୁରନ୍ତ ପିମ୍ପୁଡ଼ିଙ୍କ ସଂଖ୍ୟା କମ୍‌ ହୋଇଯିବ ।

alexanderwild.com

ଲବଙ୍ଗ : ପିମ୍ପୁଡ଼ିକୁ ବାହାର କରିବା ପାଇଁ ସାହାଯ୍ୟ କରିଥାଏ ଲବଙ୍ଗ। ଏଥି ପାଇଁ ଆପଣଙ୍କୁ ଘରର କେଉଁ କୋଣରୁ ପିମ୍ପୁଡ଼ି ଆସୁଛି ତାହାର ମଧ୍ୟ ଅନୁସନ୍ଧାନ କରିବା ଆବଶ୍ୟକତା ନାହିଁ । ଘରର ସମସ୍ତ କୋଣ ଏବଂ ଝରକା –କବାଟ ପାଖରେ ଗୋଟିଏ ଲବଙ୍ଗ ରଖିଦିଅନ୍ତୁ ଦେଖିବେ ପିମ୍ପୁଡ଼ି ଘର ମାଡ଼ିବେ ନାହିଁ ।
ହଲଦୀ ଏବଂ ଫିଟିକିରି : ହଳଦୀ ଏବଂ ଫିଟିକିରିକୁ ମିଶ୍ରଣ କରି ତାହାର ପାଉଡ଼ର ପ୍ରସ୍ତୁତ କରନ୍ତୁ । ଏହାକୁ ଘରର ପିମ୍ପୁଡ଼ି ଆସୁଥିବା କୋଣମାନଙ୍କରେ ପକାନ୍ତୁ । ଦେଖିବେ ପିମ୍ପୁଡ଼ି କିପରି ଘରୁ ଉଭାନ ହୋଇଯିବେ ।

ସମ୍ବନ୍ଧିତ ଖବର