କିଛି ହରାଇବା, କମିଯିବା ବା ଅନୁପସ୍ଥିତ ରହିବା, ଋଣଗ୍ରସ୍ତ ହେବା ଆଦି ବିଷୟକୁ ନକରାତ୍ମକତା ବୋଲି କୁହାଯାଏ। ସେମିତି ମଣିଷ ମନରେ ନକାରାତ୍ମକ ବା ମନ୍ଦ ଚିନ୍ତା ପଶେ। ଏଥିରେ କବଳିତ ମଣିଷ ନିଜକୁ ଅପାଙ୍‌କ୍ତେୟ ମଣି, ହତାଶ, ନିରାଶ ଏବଂ ଦୁଃଖୀ ହୋଇ ଯେମିତି ଭିତରେ ଭିତରେ କ୍ଷୟ ହୋଇ ଚାଲିଥାଏ। ନକାରାତ୍ମ ଶକ୍ତି ସବାର ହୋଥିବା ମଣିଷ ଭାବନ୍ତି ଯେ ଉନ୍ନତି ବା ବିକାଶ ଆଉ କୌଣସି ରାହା ନାହିଁ। ଜୀବନରୁ ସବୁ ଆଗ୍ରହ ହରାଇ ସେମାନେ ଜୀବନ ହାରି ଦେବାକୁ ଚିନ୍ତା କରିନ୍ତି।

Advertisment

ମନରେ ନକାରାତ୍ମକ ଚିନ୍ତା ପଶିବାର ଅନେକ କାରଣ ରହିଛି। ତାହା ବାହ୍ୟଗତ କାରଣ ବା ଅଭ୍ୟନ୍ତରୀଣ କାରଣ ହୋଇପାରେ।
ସେ ଯାହା ହୋଇଥାଉ ନା କାହିଁକି, ନକାରାତ୍ମକ ଭାବନାରୁ ମୁକୁଳି ଆଶା, ଅଭିଳାଷ ଓ ସରସତା ଭରା ସକାରାତ୍ମକ ରାଜ୍ୟକୁ ଯିବା ପାଇଁ ଉପାୟ ରହିଛି।

ଜଗତ୍‌ରେ ମଣିଷର ମନ ହେଉଛି ସବୁଠୁ ବଡ଼ ରହସ୍ୟମୟ ଏବଂ ଆଶ୍ଚର୍ଯ୍ୟକର। ମଣିଷ ଯାହା ଇଚ୍ଛା କରେ ସମୟକ୍ରମେ ତାହା ହାସଲ କରେ। ଏଥିପାଇଁ ଲୋଡ଼ା ସକାରତ୍ମକ ଲୋଡ଼ା। ଏହାହିଁ ଜୀବନର ସଫଳତା ପ୍ରାପ୍ତିର ବଡ଼ ଉପାୟ।

ଗୋଟିଏ ଗ୍ଲାସ୍‌ରେ ଅଧା ଯାଏଁ ପାଣି ଅଛି। ଜଣେ ଏହାକୁ ଅଧ ଗ୍ଲାସ୍‌ ଭରା ପାଣି କହି ପାରନ୍ତି। ଅନ୍ୟ କେହି ଏହାକୁ ଅଧେ ପାଣି ସରିଯାଇଥିବା ଗ୍ଲାସ୍‌ କହି ପାରନ୍ତି।

ଏଇଠି ହିଁ ରହିଛି ପାର୍ଥକ୍ୟ। ଏହାକୁ ଅଧ ଗ୍ଲାସ୍‌ ଭରା ପାଣି କହିବା ହିଁ ସକାରତ୍ମକତା। ଅଧେ ପାଣି ସରିଯାଇଛି କହିବା ହିଁ ନକାରତ୍ମକତା। ତେଣୁ ଆତ୍ମବିଶ୍ୱାସ, ଖୁସି ଓ ସନ୍ତୋଷ ପାଇଁ ନିଜ ମଧ୍ୟରେ ଯାହା କିଛି ସୁଗୁଣ ରହିଛି ତାହାର ସଦୁପଯୋଗ କର।

ଜୀବନଚକ୍ର ନିରନ୍ତର ଘୂରୁଛି। ଆଗକୁ ଯାହା ରହିଛି ତାହା ଦିନେ ନିଶ୍ଚୟ ଆସିବ। ଏବଂ ଯାହା ଆସିବ ତାହା ଦିନେ ନିଶ୍ଚୟ ଚାଲିଯିବ। ଭଲ ହେଉ କି, ମନ୍ଦ ହେଉ ଜୀବନ ଏବଂ ଜିନିଷ କ୍ଷଣସ୍ଥାୟୀ ଏବଂ ପରିବର୍ତ୍ତନଶୀଳ।

ଯେତେବେଳେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛ, ଭାବ: ଏହା ଦୀର୍ଘ ସମୟ ରହିବ ନାହିଁ। ଏହା ପରେ ସୁଦିନ ଆସିବ। ଏହି ଭାବନାରେ ଲାଗି ରହିଲେ ମନରେ ଆପଣା ଛାଏଁ ସକାରତ୍ମକ ଭାବନା ଆସିବ।

ଜୀବନରେ ଉତ୍ଥାନ ଓ ପତନ ସ୍ୱାଭାବିକ କଥା। ଆପଣା ଭିତରେ ଆତ୍ମ ବିଶ୍ୱାସ ରଖନ୍ତୁ ଯେ ‘ସବୁ କିଛି ବଦଳାଇବାକୁ ଆପଣ ସମର୍ଥ’। ଏତିକି କଥା ହିଁ ଆପଣଙ୍କୁ ସକାରାତ୍ମକ ରାଜ୍ୟକୁ ନେଇ ସଫଳତା ଆଣିଦେବ।