ପାଟିରେ ପୋଡାଜଳା ହୋଇପାରେ କ୍ୟାନ୍ସରର ଲକ୍ଷଣ !

ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ଜଣ ମୁଖଗହ୍ୱର କର୍କଟରେ ପୀଡିତ ହେଉଥିବାବେଳେ ପ୍ରତି ଘଣ୍ଟାରେ ୫ ଜଣଙ୍କର ଏହି କର୍କଟ ଯୋଗୁଁ ମୃତ୍ୟୁ ଘଟୁଛି | ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥିବାବେଳେ ସଚେତନତା ଅଭାବରୁ ଠିକ ସମୟରେ କର୍କଟ ବାବଦରେ ରୋଗୀ ଜାଣିପାରିନଥାଏ | ଆଉ ମୁଖଗହ୍ୱର କର୍କଟ ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଏପ୍ରିଲ ମାସକୁ ମୁଖକର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ |


ତେବେ ମୁଖଗହ୍ଵର କର୍କଟ ରୋଗ ବିଶେଷଜ୍ଞ ଡ଼.ସ୍ମିତା ପ୍ରିୟଦର୍ଶିନୀଙ୍କ କହିବା ମୁତାବକ ମୁଖ୍ୟତଃ ୩ଟି ଲକ୍ଷଣ ଦେଖାଦେଲେ ମୁଖଗହ୍ଵର କର୍କଟ ହୋଇଛି ବୋଲି ଜାଣିବେ | ଯଦି ଆପଣଙ୍କ ପାଟିରେ ଘା ହୋଇଛି ଏବଂ ୩ ସପ୍ତାହ ଯାଏଁ ଏହା ଶୁଖୁନାହିଁ ତେବେ ଥରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ | ଦ୍ବିତୀୟତଃ ଯଦି ଆପଣ ଭଲରେ ପାଟି ଖୋଲିପାରୁନାହାନ୍ତି, ଖାଇବାରେ କଷ୍ଟ ହେଉଛି ଓ ଏକାସାଙ୍ଗରେ ଚାରିଟି ଆଙ୍ଗୁଳି ପାଟିରେ ପଶିପାରୁନାହିଁ ତେବେ ଏହା ମୁଖଗହ୍ଵର କର୍କଟର ଲକ୍ଷଣ ହୋଇପାରେ | ଯଦି ଅସମୟରେ ଆପଣଙ୍କ ଦାନ୍ତ ହଲୁଛି, ପାଟିରେ ପୋଡାଜଳା ହେଉଛି, ଢୋକିବାରେ କଷ୍ଟ ହେଉଥିବାର ଲକ୍ଷଣ ଦେଖାଦେଉଥିଲେ ଦନ୍ତରୋଗ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ | ତେବେ ଡାକ୍ତରଙ୍କୁ ଆପଣ ସାକ୍ଷାତ କରିବା ପରେ କିଭଳି ଚିକିତ୍ସା ହୋଇଥାଏ ?

ଏବାବଦରେ ମୁଖଗହ୍ଵର କର୍କଟ ରୋଗ ବିଶେଷଜ୍ଞ ଡ଼.ରୁପ୍ସା ଦାସ କହିଛନ୍ତି ଯେ ପ୍ରଥମେ ଡାକ୍ତର ଆପଣଙ୍କୁ ଆପଣଙ୍କ ଅଭ୍ୟାସ ବାବଦରେ ପଚାରିବେ | ଏହା ପରେ ଡାକ୍ତର ଆପଣଙ୍କ ପାଟିକୁ ଯାଞ୍ଚ କରିବେ | ଏହା ପରେ କିଛି ପରୀକ୍ଷା କରାଯାଏ | ମୁଖ୍ୟତଃ ଟଲୁଡିନ ବ୍ଲୁ ପରୀକ୍ଷା କରାଯାଇଥାଏ |

ସମ୍ବନ୍ଧିତ ଖବର