କେମିତି ଜାଣିବେ ସାଥୀ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ?

ଛୁପାନା ଭି ନେହି ଆତା, ଜତାନା ଭି ନେହି ଆତା ହମେ ତୁମ୍‌ ସେ ମହବ୍ଦତ୍‌ ହୈ,ବତାନା ଭି ନେହି ଆତା…ଏହି ଗୀତକୁ ଆପଣମାନେ ନିଶ୍ଚୟ ଶୁଣିଥିବେ। ଆଉ ଅନେକ ଯୁବକଯୁବତୀଙ୍କ ସ୍ଥିତିଏଭଳି। ଆପଣଙ୍କୁ ଏଇଆ ଲାଗୁଥିବ ଯେ,ଆପଣଙ୍କ ବୟଫ୍ରେଣ୍ଡ୍‌ ଆପଣଙ୍କୁ ଭଲପାଉନାହାଁନ୍ତି। ହେଲେ ଏହା ମଧ୍ୟ ହୋଇପାରେ କି ତାଙ୍କୁ ଏହି ପ୍ରେମକୁ ସ୍ୱୀକାର କରିବାର ତରିକା ମାଲୁମ୍‌ ନ ଥାଇପାରେ। ଯଦି ପରିସ୍ଥିତି ଏମିତି,ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯେଉଁଥିରୁ ଆପଣମାନେ ଜାଣିପାରିବେ କି ଆପଣଙ୍କ ବୟ୍‌ଫ୍ରେଣ୍ଡ୍‌ ଆପଣଙ୍କୁ ବହୁତ ଭଲପାଆନ୍ତି, ହେଲେ କହିବାର କଳାଟି ସେ ଜାଣି ନାହାନ୍ତି।

୧-ଆପଣଙ୍କର ଛୋଟରୁ ଛୋଟ ସ୍ମୃତିକୁ ସାଇତି ରଖିଥିଲେ: ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଦ୍ୱାରା ଦିଆଯାଇଥିବା ଛୋଟରୁ ଛୋଟ ଜିନିଷକୁ ସାଇତି ରଖୁଛନ୍ତି, ତାହେଲେ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। କାହିଁକିନା ସେ ଆପଣଙ୍କୁ ବହୁତ ହିଁ ଭଳପାଉଛନ୍ତି, ହେଲେ ମୁହଁ ଖୋଲି କହୁନାହାନ୍ତି।

୨-ଆପଣଙ୍କ ଖୁସିର ଯତ୍ନ ନେଉଥିଲେ: ଯଦି ସେ ନିଜ ପସନ୍ଦର ଧ୍ୟାନ ନ ରଖି ବେଶୀ ହିଁ ଆପଣଙ୍କ ପସନ୍ଦକୁ ଜରୁରୀ ମାନୁଛନ୍ତି ଏବଂ ଏଥିରେ ତାଙ୍କୁ ଖୁସି ମିଳୁଛି ,ତେବେ ଏଥିରୁ ମଧ୍ୟ ଜାଣନ୍ତୁ ଯେ, ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି।

୩- ଆପଣଙ୍କୁ ନେଇ ଚିନ୍ତାରେ ରହୁଛନ୍ତି କି: ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ସହିତ ଯୋଡ଼ି ହୋଇ ରହିଥିବା ଛୋଟରୁ ଅତି ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ିଯାଉଛନ୍ତି ତ,ତେବେ ବୁଝି ହିଁ ଯାଆନ୍ତୁ କି ତାଙ୍କ ଠାରୁ ଆପଣଙ୍କୁ କେହି ବି ହେଲେ ଅଧିକ ପରିମାଣରେ ଭଲ ପାଇପାରିବେନି।

ସମ୍ବନ୍ଧିତ ଖବର