ଘରେ ଗ୍ୟାସ ଗିଜର ଅଛି କି, ତେବେ ଏପରି ସାବଧାନତା ଅବଲମ୍ବନ କରନ୍ତୁ

ଗାଜିଆବାଦରେ ଗିଜର ସିଲିଣ୍ଡର ଫାଟିବା କାରଣରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୪ଜଣ ଲୋକେ ଗମ୍ଭୀର ଭାବେ ଗୁରୁତର ହୋଇଥିଲେ। ଯଦି ଆପଣ ବି ବାଥରୁମ୍‌ରେ ଗ୍ୟାସ ଗିଜର ରଖିଛନ୍ତି ତେବେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

୧. ଯଦି ଆପଣ ବାଥରୁମ୍‌ରେ ଗ୍ୟାସ ଗିଜର ରଖିଛନ୍ତି ତେବେ ପାଓ୍ଵର ଭେଣ୍ଟିଲେସନ୍‌ ନିହାତି ରଖନ୍ତୁ। ଏଥିସହିତ ଏଗଜଷ୍ଟ ଫ୍ୟାନ୍‌ ବି ଲଗାଇବେ।

୨. ସିଲିଣ୍ଡରକୁ ଝୁଲାଇ ରଖିବା ବଦଳରେ ବାହାରେ ଖୋଲା ସ୍ଥାନରେ ରଖି ଦିଅନ୍ତୁ।

୩. କମ୍ପାନି ଇଞ୍ଜିନିୟରଙ୍କ ଠାରୁ ହିଁ ଗ୍ୟାସ ଗିଜରକୁ ସଠିକ୍‌ ଭାବେ ଫିଟିଙ୍ଗ କରାନ୍ତୁ।
୪. ଆଇଏସ୍‌ଆଇ ମାର୍କ ଥିବା ଗ୍ୟାସ ଗିଜର ଓ ସିଲିଣ୍ଡର କ୍ରୟ କରିବା ଆବଶ୍ୟକ।
୫. ଗ୍ୟାସ ଗିଜରର ଓଜନ ସାଢ଼େ ପାଞ୍ଚ କିଲୋଗ୍ରାମରୁ ଅଧିକ ହେବା ଦରକାର।
୬. ବ୍ୟବହାର ପୂର୍ବରୁ ଗ୍ୟାସ୍‌ ଗିଜରକୁ ଓ ସିଲିଣ୍ଡରକୁ ଯାଞ୍ଚ କରିବା ଜରୁରୀ ହୋଇଥାଏ।

ସମ୍ବନ୍ଧିତ ଖବର