ଛୋଟ ଛୋଟ କଥାରେ ରାଗ ଆସୁଛି କି? ଏହି ଉପାୟରେ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ

କଥାରେ ଅଛି, କ୍ରୋଧ ହେଉଛି ବ୍ରହ୍ମଚଣ୍ଡାଳ। ଅର୍ଥାତ୍‌ କ୍ରୋଧ ହେଉଛି ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ । ଯଦି ଆପଣଙ୍କୁ ଛୋଟ ଛୋଟ କଥାକୁ ନେଇ ରାଗ ଆସୁଛି ତ, ତେବେ ଏହା ଆପଣଙ୍କ ଲାଗି ଏକ ଗମ୍ଭୀର ସମସ୍ୟା ହୋଇଥାଏ। ତେଣୁ ଏହା ପ୍ରତି ଆପଣ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଆପଣ ଏବଂ ଆପଣଙ୍କ ପରିବାର ଲାଗି ବହୁତ ଜରୁରୀ। ତେଣୁ ଏ ନେଇ ଆପଣ କୌଣସି ଜଣେ ଭଲ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଏମିତି ଚିହ୍ନନ୍ତୁ ନିଜ ଭିତରର ନିଜ ମଧ୍ୟରେ ରହିଥିବା କ୍ରେଧକୁ!….

କ୍ରୋଧ ଉପରେ ସେତିକି ବେଳେ ନିୟନ୍ତ୍ରଣ ଆସିଥାଏ, ଯେତେବେଳେ ମଣିଷ ଏହାକୁ ଚିହ୍ନିପାରିଥାଏ।ଯେଉଁ ବ୍ୟକ୍ତିର କୌଣସି ଦ୍ରବ୍ୟ ପ୍ରାପ୍ତ କରିବାର ଇଚ୍ଛା ରହିଥାଏ, ସେହି ବ୍ୟକ୍ତିଠାରେ କ୍ରୋଧ ବହୁତ ଶୀଘ୍ର ଆସିଥାଏ। ତେବେ ଏହି ଶ୍ରେଣୀର ଲୋକେ ବହୁତ ଶୀଘ୍ର କ୍ରୋଧିତ ହେବା ସହିତ ନିଜର ଧୈର୍ଯ୍ୟ ମଧ୍ୟ ହରାଇ ବସନ୍ତି।

ଏମିତି କରନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ!

୧-ଯେତେବେଳେ ଆପଣଙ୍କୁ କ୍ରୋଧ ଆସୁଥିବାର ଅନୁଭବ କରୁଛନ୍ତି, ସେତେବେଳେ ଆପଣ ଚୁପ୍‌ ରୁହନ୍ତୁ ଏବଂ କାହାରିକୁ କିଛି ବି କୁହନ୍ତୁ ନାହିଁ। ଏହା ବ୍ୟକ୍ତିକୁ କ୍ରୋଧ ଆସିବା ସ୍ଥିତିରୁ ବଞ୍ଚାଇଥାଏ।

The Quantum Power

୨-ତେବେ ଯୋଗ ଏବଂ ଧ୍ୟାନ ମାଧ୍ୟମରେ ବ୍ୟକ୍ତି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିପାରେ!ତେଣୁ ପ୍ରତ୍ୟେକ ଦିନ ଧ୍ୟାନ କରିବା ଦ୍ୱାରା ବି କ୍ରୋଧ ଉପରେ ନିୟନ୍ତ୍ରଣ କରାଯାଇପାରେ! ଅର୍ଥାତ୍‌ ଧ୍ୟାନ ଦ୍ୱାରା ବ୍ୟକ୍ତି ଜୀବନ ଶାନ୍ତ ଏବଂ ସଂନ୍ତୁଳିତ ହୋଇଥାଏ ଏବଂ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଇଥାଏ।
୩-ଏଥିସହିତ ଯେଉଁଠାରେ ଝଗଡ଼ା ବା କ୍ରୋଧର ପରିସ୍ଥିତି ରହିଛି,ସେଠାରୁ ଆପଣ ତୁରନ୍ତ ହିଁ ପ୍ରସ୍ଥାନ କରନ୍ତୁ। ଏହାଦ୍ୱାରା ବ୍ୟର୍ଥ ବିବାଦ ହେବ ନାହିଁ ଏବଂ ଆପଣ ମଧ୍ୟ କ୍ରୋଧ କବଳରୁ ନିଜକୁ ନିୟନ୍ତ୍ରଣ ରଖିପାରିବେ।ବିବାଦ ବା ଯୁକ୍ତତର୍କର ପରିସ୍ଥିତିରେ ସେହି ସ୍ଥାନରେ ରହିବା ବି ମଧ୍ୟ କ୍ରୋଧର କାରଣ ହୋଇଥାଏ।
୪- କ୍ରୋଧ ଉପରେ ନିୟନ୍ତ୍ରଣ କରିବାକୁ ହେଲେ ଆପଣ ଉତ୍ତେଜକ ପରିସ୍ଥିତି ଆସିଲେ ନିଜ ଆଖି ଏବଂ କାନ ଉଭୟକୁ ବନ୍ଦ୍‌ କରିଦିଅନ୍ତୁ। ଏହାଦ୍ୱାରା ଆପଣ ଯେଉଁ କାରଣକୁ ନେଇ ବିବାଦ ସୃଷ୍ଟି ହୋଇଛି ତାହାକୁ ନା ଦେଖିପାରିବେ ନା ଶୁଣିପାରିବେ!

ସମ୍ବନ୍ଧିତ ଖବର