କରୋନା ସଙ୍କଟ ମଧ୍ୟରେ କେମିତି ଭଲ ଭାବେ ଚଳାଇବେ ପରିବାର, ୪ଟି ଗୁରୁମନ୍ତ୍ର ଦେଲେ ଅର୍ଥ ବିଶାରଦ

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ଏହାକୁ ରୋକିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଓ ସଟଡାଉନ ପ୍ରଶାସନ ପକ୍ଷରୁ କରାଯାଉଛି | ଆଉ କରୋନା ଭୟ ଭିତରେ ଏବେ ସମସ୍ତଙ୍କୁ ଘାରିଛି ରୋଜଗାର ଚିନ୍ତା | ଜୀବନ-ଜୀବିକାର ଦ୍ଵନ୍ଦ୍ବ ଭିତରେ ଏବେ କମିଛି ରୋଜଗାର | କେଉଁଠି ଦରମା ମିଳୁନି ତ କେଉଁଠି ପୁଣି ନିଯୁକ୍ତିଦାତା ଦରମା କାଟି ଦେଉଛନ୍ତି | ସଂକ୍ରମଣ ସମୟରେ କିଭଳି ପରିବାର ଚଳାଇ ହେବ ତାହା ଏବେ ଜଣେ ମଧ୍ୟବିତ୍ତ ଘରର ମୁଖିଆଙ୍କୁ ଚିନ୍ତାରେ ପକାଇଛି | ପେଟ କାଟି ଯାହାବି ରଖିଥିଲେ ସଞ୍ଚୟ ସରିଥିବାବେଳେ ଏବେ ଚାକିରିର ସ୍ଥାୟୀତ୍ୱ ଉପରେ ମଧ୍ୟ ଭରସା | ଏଭଳି ସମୟରେ କିଭଳି ଆପଣ ପରିବାର ଚଳାଇପାରିବେ ସେ ନେଇ କିଛି ଉପଦେଶ ବା ଟିପ୍ସ ଦେଇଛନ୍ତି ଅର୍ଥନୀତି ବିଶାରଦ ଏ.କେ.ସାବତ | ଚାଟାର୍ଡ ଆକାଉଣ୍ଟାଣ୍ଟ ଏ.କେ.ସାବତ ୪ଟି ଗୁରୁମନ୍ତ୍ର ଦେଇଛନ୍ତି |
ପ୍ରଥମ ଟିପ୍ସ
ଅଯଥା ଖର୍ଚ୍ଚ କରନ୍ତୁନାହିଁ | ପୂର୍ବରୁ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିବାକୁ ଭାବନ୍ତୁ ନାହିଁ | ବର୍ତ୍ତମାନ କରୋନା ପୂର୍ବବର୍ତ୍ତୀ ଅବସ୍ଥା ନ ଥିବାରୁ ଯେଭଳି ଖର୍ଚ୍ଚ କରୁଥିଲେ ସେଭଳି ଖର୍ଚ୍ଚ କରନ୍ତୁ ନାହିଁ | ନିଜର ଖାଦ୍ୟପେୟ , ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ |
ଦ୍ଵିତୀୟ ଟିପ୍ସ
ଯଦି ଚାକିରି କରୁଛନ୍ତି ଓ କମ୍ପାନୀ ବା ସଂସ୍ଥା ଦରମା କାଟି ଦେଉଛି ତେବେ ଚାକିରିଟି ଛାଡ଼ି ଦିଅନ୍ତୁ ନାହିଁ କାରଣ ଆଗକୁ ଚାକିରି ନ ମିଳିପାରେ | ତେଣୁ ସେହି ଚାକିରିରୁ ନିଜ ତରଫରୁ ଇସ୍ତଫା ଦିଅନ୍ତୁ ନାହିଁ
ତୃତୀୟ ଟିପ୍ସ
ଯଦି ପାଖରେ ଚାକିରି ନାହିଁ, ତେବେ କେହି ଦେଇଦେବ ଭାବି ବସି ରହନ୍ତୁ ନାହିଁ | ସରକାର ସାହାଯ୍ୟ କରିଦେବେ ଭାବିବା ଅପେକ୍ଷା କେଉଁଠି କିଛି କାମଧନ୍ଦା କରି କିଛି ଉପାର୍ଜନ କରିବି ସେ କଥା ଭାବନ୍ତୁ ଓ କାମରେ ଲାଗନ୍ତୁ | ଘରେ ବସି ରହନ୍ତୁ ନାହିଁ, ଯେକୌଣସି ଛୋଟମୋଟ କାମ ବି କରନ୍ତୁ |
ଚତୁର୍ଥ ଟିପ୍ସ
ସ୍ୱାସ୍ଥ୍ୟ ବୀମା ସହ ଜୀବନ ବୀମାଟିଏ କରନ୍ତୁ | ବର୍ତ୍ତମାନ ସ୍ଥିତିରେ ରିୟଲ ଇଷ୍ଟେଟର ମୂଲ୍ୟ କମିବାରେ ଲାଗିଛି | ଅନ୍ୟ ସ୍ଥାନରେ ଇନଭେଷ୍ଟ କଥା ନ ଭାବି ଯଦି ଛୋଟ ଘରଟିଏ କିଣିବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ |

ସମ୍ବନ୍ଧିତ ଖବର