ଆଜିର ସମୟରେ କେଶ ଝଡିବା ବଡ଼ ସମସ୍ୟାରେ ପରିଣତ ହୋଇଗଲାଣି। କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲାମାନଙ୍କଠାରେ ଏହି ସମସ୍ଯା ଦେଖାଦେଉଛି। ଜେନେଟିକ୍ସ, ହରମୋନ୍ ପରିବର୍ତ୍ତନ, ଚାପ, ଏବଂ କିଛି ଜୀବନଶୈଳୀ ଅଭ୍ୟାସ ହେବା ଫଳରେ କେଶ ଝଡିବାରେ ଲାଗିଛି। କଣ କଲେ ଆପଣଙ୍କ କେଶ ଝଡିବ ନାହିଁ। ଆସନ୍ତୁ ଜାଣିବା।
ମୁଣ୍ଡକୁ କେଶ ବେଶ ଆକର୍ଶଣୀୟ ଲାଗିଥାଏ। ଯଦି ସବୁଦିନ କେଶ ଝଡ଼ିଥାଏ, ତେବେ ଆମର କେଶ ବଢ଼ିବ ନାହିଁ। ଲଗାତାର କେଶ ଝଡିବା ଫଳରେ ଆମେ ଚନ୍ଦା ହେବାକୁ ଆରମ୍ଭ କରିଥାଉ। MSc କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ଖୁସି ଛାବ୍ରାଙ୍କ ଅନୁସାରେ , ଜୀବନଶୈଳୀ ଅଭ୍ୟାସରେ ପରିବର୍ତ୍ତନ , ଚାପ ,ହରମୋନ୍ ରେ ପରିବର୍ତ୍ତନ ହେବା ଦ୍ବାରା ଅତ୍ୟଧିକ କେଶ ଝଡ଼ିଥାଏ।
କେଶ ଝଡିବାର ମୁଖ୍ୟ କାରଣ କଣ ?
ଜେନେଟିକ୍ସ
ବଂଶାନୁକ୍ରମିକ କେଶ ଝଡ଼ିବା ସବୁଠାରୁ ସାଧାରଣ କାରଣ ହୋଇଥାଏ। ଯାହାକୁ ଆଣ୍ଡ୍ରୋଜେନେଟିକ୍ ଆଲୋପେସିଆ ମଧ୍ୟ କୁହାଯାଏ।
ହରମୋନ ପରିବର୍ତ୍ତନ
ଗର୍ଭାବସ୍ଥା, ପ୍ରସବ କିମ୍ବା ଋତୁସ୍ରାବ ସମୟରେ ହେଉଥିବା ପରିବର୍ତ୍ତନ ଯୋଗୁଁ କେଶ ଝଡ଼ିଥାଏ।
ଚିକିତ୍ସା ଅବସ୍ଥା
ଥାଇରଏଡ୍ ସମସ୍ୟା, ଲୁପସ୍ ଭଳି ଅଟୋଇମ୍ମ୍ୟୁନ୍ ରୋଗ ଏବଂ ମୁଣ୍ଡ ସଂକ୍ରମଣ କେଶ ଝଡ଼ିପାରେ।
ଔଷଧ
ରକ୍ତଚାପ, କର୍କଟ ରୋଗ କିମ୍ବା ମାନସିକ ଅବସାଦ ଭଳି କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଭାବରେ କେଶ ଝଡ଼ିଥାଏ।
କିପରି ନେବେ କେଶର ଯତ୍ନ ?
ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ, ଭିଟାମିନ (A, B, C, D, E) ଏବଂ ପ୍ରୋଟିନ ଜିଙ୍କ, ଲୌହପରି ଖଣିଜ ପଦାର୍ଥ ଖାଆନ୍ତୁ। ଏହାସହିତ ସବୁଦିନ ବାଦାମ ,ବ୍ରୋକୋଲି ଏବଂ ମିଠା ଆଳୁ ଖାଇବାକୁ ଚେଷ୍ଚା କରନ୍ତୁ ।
ହାଇଡ୍ରେଟେଡ୍ ରୁହନ୍ତୁ
କେଶ ଏବଂ ମୁଣ୍ଡର ଜଳୀୟ ଅଂଶକୁ ହାଇଡ୍ରେଟ୍ ରଖିବା ପାଇଁ ଏବଂ କେଶ ଫଲିକିଲ୍ସକୁ ପୋଷକ ତତ୍ତ୍ୱ ପରିବହନରେ ସାହାଯ୍ୟ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ।
ଟାଇଟ୍ ହେୟାରଷ୍ଟାଇଲ୍ ଏଡାନ୍ତୁ
କେଶ ମୂଳକୁ ଟାଣି ନେଉଥିବା ବେଣୀ ଭଳି ଷ୍ଟାଇଲ୍କୁ ସୀମିତ କରନ୍ତୁ। କର୍ଲିଂ ଆଇରନ୍, ଷ୍ଟ୍ରେଟନର୍ ବ୍ୟବହାର କମ୍ କରନ୍ତୁ। ଯେତେବେଳେ ଆପଣଙ୍କୁ ସେଗୁଡ଼ିକୁ ବ୍ୟବହାର କରିବାକୁ ପଡିବ, କେବଳ ସେତେବେଳେ ବ୍ୟବହାର କରନ୍ତୁ। ସବୁ ସମୟରେ ବଜାରରେ ମିଳୁଥିବା ରାସାୟନିକ ସାମ୍ପୁ ବ୍ୟବହାର କରନ୍ତୁ ନାହିଁ।
ଆପଣଙ୍କ କେଶକୁ ସୁରକ୍ଷା ଦିଅନ୍ତୁ
ସୂର୍ଯ୍ୟ କିରଣ, କ୍ଲୋରିନ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ଉପାଦାନରୁ କେଶକୁ ରକ୍ଷା କରନ୍ତୁ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ଯଦି ଆପଣଙ୍କର କେଶ ବହୁତ ଝଡୁଛି ତେବେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବଜାରରେ ମିଳୁଥିବା ବାୟୋଟିନ୍ କିମ୍ବା ଅନ୍ୟାନ୍ୟ କେଶ ବୃଦ୍ଧି ଭିଟାମିନ୍ ଭଳି ସପ୍ଲିମେଣ୍ଟର ଆପଣ ସାହାଯ୍ୟ ନେଇପାରିବେ।
ଜୀବନଶୈଳୀ ଏବଂ ଘରୋଇ ଉପଚାର
ଆପଣଙ୍କ ମୁଣ୍ଡର ମସାଜ୍ କରନ୍ତୁ
ନିୟମିତ ମୁଣ୍ଡ ମାଲିସ୍ କେଶ ମୂଳରେ ରକ୍ତ ସଞ୍ଚାଳନ ବୃଦ୍ଧି କରିପାରେ।
ଚାପ ମୁକ୍ତ ରୁହନ୍ତୁ
ଅଧିକ ଚାପ ସ୍ତର କେଶ ଝଡ଼ିପାରେ। ବ୍ୟାୟାମ, ଧ୍ୟାନ, କିମ୍ବା ଜର୍ଣ୍ଣାଲିଂ ଭଳି ଚାପ ହ୍ରାସକାରୀ କାର୍ଯ୍ୟକଳାପ ଚେଷ୍ଟା କରନ୍ତୁ।
ପ୍ରାକୃତିକ ତେଲ ବ୍ୟବହାର କରନ୍ତୁ
ସପ୍ତାହରେ ଥରେ କେଳରେ ତେଲ ଲଗାନ୍ତୁ । ନଡ଼ିଆ ତେଲ , ଜଡାତେଲ , ରାଶିତେଲ , ସୋଲିଶ ତେଲ ପରି ପ୍ରାକତିକ ତେଲ ମୁଣ୍ଡ ମାଲିସ କରନ୍ତୁ । ଏହାସହ ପିଆଜ ରସ ଏବଂ ଆଲୋଭେରା ମଧ୍ୟ କେଶ ବୃଦ୍ଧି ପାଇଁ ପାଇଁ ବ୍ୟବହାର କରିପାରିବେ ।
ରିପୋର୍ଟ: ଅର୍ପିତା ରଥ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/10/how-to-stop-hair-loss-2025-11-10-20-39-41.jpg)