ସୌନ୍ଦର୍ଯ୍ୟ କଥା ଆସିଲେ, କେଶକୁ ଖୁବ୍ ଗୁରୁତ୍ୱ ଦିଆଯାଇଥାଏ। କେଶ ଛୋଟ ହେଉ କିମ୍ବା ବଡ଼, ଯେ କୌଣସି ପ୍ରକାର ଷ୍ଟାଇଲ୍ରେ ଥିଲେ ମଧ୍ୟ କିଛି ଫରକ ପଡ଼ି ନ ଥାଏ, କେବଳ ତାହା ସୁସ୍ଥ ଥିବା ଦରକାର। ଖାଇବା ପିଇବା ଠାରୁ ଆରମ୍ଭ କରି ବ୍ୟାୟାମ ଆଦି ସବୁ ଜିନିଷ କେଶର ସ୍ୱାସ୍ଥ୍ୟବସ୍ଥା ପାଇଁ ବେଶ୍ ଗରୁତ୍ୱପୂର୍ଣ୍ଣ ହୋଇଥାଏ।
କେଶ ଝଡ଼ିବା ହେଉଛି ଅତି ସାଧାରଣ କେଶ ସମସ୍ୟା। ମୁଖ୍ୟତଃ କେଉଁ ସବୁ କାରଣରୁ କେଶ ଝଡ଼ିଥାଏ।
ଏନିମିଆ, ଥାଇରଏଡ୍, ଡିପ୍ରେସନ୍, ରକ୍ତ ଚାପ, ଷ୍ଟ୍ରେସ୍, ଧୂମପାନ।
ଏପରି ଆହୁରି ଅନେକ ସମସ୍ୟା ପାଇଁ ମଧ୍ୟ କେଶ ଝଡ଼ିଥାଏ। ଏମିତି କିଛି ଛୋଟ ଛୋଟ ଜିନିଷକୁ ଧ୍ୟାନ ଦେଲେ କେଶ ଝଡ଼ା ବନ୍ଦ କରାଯାଇ ପାରିବ। ଚର୍ମ ଓ କେଶ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସବୁ ଜିନିଷକୁ ପ୍ରୟୋଗ କଲେ କେଶ ଝଡ଼ା ବନ୍ଦ କରିପାରିବେ।
ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ
ସକାଳ ଜଳଖିଆରୁ ଆରମ୍ଭ କରି ଦିନସାରା – ପ୍ରୋଟିନ୍, କ୍ୟାଲସିୟମ୍ ଓ ଆଇରନ୍ ଥିବା ଖାଦ୍ୟ ଖାଆନ୍ତୁ। ଯେମିତି କି – ବାଦାମ, ଅକ୍ଷୋଟ, ଅଳସୀ, ଅଣ୍ଡା, ପନୀର, ବାଦାମ, କ୍ଷୀର, ସବୁଜ ପନିପରିବା ଆଦି ଖାଆନ୍ତୁ।
ଦିନସାରା ଅତି କମ୍ରେ ୫ ପ୍ରକାରର କଞ୍ଚା ପନିପରିବାର ସାଲାଡ୍ ସହ ଏକ ମୌସୁମୀ ଲେମ୍ବୁ ମଧ୍ୟ ଖାଆନ୍ତୁ।
ମାନସିକ ଚାପ (ଟେନ୍ସନ୍)କୁ ବନ୍ଦ କରନ୍ତୁ
କେଶ ଝଡ଼ିବାର ଏକ ବଡ଼ କାରଣ ହେଉଛି ଟେନ୍ସନ୍। ସେମିତି ତ ଚାହିଁଲେ ଟେନ୍ସନ୍କୁ ବନ୍ଦ କରି ହେବ ନାହିଁ, କିନ୍ତୁ କିଛି ଭଲ ଅଭ୍ୟାସ ଏହାର ଖରାପ ପ୍ରଭାବକୁ କମ୍ କରିଥାଏ ଯେମିତି କି –ଧ୍ୟାନ, ସନ୍ତରଣ, ସାଇକେଲ ଚାଳନା ଆଦି କାମର ସମସ୍ୟାକୁ କମ୍ କରିଥାଏ। କେଶ ରଙ୍ଗ ପାଇଁ ଆୟୁର୍ବେଦ ସମ୍ମତ ହିନା ବ୍ୟବହାର କରନ୍ତୁ।
ଧ୍ୟାନ ରଖନ୍ତୁ କି ଖାଇବା ପିଇବା ସମୟ ନିର୍ଦ୍ଧାରିତ ହେବା ଜରୁରୀ, ସମୟ ଅନୁସାରେ ଖାଆନ୍ତୁ।
ଯୋଗାସନ ଓ ବ୍ୟାୟାମ
ଯୋଗାସନରେ ରହିଛି ଅନେକ ଶକ୍ତି, ଏହାର ଉପଚାର କରନ୍ତୁ। ଏମିତି କୌଣସି ବି ଆସନ କରନ୍ତୁ, ଯେଉଁଥିରେ ଆପଣଙ୍କ ମୁଣ୍ଡ ମାଧ୍ୟାକର୍ଷଣ ଶକ୍ତି ବା ଭୂମି ଆଡ଼କୁ ନୋଇଁବ। ଏହି ଆସନ ଆପଣଙ୍କ କେଶକୁ ମଜବୁତ୍ କରିଥାଏ, ଯେମିତି କି –ଉତ୍ତରାସନ, ସର୍ବାଙ୍ଗାସନ, ମତ୍ସ୍ୟାସନ, ଅଧୋଃମୁଖାସନ, ମଣ୍ଡୁକାସନ ଆଦି।
ଶରୀରକୁ ଅଧିକ କଷ୍ଟ ନ ଦେଇ, ଯେତିକି ସମ୍ଭବ ସେତିକି ହିଁ ଯୋଗାସନ କିମ୍ବା ବ୍ୟାୟାମ କରନ୍ତୁ।
ପ୍ରାଚୀନ ପଦ୍ଧତି
ଆଜିକିାଲିର ଆଧୁନିକ ଯୁଗରେ ଆମେ ପ୍ରାଚୀନ ପଦ୍ଧତିକୁ ପ୍ରୟୋଗ କରୁନାହୁଁ। ଏବକାର କେମିକାଲ୍ ପ୍ରୟୋଗ ହୋଇଥିବା ଜିନିଷ ଛାଡ଼ିପ୍ରାଚୀନ ପଦ୍ଧତି ଅଭ୍ୟାସ କଲେ ଅଧିକ ଫାଇଦା ମିଳିବ। ଆପଣ ମଧ୍ୟ ଏହାକୁ ଅଭ୍ୟାସ କରିବାକୁ ଚେଷ୍ଟା କରନ୍ତୁ। ବଜାରରୁ ନେଇ କିମ୍ବା ନିଜେ ତିଆରି କରିଥିବା ଶୁଦ୍ଧ ଆୟୁର୍ବେଦ ପ୍ୟାକ୍ ବ୍ୟବହାର କରିବା ଅଧିକ ଫାଇଦାଦାୟକ।
ଧ୍ୟାନ ରଖନ୍ତୁ –କେମିକାଲ୍ ବା ରାସାୟନିକ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ ଓ କେଶ ରଙ୍ଗ କରନ୍ତୁ ନାହିଁ।