ଅନେକ ଲୋକ ଅଛନ୍ତି, ଯେଉଁମାନେ କୁହନ୍ତି ଯେ ସେମାନଙ୍କୁ ଭୋକ ଲାଗୁନି। ଖାଇବାକୁ ଇଚ୍ଛା ହେଉନି। ଏକଥା କହୁଥିବା ଲୋକଙ୍କ ଠାରେ ହଜମ କ୍ରିୟା ଜନିତ ସମସ୍ୟା ଅଛି ବୋଲି ଧରିବାକୁ ହେବ।
ପ୍ରଥମେ ଜାଣିବାକୁ ହେବ ଯେ କାହିଁକି ଏମିତି ହୁଏ?
ଯଦି ଦିନ ଭିତରେ ଆପଣ ଅନ୍ୟୁନ ଛଅ ଘଣ୍ଟାା ନ ଶୋଇଥାନ୍ତି, ତେବେ ଏହା ଏକ ଅନିୟମିତ ଜୀବନରେଖା ବୋଲି ଧରିବାକୁ ହେବ।
ପ୍ରାକୃତିକ ଉପାୟରେ ଏହି ସମସ୍ୟାରୁ ମୁକ୍ତ ହୋଇପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାୟାମ କରିବା ଉଚିତ। ସୂର୍ଯ୍ୟ ନମସ୍କାର, କପାଳ ଭାତି, ପବନ ମୁକ୍ତାସନ, ଆଦି ଯୋଗାସନ ଏଥିପାଇଁ ସବୁଠାରୁ ଭଲ।
ଆଉ ଏକ କଥା ହେଲା ଯେ ଖାଦ୍ୟର ସିଡ୍ୟୁଲ୍ ପ୍ରସ୍ତୁତ କରନ୍ତୁ। ଏହା ଆପଣଙ୍କ ଉପରେ ନିର୍ଭର କରେ, ଦିନକୁ ତିନିଥର ପେଟ ପୁରା ଭୋଜନ କରି ପାରନ୍ତି, ଅଥବା ୫-୬ ଥର କମ୍ କମ୍ ଖାଦ୍ୟ ଗ୍ରହଣ କରିପାରନ୍ତି।
/sambad/media/post_attachments/wp-content/uploads/2018/10/salad-3-1-300x224.jpg)
ସେଓ, ଅମୃତଭଣ୍ଡା, କମଳା, ଅଙ୍ଗୁର ଆଦି ଫଳର ହଜମ କ୍ରିୟା ଭଲ ହୋଇଥାଏ। ଭୋଜନରେ ସାଲାଡ୍, ଧନିଆ ପତ୍ର, କଦଳୀ, ବ୍ରୋକଲି ଆଦି ଖାଦ୍ୟ ସାମିଲ କରିଲେ ତାହା ବି ଅଧିକ ଉପଯୋଗୀ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/hungry-man.jpg)