ପ୍ରତି ପୁରୁଷକୁ ନିଜ ଜୀବନକୁ ଆଗକୁ ବଢ଼ାଇବା ପାଇଁ ଜଣେ ଭଲ ଜୀବନସାଥୀ ନିହାତି ଭାବରେ ଆବଶ୍ୟକ କରିଥାଏ । କାରଣ ଆପଣଙ୍କ ସାଥୀଙ୍କ ଭଲପାଇବା ପ୍ରେରଣା ଦେବା ସହ ଏକ ଓଷଧ ଭଳି କାମ କରେ । ବିପଦ ବେଳେ ସମସ୍ତଙ୍କୁ ସାହାରା ଦରକାର ହୋଇଥାଏ, ଆଉ ସେହି ସାହାରା ଜଣେ ପୁରୁଷକୁ ତାଙ୍କ ମହିଳା ସାଥୀ ଭଲ ଭାବରେ ଦେଇ ପାରିଥାଆନ୍ତି । ବେଳେ ବେଳେ ନିଜର ଭୁଲ ନିଷ୍ପତ୍ତିି ପାଇଁ ଜୀବନ ପଥଭ୍ରଷ୍ଟ ହୋଇଥାଏ, ଏ କ୍ଷେତ୍ରରେ ସାଥୀ ପଥପ୍ରଦର୍ଶକ ଭୂମିକା ତୁଲାନ୍ତି। ଯେଉଁ ମହିଳାମାନଙ୍କ ମଧ୍ୟରେ ଏହି ୭ଟି ଗୁଣ ଦେଖିବାକୁ ମିଳେ ସେ ହୋଇପାରିବେ ପ୍ରକୃଷ୍ଟ ସାଥୀ ଓ ଜୀବନସାଥୀ।
୧. ଯଦି ଆପଣ ସାଥୀ/ଜୀବନସାଥୀ ଖୋଜୁଛନ୍ତି, ତେବେ ମହିଳା ଜଣକ ଆପଣଙ୍କଠାରୁ ବୁଦ୍ଧିମାନ ବା କୌଶଳୀ କି ନାହିଁ ତାହା ଦେଖନ୍ତୁ । କାରଣ ଜଣେ ବୁଦ୍ଧିମାନ ମହିଳା ଆପଣଙ୍କୁ ଆଗାମୀ ଜୀବନରେ ଆସିବାକୁ ଥିବା ଅସୁବିଧାକୁ ସାମ୍ନା କରିବାରେ ସାହାଯ୍ୟ କରି ପାରିବେ ।
/sambad/media/post_attachments/wp-content/uploads/2018/01/gettyimages-521980469-1-300x169.jpg)
୨.ଯେହେତୁ ଆପଣ ତାଙ୍କ ସହ ଦୀର୍ଘ ସମୟ ପାଇଁ ରହିବାକୁ ଯାଉଛନ୍ତି ତେବେ ସେ ସଚ୍ଚୋଟ କି ନାହିଁ ଦେଖନ୍ତୁ । ସଚ୍ଚୋଟ ମହିଳାମାନେ ଆପଣଙ୍କୁ ଜୀବନରେ ଖୁସି ଦେବା ସହ ଅଧିକ ଭଲ ପାଇବା ମଧ୍ୟ ଦେବେ ।
/sambad/media/post_attachments/wp-content/uploads/2018/01/ss-1-300x157.jpg)
୩.ନାକାରାତ୍ମକ ଚିନ୍ତାଧାରା ରଖୁଥିବା ଲୋକମାନଙ୍କୁ ସମ୍ଭାଳିବା ନିହାତି କଷ୍ଟ । ଯଦି ଆପଣ ଜୀବନସାଥୀ ଖୋଜୁଛନ୍ତି ତେବେ ସେମାନଙ୍କ ଚିନ୍ତାଧାରା ସକାରାତ୍ମକ କି ନାହିଁ ଦେଖନ୍ତୁ । ସକାରାତ୍ମକ ଚିନ୍ତାଧାରା ରଖୁଥିବା ମହିଳାମାନେ ଜୀବନର ବଞ୍ଚିବାର ଶୈଳୀକୁ ହିଁ ପରିବର୍ତ୍ତନ କରି ଦେଇଥାନ୍ତି ।
/sambad/media/post_attachments/wp-content/uploads/2018/01/sss-1-300x200.jpg)
୪.ସମ୍ପର୍କରେ ମତାନ୍ତର ହେବା ଏକ ସାଧାରଣ କଥା । କିନ୍ତୁ ମତାନ୍ତର ପରେ ଯଦି ଆପଣ ଦୁଇ ଜଣ ପରସ୍ପରର ଭୁଲକୁ ବୁଝି ନିଜେ ନିଜେ ହିଁ ତାର ସମାଧାନ କରି ପାରୁଛନ୍ତି ତେବେ ଯାଇ ସମ୍ପର୍କ ସୁଦୃଢ଼ ହୋଇ ପାରିବ । ଯଦି ଜଣେ ମହିଳା ଆପଣଙ୍କ ଅସୁବିଧାକୁ ବୁଝିବା ସହ ମତାନ୍ତର ଆଗକୁ ନ ନେଇ ତାର ସମାଧାନ କରିବାର କ୍ଷମତା ରଖୁଛି ତେବେ ସେଭଳି ମହିଳାଙ୍କୁ ନିଜ ଠାରୁ ଅଲଗା କରନ୍ତୁ ନାହିଁ ।
/sambad/media/post_attachments/wp-content/uploads/2018/01/ooo-300x200.jpg)
୫.ଆପଣ କରୁଥିବା କାମକୁ ବୁଝି ତାକୁ ସମର୍ଥନ ଦେବା ସହ ନିଜ କାମକୁ ମଧ୍ୟ ପ୍ରଧାନ୍ୟ ଦେଉଥିବା ମହିଳାମାନଙ୍କୁ ବାଛିବା ହେଉଛି ବୁଦ୍ଧିମାନର କାମ । ଗୁରୁଜନମାନଙ୍କ ପ୍ରତି ତାଙ୍କର ବ୍ୟବହାର କିପରି ତାହା ମଧ୍ୟ ଦେଖିବା ଦରକାର ।
୬. ସମ୍ପର୍କ ମଧ୍ୟରେ ଝଗଡ଼ା କେବେ ହେବ ତାହା କେହି ଜାଣି ନାହାନ୍ତି । କିନ୍ତୁ ଆପଣଙ୍କୁ ଏମିତି ଝିଅ ବାଛିବା ଦରକାର ଯିଏ ଝଗଡ଼ା ସମୟରେ ଶାନ୍ତ ରହିବା ସହ ଆପଣକୁ ମଧ୍ୟ ଶାନ୍ତ କରାଇ ପାରୁଥିବ।
/sambad/media/post_attachments/wp-content/uploads/2018/01/52897742-300x225.jpg)
୭. ଆପଣ ଯେମିତି ସେ ଆପଣଙ୍କୁ ସେଭଳି ଆପଣେଇ ପାରୁଥିବା ଦରକାର ।
/sambad/media/post_attachments/wp-content/uploads/2018/01/lead-Keys-To-A-Happy-Relationship-300x200.jpg)