ରୋମାନ୍ସ କରିବାର ମୁଡ୍‌ ନ ଥିଲେ ସାଥୀଙ୍କୁ ମନା କରିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

କେହି କେହି କହନ୍ତି ସ୍ୱାମୀ-ସ୍ତ୍ରୀର ସଂପର୍କକୁ ମଜ୍‌ବୁତ୍‌ ବନାଇଥାଏ ରୋମାନ୍ସ । ତେଣୁ ଦମ୍ପତିମାନଙ୍କ ଜୀବନରେ ରୋମାନ୍ସ ରହିବା ନିହାତି ଜରୁରୀ । ସମ୍ପର୍କରେ ମିଠାପଣ ଆଣିବା ପାଇଁ ରୋମାନ୍ସ ଅତ୍ୟନ୍ତ ଜରୁରୀ । ବେଳେ ବେଳେ ଏକା ସମୟରେ ଦୁଇ ଜଣଙ୍କର ଶାରୀରିକ ସଂପର୍କ ରଖିବାର ମୁଡ଼୍‍ ହୋଇ ନ ଥାଏ । ଯଦି ଆପଣଙ୍କ ସାଥୀର ଆଗ୍ରହ ସମୟରେ ଆପଣ ଇଚ୍ଛା ନାହିଁ ବୋଲି ମନା କରି ଦେଉଛନ୍ତି ତା’ ହେଲେ ସଂପର୍କରେ ତିକ୍ତତା ଆସି ଯାଇଥାଏ । କିିଛି ଦମ୍ପତି ଇଚ୍ଛା ନଥାଇ ମଧ୍ୟ ନିଜ ସାଥୀକୁ ଖୁସି କରାଇବା ପାଇଁ ଶାରୀରିକ ସଂପର୍କ ରଖି ଥାଆନ୍ତି । ତେବେ ଯଦି ଆପଣଙ୍କର କେବେ ଆପଣଙ୍କ ସାଥୀ ସହ ଶାରୀରିକ ସଂପର୍କ ରଖିବା ପାଇଁ ଇଚ୍ଛା ନାହିଁ, ତେବେ ତାଙ୍କୁ ସିଧା ସିଧା ମନା ନକରି ଏହି ୫ଟି ଉପାୟରେ ମନା କରନ୍ତୁ । ଯାହାଦ୍ୱାରା ସେ ବି ମାନି ଯିବେ ଏବଂ ଆପଣଙ୍କ ମନ ବି ରହିଯିବ ।
୧.ନିଜ ସାଥୀମାନଙ୍କୁ ଶାରୀରିକ ସଂପର୍କ ପାଇଁ ଅଚାନକ ମନା କରନ୍ତୁ ନାହିଁ । କାରଣ ତାଙ୍କର ମୁଡ଼୍‍ ବନି ସାରିଥିବା ବେଳେ ଯଦି ଆପଣ ତାଙ୍କୁ କହୁଛନ୍ତି, ସେତେବେଳେ ସେ ଆପଣଙ୍କ ଅବସ୍ଥା ବୁଝି ପାରିବେ ନାହିଁ । ସେଥିପାଇଁ ପୂର୍ବରୁ ଆପଣ ମନା କରି ଦିଅନ୍ତୁ ।

huffingtonpost.com

୨. ଯଦି ଆପଣଙ୍କର ରୋମାନ୍ସର ମୁଡ଼୍‍ ନ ଥାଏ ତେବେ ଏପଟ ସେପଟ କଥା କହି ମନା କରିବା ସହ ପ୍ରକୃତ କାରଣ ଜଣାଇ ଦିଅନ୍ତୁ ।
୩.ସିଧା ସିଧା ମନା ନ କରି, ଅଫିସରେ ଆଜିର ଦିନ ଖରାପ ଥିଲା ବୋଲି କୁହନ୍ତୁ । ସହକର୍ମୀଙ୍କ ସହ ଝଗଡ଼ା ହୋଇଥିବାରୁ ଆପଣଙ୍କ ମୁଡ଼୍‍ ଭଲ ନାହିଁ ବୋଲି କୁହନ୍ତୁ ।
୪.ଗୋଟେ ଥର ମନା କରିବା ପରେ ଆଗକୁ ଆପଣଙ୍କ ସାଥୀଙ୍କ ସହ କିପରି ସମୟ ବିତାଇବା ଏବଂ ରୋମାନ୍ସ କରିବେ ତାହାର ଯୋଜନା ତିଆରି କରି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସାଥୀର ଇଚ୍ଛା ପୂରଣ ହେବା ସହ ସେ ଖୁସି ହେବେ ।

EverAfterGuide.com

୫.ଯଦି ଆପଣଙ୍କର କୌଣସି କାରଣରୁ ରୋମାନ୍ସ କରିବା ପାଇଁ ମୁଡ଼୍‍ ନାହିଁ, ତେବେ ନିଜ ସାଥୀଙ୍କୁ ପ୍ରଶଂସା କରନ୍ତୁ । ତାଙ୍କର ପ୍ରଶଂସା କରି ତାଙ୍କୁ ଖୁସି କରାନ୍ତୁ ।

ସମ୍ବନ୍ଧିତ ଖବର