ମାନସିକ କ୍ଷମତା ଏବଂ ଶାରୀରିକ କ୍ଷମତା ଆମ ପାଇଁ ବହୁତ ଆବଶ୍ୟକ। ପ୍ରତି କାମରେ ସଫଳତା ଏହା ଉପରେ ନିର୍ଭର କରିଥାଏ। ତେଣୁ ମାନସିକ ଓ ଶାରୀରିକ କ୍ଷମତା ବଢେଇବା ନିହାତି ଦରକାର । କ୍ଷମତା ଅର୍ଥାତ୍ ଷ୍ଟାମିନା ବଢେଇବା ପାଇଁ ଆମକୁ କେଉଁ କେଉଁ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ, ଆସନ୍ତୁ ଜାଣିବା।
ଖାଦ୍ୟ ଆମକୁ ଶକ୍ତି ପ୍ରଦାନ କରିଥାଏ । ଶାରୀରିକ କ୍ଷମତା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । ସନ୍ତୁଳିତ ଖାଦ୍ୟରେ ଫଳ ଓ ପନିପରିବା ସାମିଲ ଥାଏ । ଏକାଥରେ ଅଧିକ ପରିମାଣରେ ଖାଇବା ଉଚିତ୍ ନୁହେଁ । କିଛି କିଛି ଘଣ୍ଟା ବ୍ୟବଧାନରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଉଚିତ୍ ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ପାଣିରେ ଗ୍ଲୁକୋଜ୍ ମିଶାଇ ମଧ୍ୟ ପିଅନ୍ତୁ । ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ଦୂର ହୋଇଥାଏ ।
ଶରୀରର କ୍ଷମତା ବିକଶିତ କରିବା ପାଇଁ ବ୍ୟାୟାମ ଅତି ଆବଶ୍ୟକ । ବ୍ୟାୟାମ କରିସାରିବା ପରେ କିଛି ସମୟ କ୍ଲାନ୍ତ ଅନୁଭବ ହୋଇଥାଏ । କିନ୍ତୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ମନ ଶାନ୍ତି ରହିଥାଏ ।
ଷ୍ଟାମିନା ବଢେଇବା ପାଇଁ ଚାହୁଁଛନ୍ତି କି ? ତା’ହେଲେ ଆପଣ ମେଡିକାଲ ଟେଷ୍ଟ କରନ୍ତୁ । ଯେଉଁଥିରୁ ଆପଣ କେତେ ଫିଟ୍ ଅଛନ୍ତି ଜଣା ପଡ଼ିବ ।
ରାତିରେ ଆଠ ଘଣ୍ଟା ଶୋଇବା ଉଚିତ୍ । ରାତିରେ ଜଲଦି ଶୋଇ ସକାଳୁ ଜଲଦି ଉଠିଲେ ମନକୁ ଶାନ୍ତି ମିଳିଥାଏ । ମନ ସତେଜ ରହିଥାଏ ।
ସବୁବେଳେ ସକାରତ୍ମକ ବିଚାର ରଖନ୍ତୁ । ଏହା ଆପଣଙ୍କୁ ସଫଳତା ଦେବାରେ ସାହାଯ୍ୟ କରିବା । ସମସ୍ତଙ୍କ ପାଖରେ ଖରାପ ଏବଂ ଭଲ ଗୁଣ ରହିଥାଏ । ଧୂମପାନ କରିବା, ଅତ୍ୟଧିକ ମଦ ପିଇବା, ଜଙ୍କ ଫୁଡ୍ ଖାଇବା ଆଦି ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜକୁ ଫିଟ୍ ରଖନ୍ତୁ।
ନିଜ ମନପସନ୍ଦର ଖେଳ ଖେଳନ୍ତୁ । ଏହାଦ୍ୱାରା ଆପଣଙ୍କର ଏରୋବିକ୍ ଏକ୍ସରସାଇଜ୍ ମଧ୍ୟ ହୋଇଯିବ । ସାଇକେଲିଙ୍ଗ, ସୁଇମିଙ୍ଗ୍ ମଧ୍ୟ କରନ୍ତୁ ।
ସବୁଦିନ ଅଧା ଘଣ୍ଟା ଚାଲନ୍ତୁ ନ ହେଲେ ଦୌଡନ୍ତୁ ଆପଣ ଆପଣଙ୍କର ଷ୍ଟାମିନା ବଢେଇପାରିବେ ।
ଯଦି ଶରୀରରେ ସୋଡିୟମ୍ର ଅଭାବ ଥିବ, ତା’ହେଲେ ଷ୍ଟାମିନ୍ ମଧ୍ୟ କମ୍ ହୋଇଯିବ । ତେଣୁ ଏହାର ବିଶେଷ ଧ୍ୟାନ ରଖିବା ଜରୁରୀ । ଦିନର ଆରମ୍ଭ ସ୍ୱାସ୍ଥ୍ୟପ୍ରଦ ବ୍ରେକ୍ଫାଷ୍ଟରୁ ହିଁ କରନ୍ତୁ । ସକାଳୁ ଓଟସ୍ ଏବଂ ଜୁସ୍ ସେବନ କରନ୍ତୁ । ସକାଳୁ ସବୁବେଳେ ବ୍ରେକ୍ଫାଷ୍ଟ କରନ୍ତୁ, ଏହାକୁ ଭୁଲନ୍ତୁ ନାହିଁ।