ଅନିୟମିତ ଖାଦ୍ୟପେୟ ଯୋଗୁଁ ଆମ ଶରୀରରେ ହାନିକାରକ ଟକ୍ସିନ ଜମା ହୋଇ ଯାଇଥାଏ। ଏହି ଟକ୍ସିନ ବା ବିଷ ଆମ ଶରୀରରେ ରୋଗ ସୃଷ୍ଟି କରିଥାଏ। ଶରୀର ଭିତରେ ଥାଇ ରୋଗ ତିଆରି କରୁଥିବା ଏହି ବିଷକୁ ଦୂର କରିବାକୁ ଚାହୁଁଥିଲେ ନିୟମିତ ଭାବେ ଏହାକୁ ସେବନ କରନ୍ତୁ।

Advertisment

publive-image

publive-image

ଗ୍ରିନ୍‌ ଟି ପିଅନ୍ତୁ: ଗ୍ରିନ୍‌ ଟିରେ ଆଣ୍ଟି ଅକ୍‌ସିଡାଣ୍ଟ୍‌ ଓ କେଫିନ୍‌ ଥାଏ ।ଏହି ଆଣ୍ଟ ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ଭାବରେ କାମ କରିଥାଏ । ସେହିପରି କେଫିନ୍‌ ଶରୀରକୁ ଶକ୍ତି ଯୋଗାଇ ଥାଏ।
publive-image
ଧନିଆ ପତ୍ର ରସ: ସବୁଜ ଧନିଆ ପତ୍ରରେ ତନ୍ତୁ୍‌ ବ୍ୟତୀତ କ୍ୟାଲ୍‌ସିୟମ୍‌, ବିଟା କରୋଟିନ୍‌ ଓ ସେଲ୍ମୋନେଲା ଥାଏ, ଯାହା ଶରୀରରୁ ଟକ୍ସିନ୍‌ ସଫା କରିବାରେ ସାହାଯ୍ୟ କରିଥାଏ।
publive-image
ବ୍ୟାୟାମ କରନ୍ତୁ: ବ୍ୟାୟାମ ଦ୍ୱାରା ଶରୀରରୁ ଝାଳ ବାହାରିଥାଏ ଓ ଝାଳ ସହ ଶରୀରର ଖରାପ ପଦାର୍ଥ ମଧ୍ୟ ବାହାରି ଆସିଥାଏ। ଏହା ଦ୍ୱାରା ହଜମ ମଧ୍ୟ ଭଲ ହୋଇଥାଏ।
publive-image
ଲେମ୍ବୁ ପାଣି ପିଅନ୍ତୁ: ଦୈନିକ ନିୟମିତ ଭାବେ ଲେମ୍ବୁ ପାଣି ପିଇଲେ ଏଥିରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଶରୀରକୁ ଭିତରୁ ସଫା କରିଥାଏ। ଏହାସହ ଶରୀରରେ ଜମା ହୋଇଥିବା ଚର୍ବି ମଧ୍ୟ କମ୍‌ କରିଥାଏ।
publive-image
ସବୁଜ ଶାଗ ଖାଆନ୍ତୁ: ସବୁଜ ଶାଗ ଏକ ତନ୍ତୁଜାତୀୟ ଖାଦ୍ୟ ଓ ଏଥିରେ ପ୍ରଚୁର ପରିମାଣର କ୍ୟାଲ୍‌ସିୟମ୍‌୍‌ ଥାଏ। ଏହା ଶରୀରର ହାଡ଼କୁ ଶକ୍ତ କରିବା ସହିତ ଶରୀରରେ ଥିବା ଟକ୍ସିନ ନିଷ୍କାସନରେ ସହାଯ୍ୟ କରେ।
publive-image
ଦହି: ଦହିରେ ପ୍ରାକୃତିକ ପ୍ରୋବାୟଟିକ୍ସ୍‍ ରହିଥାଏ ଯାହା ହଜମ କ୍ରିୟା ଭଲ କରିଥାଏ ଓ ଏଥିରେ ଥିବା ଉପକାରୀ ଅଣୁଜୀବ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।