ଏଇ ଭାଲେଣ୍ଟାଇନ୍‌ ଡେରେ ସାଥୀଙ୍କୁ କ’ଣ ଉପହାର ଦେଇ ଖୁସି କରିବେ

ପ୍ରତ୍ୟେକ ବର୍ଷ ଫେବ୍ରୁଆରି ୭ରୁ ୧୪ ତାରିଖ ପ୍ରେମ ସପ୍ତାହ ଭାବେ ପାଳନ କରାଯାଇଥାଏ । ପ୍ରେମିକ-ପ୍ରେମିକା ଏବଂ ପତି-ପତ୍ନୀ ଖୁବ ଉତ୍ସାହର ସହ ପାଳନ କରିଥାନ୍ତି ଏହି ସପ୍ତାହକୁ । ଏହି ସମୟରେ ଉଭୟ ପରସ୍ପରକୁ ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିଥାନ୍ତି । ତେବେ ଏହି ସପ୍ତାହଟି ନବ ବିବାହିତ ଦମ୍ପତିଙ୍କ ପାଇଁ ନିଆରା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ କ’ଣ ଉପହାର ଦେଇ ଖୁସି କରାଇବେ ଆପଣଙ୍କ ସାଥୀଙ୍କୁ ।

Metro

ସବୁବେଳେ ପ୍ରେମିକ ପ୍ରେମିକା ଏବଂ ପତି-ପତ୍ନୀ ତାଙ୍କ ସାଥୀଙ୍କ ପାଇଁ ଖାସ ଉପହାର(ଗିଫ୍ଟ ) ଖୋଜିଥାନ୍ତି । ଅପଣ ତାଙ୍କୁ ଘଣ୍ଟା, ବେଲ୍ଟ , ପର୍ସ ଏବଂ ସନଗ୍ଲାସ ଆଦି ଅନେକ ଜିନିଷ ଉପହାର ଦେଇପାରିବେ । ଯଦି ଆପଣଙ୍କ ସାଥୀ ଚାକିରି କରିଛନ୍ତି ଏବଂ ଅଫିସ ଯାଉଛନ୍ତି ତେବେ ଆପଣ ସୁନ୍ଦର ଫର୍ମାଲ ପୋଷାକ କିମ୍ବା ଟାଏ ଉପହାର ସ୍ୱରୁପ ଦେଇ ପାରିବେ । ଯଦି ତାଙ୍କର ପଢ଼ିବା ଅଭ୍ୟାସ ଥାଏ ତେବେ ଆପଣ ତାଙ୍କୁ ପ୍ରେମକାହାଣୀର ଏକ ବହି ଉପହାରରେ ଦେଇ ପାରିବେ । ବହି ପଢ଼ିବା ସମୟରେ ସେ ଆପଣଙ୍କ ସହ ଥିବା ପ୍ରେମ ସଂପର୍କ ଏବଂ ଏହାର ପ୍ରେମଭରା ସ୍ମୃତିକୁ ମନେ ପକାଇବେ ।

dreamstime.com

ଆପଣ ସାଥୀଙ୍କୁ ପେଣ୍ଡେଣ୍ଟ ମଧ୍ୟ ଉପହାର ଦେଇପାରିବେ । ଯୋଡ଼ା ପେଣ୍ଡେଣ୍ଟ ଆପଣଙ୍କୁ ଆପଣଙ୍କ ସାଥୀ ସହ ଯୋଡ଼ି ରଖିବାରେ ସାହାଯ୍ୟ କରିଥାଏ। ଆପଣ ଦୂରରେ ରହୁଥିଲେ ମଧ୍ୟ ପାଖରେ ରହିବା ଭଳି ଅନୁଭୂତ ହେବ । ଏକ ସୁନ୍ଦର କଫି ମଗ ଯେଉଁଥିରେ ପ୍ରେମିକ-ପ୍ରେମିକା ଏବଂ ପତି-ପତ୍ନୀଙ୍କର ଫଟୋ ଛପା ଯାଇଥିବ। ଏହା ଦ୍ୱାରା ଆପଣ ଚା’ କିମ୍ବା କଫି ପିଉଥିବା ସମୟରେ ଅପଣଙ୍କ ସାଥୀଙ୍କ କଥା ଆପଣଙ୍କୁ ମନେ ପଡ଼ୁଥିବ । ଏହି ସବୁ ପ୍ରକାରର ଉପହାର ଦ୍ୱାରା ଆପଣ ଭାଲେଣ୍ଟାଇନ୍‌ ଡ଼େ ପାଳିବା ସହ ଆପଣଙ୍କ ସାଥୀକୁ ଖୁସି କରିପାରିବେ ।

Carefree & Fun Loving Couples
ସମ୍ବନ୍ଧିତ ଖବର