ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୬ଟି ଫଳ

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ବକ୍ସରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ କରିବା ସମୟରେ ସେଥିରୁ ବାହାରୁଥିବା ଧୂଆଁ ଜରିଆରେ ନିକୋଟିନ୍‌ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରେ ପ୍ରବେଶ କରିଥାଏ । ଯାହା ଧିରେ ଧିରେ ମଣିଷକୁ ନିଜ ଅଧିନକୁ ନେଇ ଆସିଥାଏ । ଦିନକୁ ଦିନ ମଣିଷର ଧୂମପାନ କରିବାର ଅଭ୍ୟାସ ବଢ଼ି ବଢ଼ି ଚାଲିଥାଏ । ଯାହା ପରେ ଫୁସ୍‌ଫୁସ୍‌ କର୍କଟ ରୋଗର କାରଣ ପାଲଟି ଥାଏ । ଏଭଳି ସମସ୍ୟାରୁ ବଞ୍ଚିବା ସହ ଶରୀରରୁ ନିକୋଟିନ୍‌ ବାହାର କରିବା ପାଇଁ ହେଲେ ଧୂମପାନ ପରେ ଏହି ସବୁ ଫଳ ନିଶ୍ଚୟ ଭାବରେ ଖାଆନ୍ତୁ । ଆସନ୍ତୁ ଜାଣିବା ସେ ବିିଷୟରେ…

୧.ଫଳମାନଙ୍କ ମଧ୍ୟରୁ ସେଓକୁ ସବୁଠାରୁ ପୁଷ୍ଟିକର ବୋଲି କୁହାଯାଏ । ଏଥିରେ ଅନେକ ପ୍ରକାରର ଭିଟାମିନ୍‌ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ, ଯାହା ଫୁସ୍‌ଫୁସ୍‌ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଧୂମପାନ କରିବା ପରେ ସେଓ ନିଶ୍ଚୟ ଖାଆନ୍ତୁ ।

୨.ଫୁସ୍‌ଫୁସ୍‌ରେ ଜମା ହୋଇ ରହିଥିବା ନିକୋଟିନ୍‌ର ପ୍ରଭାବକୁ କମ କରିବା ପାଇଁ ରସୁଣ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଣ୍ଟି-ବାୟୋଟିକ୍‌ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ନିକୋଟିନ୍‌ ଭଳି ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।

Organic Facts

୩.ଆଣ୍ଟି-ଅକ୍ସିଡ଼ାଣ୍ଟରେ ଭରପୂର ଥିବା ଡ଼ାଳିମ୍ବ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ । ପ୍ରତିଦିନ ଧୂମପାନ କରୁଥିବା ଲୋକାମାନେ ଏହାର ଜୁସ୍‌ ନିହାତି ପିଇବା ଦରାକାର, ଯାହାଦ୍ୱାରା ଶରୀରରେ ନିକୋଟିନ୍‌ର ପ୍ରଭାବ କମ ହୋଇଥାଏ ।

୪.ଧୂମପାନ କରିବା ଦ୍ୱାରା ଧୂଆଁର ପ୍ରଭାବ ୩ ଦିନ ପର୍ଯ୍ୟନ୍ତ ରହିଥାଏ । ଯାହା ଶରୀରର ଭିତର ଅଂଶ ଉପରେ ପ୍ରଭାବ ପକାଇବା ସହ ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ଧୂଆଁର ଏହି ପ୍ରଭାବକୁ କମ କରିବା ପାଇଁ ଗାଜର ଖାଆନ୍ତୁ । ଏଥିରେ ଥିବା ଭିଟାମିନ୍‌ ଏ, ସି ଏବଂ ବି ଶରୀରରେ ଜମାଥିବା ନିକୋଟିନ୍‌କୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

୫. ଭିଟାମିନ୍‌ ସି ଏବଂ ବି-୫ରେ ଭରପୂର ଥିବା ବ୍ରୋକ୍‌ଲିକୁ ସେବନ କରିବା ଦ୍ୱାରା ଶରୀର ଉପରେ ନିକୋଟିନର ପ୍ରଭାବ କମ ହୋଇଥାଏ ।

ସମ୍ବନ୍ଧିତ ଖବର