ବର୍ଷାଦିନେ ଘରକୁ ବାରମ୍ବାର ମାଛି ଆସିଥା’ନ୍ତି, କିନ୍ତୁ ଚାହିଁଲେ କିଛି ଘରୋଇ ଉପାୟରେ ଏହି ସମସ୍ୟାକୁ ଦୂର କରିପାରିବେ। ଆୟୁର୍ବେଦ ଡାକ୍ତର କହୁଛନ୍ତି ଏମିତି କିଛି ଉପାୟ ବିଷୟରେ ଯାହାର ଗନ୍ଧରେ ମାଛି ସବୁ ଦୂରକୁ ପଳାନ୍ତି। ଯଦି ଏହାକୁ ପ୍ରତିଦିନ ବ୍ୟବହାର କରିବେ ମାଛି ଘରକୁ ଆସିବେ ନାହିଁ। ଜାଣନ୍ତୁ ଏହିସବୁ ଉପାୟ ବିଷୟରେ ଯାହାକୁ ପ୍ରୟୋଗ କରି ବର୍ଷାଦିନେ ମାଛିମାନଙ୍କୁ ଘରୁ ବାହାର କରି ପାରିବେ।
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_2.jpg)
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_3.jpg)
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_4.jpg)
କର୍ପୁର ଧୂଆଁ: କିଛି ମାତ୍ରାର କର୍ପୁର ଜଳାଇ କୋଠରି ବା ଘର ଭିତରେ ତା’ର ଧୂଆଁ ଦିଅନ୍ତୁ। ଏହାର ଗନ୍ଧରେ ମାଛି ଘରକୁ ଆସିବେ ନାହିଁ।
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_5.jpg)
ପୋଦିନା ତେଲ: ପୋଦିନାରୁ ତିଆରି ହୋଇଥିବା ତେଲକୁ ଘର ଭିତରେ ଛିଞ୍ଚନ୍ତୁ। ଏହାର ବାସ୍ନାରେ ମାଛି ଘରକୁ ଆସିବେ ନାହିଁ।
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_6.jpg)
ଡାଲଚିନି ଗୁଣ୍ଡ: ଡାଲଚିନି ଗୁଣ୍ଡରେ ପାଣି ମିଶାଇ ଘରେ ଛିଞ୍ଚନ୍ତୁ, ଏହାର ବାସ୍ନାରେ ମଧ୍ୟ ମାଛି ଘରକୁ ଆସିବେ ନାହିଁ।
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_7.jpg)
ଲବଙ୍ଗ ତେଲ: ଲବଙ୍ଗ ତେଲ ଯଦି ଘରେ ଛିଞ୍ଚିବେ, ଏହାର ବାସ୍ନାରେ ବି ମାଛି ଆଉ ଘରକୁ ଆସିବେ ନାହିଁ।
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_8.jpg)
ନୀଳଗିରି ତେଲ: ଯେଉଁ ଜାଗାକୁ ଅଧିକ ମାଛି ଆସୁଛନ୍ତି, ସେଠି ନୀଳଗିରି ତେଲ ଛିଞ୍ଚନ୍ତୁ, ତା’ର ଗନ୍ଧରେ ସେ ଜାଗାକୁ ଆଉ ମାଛି ଆସିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Home-Remedies-for-Flies_Slide_1.jpg)