ଦେହରେ ଜମିଥିବା ମଇଳା ଛଡ଼ାଇବାକୁ ଚାହାନ୍ତି ? କରନ୍ତୁ ତୈଳସ୍ନାନ ! ସୌନ୍ଦର୍ଯ୍ୟ ବଢ଼ିବା ସହ ମିଳିବ ଆରାମ

ସ୍ନାନ ଶରୀରର ସ୍ନାୟୁ ବ୍ୟବସ୍ଥାକୁ ଶାନ୍ତ କରାଇ ଦେହକୁ ଉଶ୍ୱାସ କରିଥାଏ। ଶରୀରର ଉପଶମ ପାଇଁ ଭିନ୍ନ ଭିନ୍ନ ପ୍ରକାରଣ ସ୍ନାନ ରହିଛି। ସେଥିରୁ ଗୋଟିଏ ହେଲା ତୈଳ ସ୍ନାନ। ଠିକ୍‌ ରୂପେ କରି ଜାଣିଲେ ତୈଳସ୍ନାନ ସୁଖଦାୟକ ହୋଇ ପାରିବ।

ଅଧକପ୍‌ ରାଶିତେଲ। କେବଳ ଲଜ୍ଜାନିବାରଣ ପାଇଁ ଆବଶ୍ୟକ ଲୁଗା। ପୁରୁଷମାନଙ୍କ ପାଇଁ ଟାେଓ୍ଵଲ୍‌ ଖଣ୍ଡେ ହେଲେ ଚଳିବ।

ଏମିତି ଗୋଟାଏ ଜାଗା ବାଛି ବସନ୍ତୁ ଯେଉଁଠି ତେଲ ଢାଳି ହୋଇଗଲେ କିଛି ଯାଏ ଆସେ ନାହିଁ। ପକ୍କା ଚଟାଣରେ ବି ବସି ପାରିବେ। କାରଣ ସେଥିରୁ ସହଜରେ ପଡ଼ିଥିବା ତେଲ ପୋଛା ହୋଇ ପାରିବ।

ବେଶି କରି ତେଲ ନେଇ କାନ, ନାଭି ଏବଂ ଆଖି ଚାରିପଟେ ବୋଳନ୍ତୁ। ସେ ସବୁ ସ୍ଥାନରେ ଜମି ରହି କଠିନ ହୋଇ ଯାଇଥିବା ମଇଳା ବତୁରାଇବାରେ ଏହି ତେଲ ସହାୟକ ହେବ। ତା’ପରେ କେଶରେ ତେଲ ଲଗାଇ ପାଞ୍ଚ ମିନିଟ୍‌ ଘଷିବା ପରେ ଗୋଟାଏ ଉଷୁମ ଟାେଓ୍ଵଲ୍‌କୁ ମୁଣ୍ଡରେ ଗୁଡ଼ାଇ ଦିଅନ୍ତୁ।

ଏଥର ଚକିଏ ତେଲ ନେଇ ଛାତିରେ ବୋଳିବା ପରେ ତାହାକୁ ଘଷି ଘଷି ସମଗ୍ର ଶରୀରେ ବୋଳନ୍ତୁ। କାନ୍ଧ ଓ ବାହୁରେ ମଧ୍ୟ ତେଲ ଘଷନ୍ତୁ। ଧୀରେ ଧୀରେ ପ୍ରାୟ ୨୦ ମିନିଟ୍‌ ଧରି ଚର୍ମରେ ତେଲ ମାଲିସ କରନ୍ତୁ।

ତା’ପରେ କିଛି ତେଲ ନେଇ ଗୋଡ଼ରେ ଲଗାନ୍ତୁ। ଆଣ୍ଠୁ, ଗୋଇଠି ଏବଂ ନଖ ଆଦି ଟାଣୁଆ ଜାଗାରେ ବିଶେଷ ଧ୍ୟାନ ଦିଅନ୍ତୁ। ହାତରେ ତେଲ ଲଗାଇବା ବେଳେ କହୁଣୀ ଓ ଆଙ୍ଗୁଳି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ମୁହଁରେ ତେଲ ମାଖିବା ବେଳେ କାନ ପଛ ପାଖ ଦେଇ ହାତକୁ ମୁଁ ଉପରେ ଗୋଲ ବୁଲାଇବା ପରି ମାଲିସ କରନ୍ତୁ। ତା’ପରେ ଦଶ ମିନିଟ୍‌ ଚୁପ୍‌ ହୋଇ ବସନ୍ତୁ।

ତା’ପରେ ଉଷୁମ ପାଣିରେ ସ୍ନାନ କରନ୍ତୁ। ମୃତ କୋଷିକା ଛଡ଼ାଇବା ପାଇଁ ପିତାତରାଡ଼ି ଚଞ୍ଚୁ କିଂବା ସ୍କ୍ରବ୍‌ ବ୍ୟବହାର କରନ୍ତୁ। ଏଥର ଦେହରୁ ତେଳ ଚିକିଟା ଛଡ଼ାଇବାକୁ ତିନି ଚାମଚ ବେସନ, ଚାମଚେ ରୀତା ଚୂର୍ଣ୍ଣ ଏବଂ ଅଧଚାମଚ ହଳଦିଗୁଣ୍ଡ ନେଇ ଅଧକପ୍‌ ଦହିରେ ଏକତ୍ର ଫେଣ୍ଟି ବୋଳି ହୁଅନ୍ତୁ। କେଶ ପାଇଁ ଆପଣ ପାରମ୍ପରିକ ଶିକାକାଇ ଚୂର୍ଣ୍ଣ ମିଶ୍ରଣ ବା ସାଧାରଣ ସାମ୍ପୂ ବ୍ୟବହାର କରି ପାରିବେ।

ସମ୍ବନ୍ଧିତ ଖବର