ଯଦି ହଠାତ୍ ହୃଦ୍ଘାତ ହେଉଥିବାର ଆପଣ ଅନୁଭବ କରୁଛନ୍ତି, ତେବେ ଅନ୍ୟ କିଛି ଚିନ୍ତା ନ କରି ଏଥିରୁ କେମିତି ରକ୍ଷା ପାଇବେ ସେ ଦିଗରେ କାର୍ଯ୍ୟ କରନ୍ତୁ। ହୃଦ୍ଘାତ ଆସିଲେ ତୁରନ୍ତ ଏହିସବୁ ଉପାୟ କରନ୍ତୁ….
ହୃଦ୍ଘାତ ଆସିବା ମାତ୍ରେ ଆପଣ ତୁରନ୍ତ ତଳେ (ଭୂମି ଉପରେ) ଚିତ ହୋଇ ଶୋଇପଡ଼ନ୍ତୁ। କିନ୍ତୁ ମନେରଖନ୍ତୁ ଯେ, ଶୋଇବା ସମୟରେ ଯେମିତି ହଲ୍ଚଲ୍ ନ ହେବେ।
ଉଭୟ ପାଦକୁ ସାମାନ୍ୟ ଉପରକୁ ଟେକି ରଖନ୍ତୁ। ଏହାଦ୍ୱାରା ପାଦରୁ ହୃତ୍ପିଣ୍ଡକୁ ରକ୍ତ ସଂଚାଳନ ହେଉ ଥିବାରୁ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣ ହୋଇଯିବ।
ଧୀରେ ଧୀରେ ଲମ୍ବା ନିଶ୍ୱାସ ନିଅନ୍ତୁ। ଏହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିବ।
ପିନ୍ଧିଥିବା ପୋଷାକପତ୍ରକୁ ତୁରନ୍ତ ଢିଲା କରି ଦଅନ୍ତୁ, ଏହା ଦ୍ୱାରା ଯନ୍ତ୍ରଣା କମିଯିବ।
ସୋରବିଟ୍ରେଟ୍ ମେଡିସିନ୍ ଜିଭ ତଳେ ରଖନ୍ତୁ। ଯଦି ଆପଣଙ୍କ ପାଖରେ ସୋରବିଟ୍ରେଟ୍ ନ ଥାଏ, ତେବେ ଡିସ୍ପ୍ରିନ୍ ଖାଇ ପାରିବେ।
ହୃଦ୍ଘାତ ସମୟରେ ଔଷଧ ବ୍ୟତୀତ ଅନ୍ୟ କିଛି ଜିନିଷ ଖାଆନ୍ତୁ ନାହିଁ।
ଯଦି ବାନ୍ତି ଲାଗିବ, ତେବେ ଗୋଟିଏ ପାର୍ଶ୍ୱକୁ କଡ଼ ଲେଉଟାଇ ବାନ୍ତି କରିବେ, ଯେମିତି ବାନ୍ତି ଫୁସ୍ଫୁସ୍ ଭିତରକୁ ପଶି ନ ଯାଏ।
ପାଣି କିମ୍ବା ଅନ୍ୟ କୌଣସି ପାନୀୟ ଦ୍ରବ୍ୟ ବିଲ୍କୁଲ୍ ବି ପିଅନ୍ତୁ ନାହିଁ। ଏମିତିରେ ବାନ୍ତି ହେବା ଆଶଙ୍କା ବଢ଼ିଯାଏ, ଯାହା ସମସ୍ୟା ସୃଷ୍ଟି କରିଥାଏ।
ପାଖରେ ଥିବା କୌଣସି ପରିଚିତ ବ୍ୟକ୍ତି କିମ୍ବା ଡାକ୍ତରଙ୍କୁ ସୂଚନା ଦିଅନ୍ତୁ।