ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏଣିକି ଦେଶର ଅନେକ ସହର ପ୍ରଦୂଷିତ ହେବାରେ ଲାଗିଛି । ବାୟୁ ପ୍ରଦୂଷଣ ଦ୍ୱାରା ଆସ୍ଥମା, ଚର୍ମ ରୋଗ, କାଶ ଭଳି ଅନେକ ସମସ୍ୟା ହୋଇଥାଏ । ଧୁଆଁ ଯୋଗୁଁ ହୃଦଘାତ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥାଏ ।
ଏହି ପ୍ରଦୂଷଣରୁ ନିଜକୁ ମୁକ୍ତ ରଖିବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ...
ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଭିଟାମିନ-ଇ, ଓ଼ମେଗା-୩ ଏବଂ ପ୍ରଚୁର ପରିମାଣରେ ଏଣ୍ଟି-ଅକ୍ସିଡେଣ୍ଟ ଥିବା ଖାଦ୍ୟ ଖାଇବା ଉଚିତ।
ଗୋଟିଏ ଗ୍ଲାସ ପାଣିରେ ୫ଟା ରୁ ୬ଟା ତୁଳସୀ ପତ୍ର ପକାଇ, ଏକ ଇଞ୍ଚ ଅଦାକୁ ଛେଚି ଏବଂ ଅଳ୍ପ ଗୁଡ ମିଶାଇ ପାଣିକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହି ମିଶ୍ରଣକୁ ୫ମିନିଟ ଯାଏଁ ଫୁଟାନ୍ତୁ। ଏହାପରେ ପାଣି ଉଷୁମ ଥିବାବେଳେ ପିଇ ଦିଅନ୍ତୁ। ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ବୃଦ୍ଧି ପାଇଥାଏ ।
/sambad/media/post_attachments/wp-content/uploads/2020/11/104485-pol-reu-768x432.jpg)
ସେହିପରି ଗୋଟିଏ ଗ୍ଲାସ ପାଣିରେ ତୁଳସୀ ପତ୍ର ଫୁଟାଇ, ଲୁଣ, ଲେମ୍ବୁ ଏବଂ ମହୁ ମିଶାଇ ପିଇଲେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ସଫା ହୋଇଯାଇଥଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସହଜ ହୋଇଥାଏ ।
କ୍ଷୀରରେ କେଇ ବୁନ୍ଦା ଘିଅ, ଅଳ୍ପ ଟିକେ ଅଦା, ଅଳେଇଚ, ତୁଳସୀ ପତ୍ର, ଗୋଟିଏ ଲବଙ୍ଗ ଏବଂ ଚିମୁଟେ ହଳଦୀ ପକେଇ ଫୁଟେଇଦେବେ । ଏହା ପରେ ଏଥିରେ ଟିକେ ମହୁ ମିଶାଇ ପିଇଦେବେ। ଏହା ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/6392ee56f18cc4fce2ecc19a0bbee8b4.jpg)