ଏହି କାମ କରନ୍ତୁ ହୃତପିଣ୍ଡକୁ ସୁସ୍ଥ ରଖନ୍ତୁ

ଏରୋବିକ୍‌ ବ୍ୟାୟାମ: ଦିନକୁ ତିରିଶ ମିନିଟ୍‌ ପର୍ଯ୍ୟନ୍ତ ଏରୋବିକ୍‌ ବ୍ୟାୟାମ କରନ୍ତୁ। ଏହା ଦ୍ୱାରା ହୃତ୍‌ସ୍ପନ୍ଦନ ବଢ଼େ। ହୃତ୍‌ପିଣ୍ଡକୁ ରକ୍ତ ଓ ଅମ୍ଳଜାନ ପ୍ରବାହରେ ସମସ୍ୟା ହୁଏନାହିଁ।

ଦ୍ରୁତଗତିରେ ଚାଲନ୍ତୁ: ପ୍ରତି ଦିନ ସକାଳେ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହେ। ଚାଲିବା ବେଳେ ଆରାମଦାୟକ ଜୋତା ପିନ୍ଧନ୍ତୁ। ସମୟର ଅଭାବ ଥିଲେ ଅତି କମ୍‌ରେ ଦଶ ମିନିଟ୍‌ ପର୍ଯ୍ୟନ୍ତ ଚାଲିବା ଆବଶ୍ୟକ।

ଦୌଡ଼: ନିୟମିତ ଦୌଡ଼ ଅଭ୍ୟାସ ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଦ୍ୱାରା ଶରୀରରେ କାଲୋରି ମାତ୍ରା କମେ। ରକ୍ତବାହୀ ନଳିରେ ଚର୍ବି ଜମାହୁଏନାହିଁ।

ଶିଡ଼ି ଚଢ଼ା: ଲିଫ୍‌ଟରେ ନ ଯାଇ ଶିଡ଼ିରେ ଯିବା-ଆସିବା ଅଭ୍ୟାସ କରନ୍ତୁ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

ଯୋଗ: ଦୁଶ୍ଚିନ୍ତା, ଅବସାଦ, ନକାରାତ୍ମକ ଭାବନା ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ। ପ୍ରତି ଦିନ କିଛି ସମୟ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ମେଦ କମିବ। ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହିତ ହୃତ୍‌ପିଣ୍ଡର କ୍ଷତି ଘଟିବନାହିଁ।

ଓଜନ ନିୟନ୍ତ୍ରଣ: ସୁସ୍ଥ ହୃତ୍‌ପିଣ୍ଡ ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ଉଚିତ। ବ୍ୟାୟାମଶାଳା ଯାଆନ୍ତୁ। ଏହା ଦ୍ୱାରା ଚର୍ବି ଏବଂ ଓଜନ କମିବ। ମାଂସପେଶୀ ଶକ୍ତ ହେବ।

ସନ୍ତରଣ: ନିୟମିତ ସନ୍ତରଣ ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢ଼େ। ରକ୍ତ ସଂଚାଳନ ଠିକ୍‌ ରହେ। ହୃତ୍‌ସ୍ପନ୍ଦନ ବଢ଼ିବା ସହ ରକ୍ତ ପରିଷ୍କାର ହୁଏ। ଗଣ୍ଠି ସମସ୍ୟା ଥିଲେ, ଦୂର ହୁଏ।

ସାଇକେଲ୍‌ ଚାଳନା: ସୁସ୍ଥ ଶରୀର ପାଇଁ ସାଇକେଲ୍‌ ଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ଗଣ୍ଠି ସମସ୍ୟା ଦୂରକରେ।

-ଡା. ନୀଳମାଧବ ପୃଷ୍ଟି, 

ଫୋନ୍‌-୯୪୩୯୪୮୨୫୨୬

ସମ୍ବନ୍ଧିତ ଖବର