କ୍ଷୀରକୁ ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର, ଦୂର ହେବ ଆଖି ତଳେ ଦେଖାଯାଉଥିବା କଳା ଦାଗ

ଅଖି ତଳେ ଦେଖାଯାଉଥିବା କଳାଦାଗ ପୂରା ଚେହେରାର ଚମକକୁ ଫିକା କରି ଦେଇଥାଏ । ସାଧାରଣ ଭାବରେ ଠିକ୍‌ ଭାବରେ ନ ଶୋଇଲେ ବା ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଅଧିକ ଆସିଲେ ଏହି ସମସ୍ୟା ଦେଖାଯାଇଥାଏ । ନିଜର ଏହି ସମସ୍ୟାକୁ ଲୁଚାଇବା ପାଇଁ କିଛି ଲୋକ ବିଭିନ୍ନ ପ୍ରକାରର କ୍ରିମ୍‌ର ବ୍ୟବହାର କରିଥାନ୍ତି । କିନ୍ତୁ ତାହା କିଛି ସମୟ ପାଇଁ କଳାଦାଗକୁ ଲୁଚାଇଥାଏ । ତେବେ ନିଜର ଏହି ସମସ୍ୟାକୁ ଦୂର କରିବା ପାଇଁ ହେଲେ ଆପଣଙ୍କୁ କିଛି ଘରୋଇ ଉପଚାର ଆପଣାଇବାକୁ ପଡ଼ିବ । ଆସନ୍ତୁ ଜାଣିବା  ସେ ବିଷୟରେ…

୧. ଥଣ୍ଡା କ୍ଷୀର ଏବଂ ଗୋଲାପ ଜଳକୁ ସମାନ ଭାଗରେ ମିଶାଇ ଏହାର ଏକ ମିଶ୍ରଣ ତିଆରି କରନ୍ତୁ । ପରେ ସେଥିରେ ଏକ ତୁଳା ବୁଡ଼ାଇ ଆଖି ତଳେ ଥିବା କଳାଦାଗ ଉପରେ ଲଗାନ୍ତୁ । ୨୦ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଦେଖିବେ ଆପଣଙ୍କ ଆଖି ତଳେ ଥିବା କଳା ଦାଗ ଦୂର ହୋଇଯିବ ।

୨.ମୁଠାଏ ଆଲମଣ୍ଡ ନେଇ ପାଣିରେ ପକାଇ ଗୋଟେ ରାତି ରଖନ୍ତୁ । ସକାଳେ ପାଣିରୁ କାଢ଼ି ଏହାର ଏକ ପେଷ୍ଟ ତିଆରି କରନ୍ତୁା ଆଲମଣ୍ଡର ଏହି ପେଷ୍ଟରେ ଗୋଟେ ଚାମଚ କଞ୍ଚା କ୍ଷୀର ମିଶାନ୍ତୁ । ଏହି ମିଶ୍ରଣକୁ ଆଖି ତଳେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ପରେ ଏହାକୁ ଧୋଇ ନିଅନ୍ତୁ । ଏହାର ପ୍ରଭାବ ଅଧିକ ବଢ଼ାଇବା ପାଇଁ ଆପଣମାନେ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ ।

୩.କ୍ଷୀରରେ ଲେମ୍ବୁ ଏବଂ କାକୁଡ଼ି ମିଶାଇ ଆଖି ତଳେ ଲଗାଇବା ଦ୍ୱାରା ମଧ୍ୟ କଳାଦାଗ ଦୂର ହୋଇଥାଏ । ଗୋଟିଏ ପାତ୍ରରେ ଏକ ଚାମଚ କଞ୍ଚା କ୍ଷୀର, ଗୋଟିଏ ଚାମଚ କାକୁଡ଼ିର ରସ ଏବଂ ଲେମ୍ବୁ ରସର କିଛି ବୁନ୍ଦା ପକାଇ ମିଶାନ୍ତୁ । ପରେ ତୁଳା ସାହାଯ୍ୟରେ ଏହାକୁ ଆଖି ତଳେ ଲଗାନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

ସମ୍ବନ୍ଧିତ ଖବର